ଆମେମାନେ ରେଳଯାତ୍ରା କଲା ବେଳେ ନିଜ ପାଇଁ ଯାତ୍ରୀ ଟିକେଟ୍ କରିବା ଅନିବାର୍ଯ୍ୟ। ତେବେ ଫ୍ରାନ୍ସ ଏଭଳି ଏକ ଦେଶ, ଯେଉଁଠି ଗେଣ୍ଡା ପରି ଇତର ପ୍ରାଣୀକୁ ମଧ୍ୟ ଟ୍ରେନ୍ରେ ନେବା ପାଇଁ ସ୍ବତନ୍ତ୍ର ଯାତ୍ରୀ ଟିକେଟ୍ର ଆବଶ୍ୟକତା ହୋଇଥାଏ। ସାଧାରଣତଃ ଜୀବଜନ୍ତୁମାନେ ଯାତ୍ରୀବାହୀ ଯାନରେ ନଯାଇ ଅନ୍ୟାନ୍ୟ ପରିବହନ ଯାନ ବା ସ୍ବତନ୍ତ୍ର ବଗିରେ ପରିବାହିତ ହୋଇଥା’ନ୍ତି। ତେବେ ଫ୍ରାନ୍ସର ଆଇନ ଅନୁଯାୟୀ, ମନୁଷ୍ୟ ସହିତ ପାଞ୍ଚ କେଜି ଓଜନରୁ କମ୍ ଓଜନ ବିଶିଷ୍ଟ ପ୍ରାଣୀମାନେ ମଧ୍ୟ ରେଳଯାତ୍ରା କରିପାରିବେ। ମାତ୍ର ସେଥିପାଇଁ ସ୍ବତନ୍ତ୍ର ଟିକେଟ ଲାଗୁହେବ। ଅପରପକ୍ଷେ, ଗେଣ୍ଡା ପାଇଁ ସେଠାରେ ଆଉ ଏକ ବିଚିତ୍ର ନିୟମ ରହିଛି।
ଯଦି ଗେଣ୍ଡାକୁ ଖାଦ୍ୟ ସାମଗ୍ରୀ ଆକାରରେ କୌଣସି ଟିଫିନ୍ ବକ୍ସରେ ନିଆଯାଉଥାଏ, ତେବେ ସେଥିପାଇଁ କୌଣସି ଟିକେଟ ପଡ଼ିବନି। ଅନ୍ୟଥା ଖୋଲାରେ ବିନା ଟିକେଟ୍ରେ ଗେଣ୍ଡା ନେଉଥବା ଯାତ୍ରୀଙ୍କ ଉପରେ ଜରିମାନା ଲାଗୁ ହୋଇଥାଏ। ଗେଣ୍ଡାକୁ ଫରାସୀମାନେ ଏକ ପରମ ସୁସ୍ବାଦୁ ବ୍ୟଞ୍ଜନ ଭାବେ ବ୍ୟବହାର କରିଥାନ୍ତି। ଫ୍ରାନ୍ସରେ ଗେଣ୍ଡା ଆହାର ଏକ ଲୋକପ୍ରିୟ ଭୋଜନ। ଗେଣ୍ଡା ମାଂସ ତରକାରି ହେଉ ବା ଶୁଖିଲା ଟଚପଟି ଖାଦ୍ୟ ହେଉ, ଫ୍ରାନ୍ସବାସୀ ଗେଣ୍ଡା ମାଂସ ମିଶ୍ରିତ ଖାଦ୍ୟପଦାର୍ଥରୁ ଅପାର ଆନନ୍ଦ ଉଠାଇଥାନ୍ତି। ଏକ ଆକଳନ ଅନୁଯାୟୀ, ସେଠାରେ ଏଥିପାଇଁ ବର୍ଷକୁ ୪୦,୦୦୦ ମେଟ୍ରିକ୍ ଟନ୍ ଓଜନର ଗେଣ୍ଡା ମାରିଥାଆନ୍ତି। ଏତେ ପରିମାଣର ଗେଣ୍ଡା କେବଳ ଫ୍ରାନ୍ସରୁ ସଂଗୃହୀତ ହେବା ସମ୍ଭବ ନୁହେଁ। ତେଣୁ ସେଗୁଡ଼ିକ ସମଗ୍ର ପୂର୍ବ-ୟୁରୋପ ଓ ବାଲକାନ୍ ରାଷ୍ଟ୍ର ସମୂହରୁ ଆମଦାନି କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/hf4k65h4hk64kh65hk.jpg)