କରୋନା ମହାମାରୀ ହେତୁ ବୃଦ୍ଧାଙ୍କ ଢ଼ାବାକୁ ଆସୁ ନାହାନ୍ତି କେହି ଗ୍ରାହକ; ଭୋକରେ ଆଉଟୁ ପାଉଟୁ ପରିବାରଲୋକ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଏପରି ଏକ ପ୍ଲାଟଫର୍ମ ହୋଇଯାଇଛି ଯେ ଯିଏ ଏହାକୁ ସଠିକ ଭାବେ ବ୍ୟବହାର କରି ଜାଣିଲା ତାର ଜୀବନ ରାତାରାତି ପରିବର୍ତ୍ତନ ହେଇଯାଉଥିବା ଦେଖିବାକୁ ମିଳିଛି।

ଏହାର ସଦ୍ୟତମ ଉଦାହରଣ ହେଉଛି ମାଲଭିଆ ନଗରର ବାବାଙ୍କ ଢ଼ାବା | ସୋସିଆଲ ମିଡିଆରେ ବାବାଙ୍କ ଢ଼ାବାର ଭିଡିଓ ଦେଖୁ ଦେଖୁ ଭାଇରାଲ ହୋଇ ଯାଇଥିଲା। ଭିଡିଓ ଦେଖିବା କ୍ଷଣି ଲୋକମାନେ ଏହି ବୃଦ୍ଧ ଦମ୍ପତ୍ତିଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। କରୋନା ମହାମାରୀ ସମୟରେ ହଜାରହଜାର ଲୋକ ସେମାନଙ୍କ ଜୀବିକା ହରାଇ ଦେଇଛନ୍ତି। ଏହି କ୍ରମରେ କେରଳର ପାର୍ବତୀ ଅମ୍ମା ବି ବହୁ ଅସୁବିଧାର ଚଳୁଥିବାର ଏକ ଘଟଣା ସାମ୍ନାକୁ ଆସିଛି।

କେରଳର ପାର୍ବତୀ ଆମ୍ମା ଖାଦ୍ୟ ରାନ୍ଧି ତାହାକୁ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। କିନ୍ତୁ କରୋନା ମହାମାରୀ ‌ହେତୁ ସବୁକିଛି ଠପ ହୋଇଯାଇଛି। ପାର୍ବତୀ ଆମ୍ମାଙ୍କ ସଂଘର୍ଷ ଏବଂ ଅସୁବିଧାର କାହାଣୀ ସାମ୍ବାଦିକ ଆରିଫ ଶାହା ଟ୍ୱିଟରରେ ସେୟାର କରିଛନ୍ତି।

 

ଆମ୍ମାଙ୍କ ଏକ ଭିଡିଓ ସେୟାର କରି ଆରିଫ ଲେଖିଛନ୍ତି ଯେ, କେରଳର କାହାଣୀ: ଏହି ବୃଦ୍ଧ ମହିଳା ନିଜ ପରିବାର ଚଳାଇବା ପାଇଁ ଏକ ଢ଼ାବା ‌ଖୋଲିଛନ୍ତି। କରୋନା ମହାମାରୀ ପାଇଁ ତାଙ୍କ ଢ଼ାବାକୁ ଏବେ କୌଣସି ଗ୍ରାହକ ଆସୁ ନାହାନ୍ତି। ଯେଉଁଥିପାଇଁ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।

ଆରିଫ ଆହୁରି ଲେଖିଛନ୍ତି ଯେ, ମନାରାକ୍କଡ ନିକଟ କରିମ୍ବାରେ ରହୁଥିବା ପାର୍ବତୀ ଆମ୍ମାଙ୍କର ଏକ ସ୍ୱାଦିଷ୍ଟ ଭୋଜନାଳୟ ଅଛି। ‘ବାବା କା ଢ଼ାବା’ ପରେ କେରଳବାସୀ ଏହି ବୃଦ୍ଧା ମହିଳାଙ୍କ ସାହାଯ୍ୟ କରିବାକୁ ଆଗକୁ ଆସିବେ | ପାର୍ବତୀ ଆମ୍ମା ତାଙ୍କ ଭୋଜନାଳୟରୁ ଯାହା ଅର୍ଥ ପାଉଥିଲେ ସେଥିରେ ତାଙ୍କ ପରିବାର ଚଳୁଥିଲେ। କିନ୍ତୁ ଏବେ ତାଙ୍କ ଢ଼ାବାକୁ କେହି ଗ୍ରାହକ ଆସୁ ନଥିବାରୁ ସେ ବହୁତ ଅସୁବିଧାରେ ଚଳୁଛନ୍ତି।

ଭିଡିଓରେ ପାର୍ବତୀ ଆମ୍ମା କରୋନା ହେତୁ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ କହୁଛନ୍ତି | ପାର୍ବତୀ ଆମ୍ମାଙ୍କର ଏହି ଭିଡିଓ ଟ୍ୱିଟରରେ ଭାଇରାଲ ହୋଇଛି।
ବଲିଉଡ ଅଭିନେତ୍ରୀ ରିଚା ଚାଢ଼ା ପାର୍ବତୀ ଆମ୍ମାଙ୍କର ଏକ ଭିଡିଓ ସେୟାର କରିଛନ୍ତି ଏବଂ ତାଙ୍କୁ ସାହାଯ୍ୟ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ଅନେକ ଲୋକ ଆରିଫଙ୍କ ଏହି ଭିଡିଓକୁ ରିଟୁଇଟ କରି ସାହାଯ୍ୟ ପାଇଁ କେରଳ ସିଏମଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର