ପଟି ଦିଅଁ ଓ ଦାରୁ ଦିଅଁ

ଶ୍ରୀଜଗନ୍ନାଥଙ୍କ ଅଣସର ସମୟରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କର ପ୍ରତିରୂପ ରୂପେ ପୂଜା ପାଆନ୍ତି ତିନି ପଟପ୍ରତିମା। ସେମାନେ ଅଣସର ପଟି ବା ‘ପଟିଦିଅଁ’ ଭାବରେ ବିଦିତ। ତାଙ୍କର ନାଆଁ ଯଥାକ୍ରମେ ଶ୍ରୀବାସୁଦେବ, ଶ୍ରୀନାରାୟଣ ଓ ଶ୍ରୀଭୁବନେଶ୍ୱରୀ। ସେଥିରେ ଶ୍ରୀସୁଦର୍ଶନ ଶ୍ରୀନାରାୟଣ ପ୍ରତିମାଙ୍କର ଶ୍ରୀହସ୍ତରେ ଚକ୍ରରୂପେ ଅବସ୍ଥିତ ଥାଆନ୍ତି।

ଶ୍ରୀବିଗ୍ରହ ବା ପ୍ରଭୁଙ୍କ ପ୍ରତିମା ବିଷୟରେ ବ୍ୟାସଦେବକୃତ ‘ଶ୍ରୀମଦ୍ ଭାଗବତ’ରେ ଉଲ୍ଲେଖ ଅଛି। ସେଥିରେ ବର୍ଣ୍ଣିତ ଆଠପ୍ରକାରର ପ୍ରତିମା ମଧ୍ୟରୁ ‘ଚିତ୍ରପ୍ରତିମା’ ଅନ୍ୟତମ। ଏହି ପ୍ରତିମାଙ୍କୁ ପାରମ୍ପରିକ ରୀତିରେ ଶ୍ରୀମନ୍ଦିରର ଚିତ୍ରକାର ସେବକ ଅଙ୍କନ କରିଥାଆନ୍ତି। ଏହି ସମୟରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଶ୍ରୀସୁଭଦ୍ରା ଆଦି ଦାରୁଦିଅଁମାନଙ୍କର ଗୁପ୍ତସେବା ଚାଲିଥିବାରୁ ସେମାନଙ୍କର ଦର୍ଶନ ନିଷେଧ ଥାଏ। ସେଥିପାଇଁ ଏହି ପଟପ୍ରତିମାଙ୍କଠାରେ ଶ୍ରୀଦାରୁଦିଅଁଙ୍କର ସମସ୍ତ ପୂଜାଅର୍ଚ୍ଚନା କରାଯାଇଥାଏ। ଏ ସଂପର୍କରେ ‘ନୀଳାଦ୍ରି ମହୋଦୟ’ରେ ସବିଶେଷ ଉଲ୍ଲେଖ ଅଛି। ଏହି ତିନି ପଟପ୍ରତିମା ଚତୁର୍ଭୁଜ ରୂପେ ଅଙ୍କିତ ହୋଇଥାଆନ୍ତି।

ଶ୍ରୀବିଗ୍ରହ ବା ପ୍ରଭୁଙ୍କ ପ୍ରତିମା ବିଷୟରେ ବ୍ୟାସଦେବକୃତ ‘ଶ୍ରୀମଦ୍ ଭାଗବତ’ରେ ଉଲ୍ଲେଖ ଅଛି। ସେଥିରେ ବର୍ଣ୍ଣିତ ଆଠପ୍ରକାରର ପ୍ରତିମା ମଧ୍ୟରୁ ‘ଚିତ୍ରପ୍ରତିମା’ ଅନ୍ୟତମ। ଏହି ପ୍ରତିମାଙ୍କୁ ପାରମ୍ପରିକ ରୀତିରେ ଶ୍ରୀମନ୍ଦିରର ଚିତ୍ରକାର ସେବକ ଅଙ୍କନ କରିଥାଆନ୍ତି।

ଏ ପ୍ରସଙ୍ଗରେ ପ୍ରଶ୍ନ ଉଠେ- ଏହି ପଟିଦିଅଁ ବା ପଟପ୍ରତିମା କ’ଣ ବ୍ରହ୍ମ? ଏହାର ଉତ୍ତର ଅଛି ‘ନୀଳାଦ୍ରିମହୋଦୟ’ରେ। ସେଥିରେ କୁହାଯାଇଛି, ଯେତେବେଳେ ଦାରୁବ୍ରହ୍ମ ଅଣସର ଘରେ ରହିଥାଆନ୍ତି, ସେତେବେଳେ ସେଠାରେ ଦାରୁବିଗ୍ରହଙ୍କର ପୂଜା ହୁଏନାହିଁ। କାରଣ, ସେତେବେଳେ ଦାରୁରୂପୀ ଶ୍ରୀଜଗନ୍ନାଥ ପଟକୁ ଆଶ୍ରୟ କରି ରହିଥାଆନ୍ତି। ସେହି ସମୟରେ ପଟବ୍ରହ୍ମ ହିଁ ଦାରୁବ୍ରହ୍ମ ରୂପେ ପୂଜିତ ହୋଇଥାଆନ୍ତି। ଅଣସର ଶେଷରେ ଏହି ପଟବ୍ରହ୍ମଙ୍କର ବିସର୍ଜନ କରାଯାଏ ଏବଂ ଦାରୁବିଗ୍ରହମାନେ ଦାରୁବ୍ରହ୍ମ ଭାବରେ ନବଯୌବନରେ ଦର୍ଶନ ଦେଇଥାଆନ୍ତି।

ସମ୍ବନ୍ଧିତ ଖବର