ଏଣିକି ମାତ୍ର ତିନୋଟି ଦସ୍ତାବିଜ ଦେଲେ ତିନି ଦିନ ମଧ୍ୟରେ ଆପଣଙ୍କୁ ମିଳିଯିବ ପାସପୋର୍ଟ। ଏକଥା ଆମେ କହୁ ନାହୁଁ ବରଂ ନିକଟରେ ପରିବର୍ତ୍ତିତ ନିୟମ ତଥା ନୂଆ ନିୟମରେ ଏଭଳି ଉଲ୍ଲେଖ ରହିଛି। ତେବେ ଏହା କିପରି ସମ୍ଭବ, ଆସନ୍ତୁ ଜାଣିବା ଏ ସଂପର୍କରେ ଅଧିକ ସୂଚନା।
ପାସପୋର୍ଟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ତତକାଳ ପାସପୋର୍ଟ ପାଇଁ ଏଣିକି ଭେରିଫିକେସନ ସାର୍ଟିଫିକେଟ୍ ଦେବାକୁ ପଡିବ ନାହିଁ। ଯାହାକୁ ପାସପୋର୍ଟର ନୂଆ ନିୟମରେ ସ୍ଥାନ ଦିଆଯାଇଛି ଆଉ ଏହ ନୂଆ ନିୟମ ୨୫ ଜାନୁଆରିରୁ ଲାଗୁ କରାଯାଇଛି।
ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଆଟାଚମେଂଟ ଏଫ ଅନୁସାରେ ତତକାଳ ଶ୍ରେଣୀର ପାସପୋର୍ଟର ସୁପାରିସ କରୁଥିବା କ୍ଲାସ୍ ୧ର ଅଧିକାରୀଙ୍କ ଦ୍ୱାରା ପ୍ରମାଣପତ୍ର ଜାରି କରିବାର ଦରକାର ପଡୁଥିଲା, ଯାହାର ଆବଶ୍ୟକତା ଏବେ ପଡ଼ିନପାରେ। ନୂଆ ନିୟମ ଅନୁସାରେ, କୌଣସି ଆବେଦନକାରୀ ସମସ୍ତ ଆବଶ୍ୟକୀୟ ଦସ୍ତାବିଜଗୁଡିକୁ ଉପଲବ୍ଧ କରିଥାନ୍ତି ଏବଂ ଏ ସମସ୍ତ ବୈଧ ଦସ୍ତାବିଜ ଅଟେ। ତେବେ ଏହାର ପୃଷ୍ଟି କରିବା ପାଇଁ ମଧ୍ୟ ଜଣେ ମଧ୍ୟସ୍ଥିର ଆବଶ୍ୟକତା ପଡୁଥିଲା ଯାହାକି ଏବେ ଆଉ ଦରକାର ପଡିବନାହିଁ। ଆବେଦେନକାରୀଙ୍କୁ ଅତି ସହଜରେ ତତକାଳ ପାସପୋର୍ଟ ମିଳିଯିବ।
/sambad/media/post_attachments/wp-content/uploads/2018/02/passport-300x141.jpg)
ଆଧାର କାର୍ଡ ସହିତ ପୂର୍ବ ର୍ନିଦ୍ଧାରିତ ୧୨ ଟି ଦସ୍ତାବିଜ ତଥା ଭୋଟର, ପାନ କାର୍ଡ, ବ୍ୟାଙ୍କ, ପୋଷ୍ଟ ଅଫିସ ପାସବୁକ, ରାସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଜନ୍ମ ପ୍ରମାଣପତ୍ର, କର୍ମଚାରୀ ପ୍ରମାଣପତ୍ର ଇତ୍ୟାଦି ମଧ୍ୟରୁ କୌଣସି ବି ଦୁଇଟି ଦସ୍ତାବିଜ ବ୍ୟତୀତ କୌଣସି କ୍ରିମିନାଲ ରେକର୍ଡ ନଥିବା ନେଇ ସ୍ୱୟଂ ଘୋଷିତ ଶପଥପତ୍ର ସହିତ ଆବେଦନ କରିବାକୁ ହେବ।
ସେହିପରି ଆବେଦନକାରୀଙ୍କୁ ତତକାଳ ପାସପୋର୍ଟ ପାଇଁ ବର୍ତ୍ତମାନ ସାଧାରଣ ପାସପୋର୍ଟରୁ ୨୦୦୦ ଟଙ୍କାର ଅତିରିକ୍ତ ପେମେଂଟ କରିବାକୁ ପଡ଼ିବ। ଏଭଳି କରିବା ଦ୍ୱାରା ତିନି ଦିନ ମଧ୍ୟରେ ହିଁ ଆପଣଙ୍କୁ ତତକାଳ ପାସପୋର୍ଟ ଜାରି କରିଦିଆଯିବ। ପୁଲିସ୍ ଭେରିଫିକେସନର ଅପରାଧିକତା ପରେ ଯାଇ ଆରମ୍ଭ କରାଯିବ।
ତେବେ ବର୍ତ୍ତମାନ ପାସପୋର୍ଟ ତିଆରି ପାଇଁ ନାଗରିକଙ୍କୁ ଅତିକମରେ ୧୫୦୦ ଟଙ୍କା ଜମା କରିବାକୁ ପଡ଼ିବ। ଯେବେକି ପୂର୍ବରୁ ତତକାଳ ପାସପୋର୍ଟ ଫିସ ବାବଦକୁ ୩୫୦୦ ଟଙ୍କା ଦେବାକୁ ପଡୁଥିଲା। ଏଠାରେ ଆମେ କହି ରଖୁଛୁ କି, ଏହି ନୂଆ ନିୟମ ଲାଗୁ ହେବା ଦ୍ୱାରା ପାସପୋର୍ଟ ଏଜେଂଟଙ୍କ ପଛରେ ଆଉ ଆପଣଙ୍କୁ ଗୋଡାଇବାକୁ ପଡିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Secondary-US-Passport.jpg)