୧୫୮ ଥରରେ ପାସ୍‌!

ବିଶ୍ବରେ ସହଜରେ ହାର ମାନୁ ନ ଥିବା ଲୋକ ଅନେକ ଅଛନ୍ତି। ସଦ୍ୟ ପ୍ରକାଶିତ ଏକ ଖବର ଅନୁଯାୟୀ ଇ˚ଲଣ୍ତ୍‌ର ଜଣେ ବ୍ୟକ୍ତି ଗାଡ଼ି ଚାଳନା ପରୀକ୍ଷାରେ ୧୫୭ ଥର ଫେଲ୍‌ ହେବା ପରେ ୧୫୮ତମ ପ୍ରଚେଷ୍ଟାରେ ସଫଳ ହୋଇ ଲାଇସେନ୍‌ସ ଲାଭକରିଛନ୍ତି। ବ୍ୟକ୍ତିଗତ କାରଣରୁ ସେ ନିଜର ନାମ ଓ ପରିଚୟ ଗୋପନ ରଖିଛନ୍ତି। ତେବେ, ତାଙ୍କ ସଫଳତା ଏକ ରେକର୍ଡ‌୍‌। ତାଙ୍କ ତଳେ ଅଛନ୍ତି, ତିରିଶ ବର୍ଷ ବୟସ୍କା ଜଣେ ଯୁବତୀ। ସେ ଅଦ୍ୟାବଧି ୧୧୭ ଥର ଅକୃତକାର୍ଯ୍ୟ ହୋଇସାରିଲେଣି; ତେବେ, ଉଦ୍ୟମ ଜାରିରଖିଛନ୍ତି। ତୃତୀୟ ସ୍ଥାନରେ ଅଛନ୍ତି, ଜଣେ ଅଠଚାଳିଶ ବର୍ଷ ବୟସ୍କା ମହିଳା; ଲାଇସେନ୍‌ସ ଲାଭକରିବା ପାଇଁ ଯାହାଙ୍କୁ ୯୪ ଥର ପରୀକ୍ଷା ଦେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର