ନୂଆଦିଲ୍ଲୀ: କୁହାଯାଏ ଅଧିକାଂଶ ସଫଳ ଲୋକଙ୍କ କାହାଣୀ ସଂଘର୍ଷରୁ ଆରମ୍ଭ ହୋଇଥାଏ। ତାହା କିଛି ମାତ୍ରାରେ ସତ ନିଶ୍ଚୟ। ଆମେ ଆଜି ଜଣେ ସେମିତି ସଫଳ ଆଇଏଏସ୍ଙ୍କ ବିଷୟରେ କହିବୁ, ଯାହାଙ୍କ କଥା ଶୁଣିଲେ ଆପଣଙ୍କର ତାଙ୍କ ପ୍ରତି ସମ୍ମାନ ଢେର୍ ଅଧିକ ବଢ଼ିଯିବ। ଆମେ କହୁଛୁ ଦିଲ୍ଳୀର ଡିପି କମିସନର ହୋଇ ସାରିଥିବା ଆଇଏଏସ୍ ଈରା ସିଂଘଲଙ୍କ ବିଷୟରେ। ଏବେ ସେ ଅରୁଣାଚଳ ପ୍ରଦେଶର ନିଯୁକ୍ତି ହୋଇ ନିଜର ଭଲ କାମ ପାଇଁ ଖୁବ୍ ପରିଚିତା।
ଆଜି ତାଙ୍କର ସଫଳତା ଆପଣଙ୍କୁ ଯେତେ ସୁନ୍ଦର ଲାଗୁଛି ତାଙ୍କ ସଂଘର୍ଷ କିନ୍ତୁ ସେତିକି ସହଜ ନଥିଲା। ଉତ୍ତରପ୍ରଦେଶର ମେରଠରେ ରହୁଥିବା ଈରାଙ୍କର ପିଲାଟି ଦିନରୁ ହିଁ ପାଠ ପଢ଼ିବାର ପ୍ରବଳ ଇଚ୍ଛା ଥିଲା।
ସ୍କୋଲିଓସିସ୍ ରୋଗରେ ଆକ୍ରାନ୍ତ ହୋଇଥିବା ଈରା ପ୍ରାଥମିକ ଶିକ୍ଷା ମେରଠର ସୋଫିଆ ଗାର୍ଲସ ସ୍କୁଲ୍ରୁ ଗ୍ରହଣ କରିଥିବା ବେଳେ ପରବର୍ତ୍ତୀ ସମୟରେ ଦିଲ୍ଳୀର ନେତାଜୀ ସୁଭାଷ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ବିଟେକ୍ କରିଛନ୍ତି। ତା’ପରେ ସେ ଦିଲ୍ଲୀ ୟୁନିଭରସିଟିରେ ଏମ୍ବିଏ କରିଛନ୍ତି।
ଈରା ଛୋଟ ବେଳରୁ ତାଙ୍କ ଜିଲ୍ଳାରେ ଅନେକ ଥର କର୍ଫ୍ୟୁ ଲାଗିବାର ଦେଖିଛନ୍ତି। ସେ ଯେତେବେଳେ ଶୁଣୁଥଲେ ଜିଲ୍ଲା ମାଜିଷ୍ଟ୍ରେଟ୍ ବା ଡିଏମ୍ କର୍ଫ୍ୟୁ ଆଦେଶ ଦେଇଛନ୍ତି ତ ସେ ଡିଏମ୍ଙ୍କୁ ଖୁବ୍ ପ୍ରଭାବଶାଳୀ ବୋଲି ଭାବୁଥିଲେ। ତା’ପରେ ସେ ନିଜକୁ ସେହି ସ୍ଥାନରେ ପହଞ୍ଚାଇବାର ସ୍ବପ୍ନ ଦେଖିବାରେ ଲାଗିପଡ଼ିଲେ। ହେଲେ ସେ ଦିବ୍ୟାଙ୍ଗ ଥିବା କାରଣରୁ ଲୋକ ତାଙ୍କ ଦକ୍ଷତାକୁ ନେଇ ସନ୍ଦେହ କରୁଥିଲେ। ମାତ୍ର ବିଶ୍ବାସ ହାରି ନଥିଲେ ଈରା। ସେ ଚେଷ୍ଟା ଜାରି ରଖିଥିଲେ ଓ ୩ ଥର ୟୁପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଜି ଉଦାହାରଣ ସାଜିଛନ୍ତି।
hindi.thebetterindia.comପ୍ରଥମ ୨ ଥର ତାଙ୍କର ଚୟନ ଆଇଆର୍ଏସ୍ ପଦରେ ହୋଇଥିଲା। ମାତ୍ର ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ସେ ପଦରେ ନିଯୁକ୍ତି ମିଳିଲାନି। ହେଲେ ଈରା ଆଇନ୍ର ସହାୟତା ନେଲେ ଓ ଲଢ଼ିକି ନିଜ ଅଧିକାର ହାସଲ କଲେ। ୨୦୧୪ ମସିହାରେ ସେ ଆଇଆର୍ଏସ୍ ଅଧିକାରୀ ବନିଲେ।
ସେତିକିରେ ସେ ଅଟକିଲେ ନାହିଁ। ସେ ପୁଣି ଥରେ ୟୁପିଏସ୍ସି ପରୀକ୍ଷା ଦେଲେ ଓ ୨୦୧୪ ମସିହାରେ ଟପ୍ପର ହୋଇ ଦେଶର ପ୍ରଥମ ଦିବ୍ୟାଙ୍ଗ ଟପ୍ପର ପାଲଟିଲେ। ଏହାସହିତ ସେ ନିଜର ଆଇଏଏସ୍ ବନିବାର ସ୍ବପ୍ନ ବି ପୂରା କରିଦେଲେ। ଆଜି ସେ ସମସ୍ତ ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ପାଲଟି ପାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/3-Times-Cracked-UPSC_Thumbnail.jpg)