ନୂଆଦିଲ୍ଲୀ: ଅନ୍ତସତ୍ତ୍ବା ସମୟରେ ବିମାନଯାତ୍ରା କରିବା ବିପଦପୂର୍ଣ୍ଣ ହୋଇଥାଏ। ନିକଟରେ ଜଣେ ମହିଳା ବିମାନରେ ଅତିରିକ୍ତ ଚାର୍ଜରୁ ବର୍ତ୍ତିବା ପାଇଁ ଅନ୍ତସତ୍ତ୍ତା ମହିଳାଙ୍କ ଭଳି ବେଶ ଧାରଣ କରିଥିବା ଘଟଣା ଚର୍ଚ୍ଚାର ପରିସରରେ ରହିଛି।
ଗ୍ରେସ ହେଲ ନାମକ ମହିଳା ଇଂଲଣ୍ଡରୁ ସ୍କଟଲ୍ୟାଣ୍ଡ ଯିବାକୁ ଥିବା ବିମାନରେ ଜିନିଷ ପାଇଁ ଅତିରିକ୍ତ ଚାର୍ଜରୁ ବର୍ତ୍ତିବା ପାଇଁ ସେ ଏକ ଅଦ୍ଭୁତ ଉପାୟ ଆପଣାଇଥିଲେ। ସେ ନିଜର କସମେଟିକ କିଟ ଓ କିଛି ଜ୍ୟାକେଟକୁ ପିନ୍ଧିଥିବା ଓଭରକୋଟ ତଳେ ଲୁଚାଇ ବେବି ବମ୍ପର ଆକୃତି ଦେଇ ଯାତ୍ରା କରିଥିବା ଜଣାପଡ଼ିଛି।
ସୋସିଆଲ ମିଡିଆରେ ଏହି ଘଟଣାକୁ ସେୟାର କରି ଗ୍ରେସ ହେଲ କହିଛନ୍ତି, ‘ମୁଁ ମୋର ଜିନିଷର ଅତିରିକ୍ତ ଚାର୍ଜରୁ ରକ୍ଷା ପାଇଁ ପାଇଁ ଗୁଗୁଲରେ ଅନ୍ତସତ୍ତ୍ବାର ବିଭିନ୍ନ ଅବସ୍ଥା ସମୟରେ ବେବି ବମ୍ପ କେମିତି ଦେଖାଯାଏ ତାହା ସର୍ଚ୍ଚ କରିଥିଲି। ଶେଷରେ ମୁଁ ୨୬ ସପ୍ତାହର ଅବସ୍ଥାକୁ ଅପଣାଇଥିଲି। କାଣର ୨୮ ସପ୍ତାହ ଅପଣାଇଥିଲେ ଡାକ୍ତରଙ୍କ ଅନୁମତି ଥିବା ପ୍ରମାଣପତ୍ର ଆବଶ୍ୟକତା ପଡ଼ିଥାଆନ୍ତି।
ତେଣୁ ମୁଁ ଅନ୍ତସତ୍ତ୍ବା ହୋଇ ବିମାନ ଯାତ୍ରା କରିବା ପୂର୍ବରୁ ରେଳ ଷ୍ଟେସନରେ ଅଭ୍ୟାସ କରିଥିଲି। କାରଣ ଯାତ୍ରା ସମୟରେ ଯଦି କୌଣସି ସାମଗ୍ରୀ ଖସିପଡ଼େ ତେବେ ଲଜ୍ଜାକର ଘଟଣା ହୋଇପାରେ। ଏମିତି କି ଲୋକଙ୍କ ସାମ୍ନାରେ ଅପମାନିତ ହେବାକୁ ବି ପଡ଼ିପାରେ।
ଅଭ୍ୟାସ ସଫଳ ରହିବା ପରେ ମୁଁ ବିମାନ ଯାତ୍ରା କରିଥିଲି। ନକଲି ଅନ୍ତସତ୍ତ୍ବା ହେବାର ନାଟକ କରି ମୁଁ ଲଣ୍ଡନରୁ ଏଡିନବର୍ଗ ପହଞ୍ଚି ଯାଇଥିଲି। ମୋର ଲୋକଙ୍କୁ ଅନୁରୋଧ ଯାତ୍ରା ପାଇଁ ଏମିତି ନକଲି ଅଭିନୟ କରିବେ ନାହିଁ। କାରଣ କୌଣସି ସମୟରେ ମହଙ୍ଗା ପଡ଼ିଯାଇପାରେ। ଜରିମାନା ବି ଭୋଗିବାକୁ ହୋଇପାରେ।’