କରୋନା ମହାମାରୀର ପ୍ରକୋପରେ ଆମ ଆଖପାଖର ଅନେକ କିଛି ବଦଳି ଯାଇଛି। କିଛି ବର୍ଷ ତଳେ ଯେଉଁ ମାସ୍କକୁ ଲୋକେ କେବେ କେବେ ବ୍ୟବହାର କରୁଥିଲେ ଏବେ ତାହା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଲଟି ଯାଇଛି। ଏବେ ବଜାରରେ ବିଭିନ୍ନ ରକମର ଫେସ୍ ମାସ୍କ ମିଳୁଥିବା ବେଳେ ସବୁଠାରୁ ଚର୍ଚ୍ଚାରେ ରହିଛି ସୁନାର ମାସ୍କ। ଏହା ମାସ୍କକୁ ପାଟ୍ନାର ଏକ ଅଳଙ୍କାର ଏକ୍ଜିବିସନ୍(ପ୍ରଦର୍ଶନୀ)ରେ ଦେଖିବାକୁ ମିଳିଛି। ଏହି ମାସ୍କ ଲୋକଙ୍କୁ ଖୁବ୍ ମାତ୍ରାରେ ଆକର୍ଷିତ କରିବାରେ ଲାଗିଛି। ଏହି ମାସ୍କ କେବଳ କରୋନାଠୁ ଦୂରେଇ ରଖିବ ତାହା ନୁହେଁ, ବରଂ ପାର୍ଟି-ଉତ୍ସବରେ ଆପଣଙ୍କ ସୁନା ପିନ୍ଧିବାର ଇଚ୍ଛାକୁ ବି ପୂରା କରିବ।
ପାଟ୍ନାର ଜ୍ଞାନ ଭବନରେ ୩ ଦିନ ଧରି ଚାଲିବାକୁ ଥିବା ଏହି ଏକ୍ଜିବିସନ୍ରେ ସୁନାର ମାସ୍କ ଦେଖାଯିବା ପରେ ଏହା ଏବେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି। ଏହି ପ୍ରଦର୍ଶନୀରେ ବାକି ଗହଣା ବି ଦେଖିବା ପରି ହୋଇଛି। ମାତ୍ର ମଡେଲ୍ ଯେବେ ସୁନାର ଗହଣା ପିନ୍ଧିକି ପ୍ରଦର୍ଶନୀରେ ନଜର ଆସିଥିଲେ ସେତେବେଳେ ଲୋକଙ୍କ ପ୍ରତିକ୍ରିୟା ଦେଖିବା ପରି ଥିଲା। ତେବେ, ଏହି ପ୍ରଦର୍ଶନୀରେ ଏବେ ପର୍ଯ୍ୟନ୍ତ ମାତ୍ର ୩ ଜଣ ଲୋକ ଏହି ସୁନାର ମାସ୍କ ବୁକି କରିଥିବା ଜାଣିବାକୁ ମିଳିଛି।
ଅଳଙ୍କାର ଦୁନିଆର ଗବେଷକଙ୍କ ମାନିବା କଥା ହେଲା, ଆଗାମୀ ଦିନରେ ଏହି ସୁନାର ମାସ୍କର ଚାହିଦା ଢେର୍ ବଢ଼ିବ। ସେମାନଙ୍କ ମାନିବା କଥା ହେଉଛି, ଶରୀରର ଅନ୍ୟ କୌଣସି ସ୍ଥାନରେ ପିନ୍ଧା ଯାଉଥିବା ଗହଣା ତୁଳନାରେ ଏହି ସୁନାର ମାସ୍କ ସବୁଠାରୁ ଅଧିକ ଟ୍ରେଣ୍ଡିଂ ଦିଶିବ।