ଏବେ କମ୍‌ ଖର୍ଚ୍ଚରେ ଆମ ଦେଶରେ ମିଳିବ ରକ୍ତ କର୍କଟର ଉନ୍ନତମାନର ଚିକିତ୍ସା ସୁବିଧା!

କ୍ୟାନସର ବା କର୍କଟ ରୋଗ ଏକ ମାରାତ୍ମକ ରୋଗ। ଠିକ୍‌ ସମୟରେ ଏହାର ଚିକିତ୍ସା କରାନଗଲେ ରୋଗୀର ମୃତ୍ୟୁ ସୁନିଶ୍ଚିତ। ଆଉ ଏହି ରୋଗର ଚିକିତ୍ସା ପାଇଁ ମଧ୍ୟ ଅନେକ ଟଙ୍କା ଖର୍ଚ୍ଚ ହୁଏ। ଯାହାକି ସମସ୍ତଙ୍କର ଦ୍ୱାରା ଚିକିତ୍ସା କରିବା ସମ୍ଭବପର ନୁହେଁ। ତେବେ ରକ୍ତ କର୍କଟର ଶସ୍ତା ଓ ଉନ୍ନତମାନର ଚିକିତ୍ସା ଖୁବ୍‌ ଶୀଘ୍ର ଆମ ଦେଶରେ ହେବାକୁ ଯାଉଛି। ପାଟଣା ଏମ୍‌ସରେ ଏହି ରୋଗର ଚିକିତ୍ସା ଆରମ୍ଭ ହେବାକୁ ଯାଉଛି।

ଏଠାରେ ଥିବା ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‌ସ) କ୍ୟାନସରର ଚିକିତ୍ସା ପାଇଁ କେମୋଥେରାପି ଓ ରେଡ଼ିଓଥେରାପି ବ୍ୟତୀତ ଆଉ ଗୋଟିଏ ପାଦକୁ ଯାଇ ଯୁକ୍ତି ଉପସ୍ଥାପନ କରିଛନ୍ତି। ଜେନେଟିକ ଇଞ୍ଜିନିୟରିଂ ଉପରେ ଆଧାରିତ ଇମ୍ୟୁନୋଥେରାପି ଜରିଆରେ ରକ୍ତ କର୍କଟ ରୋଗର ଚିକିତ୍ସା ଏବେ ପର୍ଯ୍ୟନ୍ତ ବିଦେଶୀରେ ହିଁ ସମ୍ଭବ ଥିଲା ଯାହା ବହୁ ବ୍ୟୟବହୁଳ ଥିଲା। ତେବେ ଏହା ଆମ ଦେଶରେ ସୁଲଭ ମୂଲ୍ୟରେ ହୋଇପାରିବ ବୋଲି ଆଶା କରାଯାଉଛ। ବର୍ତ୍ତମାନ ପାଟଣା ଏମ୍‌ସରେ କାର-ଟି ସେଲ (ଚିମେରିକ ଆଂଟିଜେନ୍‌ ରିସେପ୍ଟଟ-ଟ୍ୟୁମର) କୋଶିକା ପ୍ରସ୍ତୁତ କରାଯିବ।

ଚିକିତ୍ସାର ଏହି ନୂଆ ସୁବିଧା ଅନୁସାରେ କ୍ୟାନସର ପୀଡ଼ିତ ରୋଗୀଙ୍କ ରକ୍ତକୁ ଲ୍ୟାବରେ ୨୨ ଦିନ ଭିତରେ ଲକ୍ଷ ଲକ୍ଷ ସଂଖ୍ୟାରେ କାର-ଟି ସେଲ ପ୍ରସ୍ତୁତ କରାଯିବ। ଲ୍ୟାବରେ ତିଆରି ହୋଇଥିବା ଏହି ସେଲ୍‌ ଶରୀରକୁ ପ୍ରବେଶ କରିବା ପରେ ଗୁଣାତ୍ମକ ବେଗ ବୃଦ୍ଧିି କରିବ ଓ ଟ୍ୟୁମର ସେଲୁକୁ ନଷ୍ଟ କରିବ। ଏହି ଚିକିତ୍ସା ପ୍ରଣାଳୀକୁ ଇମ୍ୟୁନୋଥେରାପୀ କୁହାଯାଏ। ଯାହାଦ୍ୱାରା ଶରୀରର ପ୍ରତିରୋଧୀ ତନ୍ତ୍ରରୁ କ୍ୟାନସର କୋଶିକାକୁ ସମାପ୍ତ କରିଦିଆଯାଏ। କାର-ଟି ସେଲ ଚିକିତ୍ସା ପଦ୍ଧତି ଆମେରିକା କାଲିଫର୍ଣ୍ଣିଆରେ ଉଦ୍ଭାବନ ହୋଇଥିଲା।

ଆପଣ ସମସ୍ତେ ଜାଣନ୍ତି ରକ୍ତ କର୍କଟର ଚିକିତ୍ସା ପଦ୍ଧତି ପାଇଁ ଅନେକ ଟଙ୍କା ଖର୍ଚ୍ଚ ହୁଏ। ଅଧିକ ଟଙ୍କା ଖର୍ଚ୍ଚ ହେବା ସହ ଏହା କେବଳ ବିଦେଶରେ ହିଁ ଉପଲବ୍ଧ ହୋଇଥାଏ। ଆଉ ସେଥିପାଇଁ ପ୍ରାୟ ରୋଗୀ ମୃତ୍ୟୁମୁଖରେ ପଡ଼ନ୍ତି । ବ୍ଲଡ଼ କ୍ୟାନସର ରୋଗର ଚିକିତ୍ସା ପାଇଁ ବିଦେଶରେ ପ୍ରାୟ ୩.୨୦ କୋଟି ଖର୍ଚ୍ଚ କରିବା ପାଇଁ ପଡ଼େ। ପ୍ରାରମ୍ଭିକ ଆକଳନ ଅନୁସାରେ ପାଟଣା ଏମ୍‌ସରେ ଏହି ରୋଗର ଚିକିତ୍ସା ପାଇଁ ମାତ୍ର ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଯଦି ଏପରି ସମ୍ଭବ ହୁଏ ତେବେ ଦେଶବାସୀ ନିଶ୍ଚିତ ଉପକୃତ ହେବେ।

ସମ୍ବନ୍ଧିତ ଖବର