ବିହାରରେ ପୁଲିସ ଗାଡ଼ିକୁ ମିଳୁନାହିଁ ପେଟ୍ରୋଲ-ଡିଜେଲ !

ପାଟନା: ବିହାରରେ ପୁଲିସ ଗାଡିକୁ ମିଳୁନି ପେଟ୍ରୋଲ ଓ ଡିଜେଲ । ଏ କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । କିନ୍ତୁ ଏଭଳି ଏକ ଘଟଣା ବିହାରର ରାଜଧାନୀ ପାଟନାରୁ ସାମ୍ନାକୁ ଆସିଛି । ଯେଉଁଠି ପୁଲିସ ଗାଡିକୁ ପେଟ୍ରୋଲ ଓ ଡିଜେଲ ମିଳୁନାହିଁ ।

ସୂଚନା ଅନୁସାରେ ପାଟନାରେ ସମସ୍ତ ପୁଲିସ ଗାଡି ଦୀର୍ଘ ଦୁଇ ବର୍ଷ ଧରି ପେଟ୍ରୋଲ ଓ ଡିଜେଲ ପକାଇ ଆସୁଛନ୍ତି । କିନ୍ତୁ ଏତେ ଦିନ ବିତିବା ପରେ ମଧ୍ୟ ଯେତେ ବେଳେ ବିଲ କଥା ଉଠୁଛି ବାବୁ ମାନେ ଆଜି ‌ଦିଆଯିବା, କାଲି ଦିଆଯିବ କହି ଦିନ ଗଡେଇ ଚାଲିଛନ୍ତି । ଏ ପର୍ଯ୍ୟନ୍ତ ଟଙ୍କା ଟିଏ ବି ବିଲ ଦେଇନଥିବା ଜଣାପଡିଛି । ଏହା ଫଳରେ ବକେୟା ଟଙ୍କା ୫ କୋଟି ପାଖାପାଖି ପହଞ୍ଚିଥିବା ଅଭିଯୋଗ ହୋଇଛି । ତେଣୁ ପ୍ରଥମେ ବକେୟା ଦିଅ ଓ ପରେ ତେଲ ନିଅ ବୋଲିି କହିଛନ୍ତି ପେଟ୍ରୋଲ ପମ୍ପ ସଞ୍ଚଳକ ।

jagran

ବିପୁଳ ପରିମାଣର ଟଙ୍କା ବାକି ଥିବାରୁ ଜାନୁଆରୀ ୧ରୁ ପେଟ୍ରୋଲ ପମ୍ପରେ ଏକ ବିଜ୍ଞପ୍ତି ଲଗାଯାଇଛି। ଏଥିରେ ଲେଖାଯାଇଛି ଯେ, ବାକି ଟଙ୍କା ଦେବା ପରେ ହିଁ ପେଟ୍ରୋଲ ଓ ଡିଜେଲ ଯୋଗାଇ ଦିଆଯିବ। ବର୍ତ୍ତମାନ କେବଳ ସେହି ଯାନଗୁଡିକୁ ପେଟ୍ରୋଲ ଓ ଡିଜେଲ ଦିଆଯାଉଛି ଯେଉଁମାନେ ନଗଦ ରାଶି ଦେଉଛନ୍ତି।

ସମ୍ବନ୍ଧିତ ଖବର