ନୂଆଦିଲ୍ଲୀ: ଶାହାରୁଖ ଖାନଙ୍କ ଫିଲ୍ମ 'ଓମ୍ ଶାନ୍ତି ଓମ୍'ର ଏକ ସଂଳାପ ଶୁଣିବାକୁ ମିଳିଥିଲା। ଏହି ସଂଳାପ ଟି ହେଉଛି, ‘କୁହାଯାଏ ଯଦି ତୁମେ ହୃଦୟରୁ କିଛି ଚାହୁଁଛ, ତେବେ କାୟନାତ (ବିଶ୍ବ) ତୁମକୁ ତାହା ଦେବାକୁ ଚେଷ୍ଟା କରିଥାଏ।' ଏହି ସଂଳାପଟି ସହ ବାସ୍ତବ ଜୀବନରେ ଖାପଖାଇ ଥିବା ଏକ ଘଟଣା ଦେଖିବାକୁ ମିଳିଛି।
ନିକଟରେ କାନାଡାରୁ ଏକ ବିଚିତ୍ର ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଦୁହିଁଙ୍କୁ ନିଜ ପ୍ରେମକୁ ସଫଳ କରିବାରେ ଦୀର୍ଘ ୭୦ବର୍ଷ ଲାଗି ଯାଇଛି। ଆଜ୍ଞା ହଁ! ପ୍ରେମ କରିବା ପରେ କାନାଡାର ଏକ ଦମ୍ପତିଙ୍କୁ ବିବାହ କରିବା ପାଇଁ ୭୦ ବର୍ଷ ଲାଗିଯାଇଛି। ଉଭୟଙ୍କ ପ୍ରେମ କାହାଣୀ ୧୯୫୦ମସିହାରୁ ଆରମ୍ଭ ହୋଇଥିଲା । ଯେତେବେଳେ ଦୁହେଁ ହାଇସ୍କୁଲରେ ପାଠପଢ଼ୁଥିଲେ। ସେହି ସମୟରେ ପାଉଲ ଏବଂ ହାର୍ଭେରୀ ପରସ୍ପରକୁ ଭଲ ପାଉଥିଲେ । ଭଲ ପାଇବାର ପାଞ୍ଚ ବର୍ଷ ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବିଚ୍ଛେଦ ହୋଇଯାଇଥିଲା।
ସିବିସିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୧୯୯୫ ମସିହାରେ ପାଉଲ କାମ ପାଇଁ ଟରେଣ୍ଟୋ ଚାଲି ଯାଇଥିଲେ। ସେଠାରେ ସେ କାମ କରିବା ଆରମ୍ଭ କରିଥିଲେ। କିନ୍ତୁ ସେଠାରେ ଅର୍ଥର ଅଭାବ ଦେଖା ଦେଇଥିଲା । ଏହାପରେ ପାଉଲଙ୍କୁ ତାଙ୍କ ସାଙ୍ଗ ଏକ ଚାକିରି ଦେଇଥିଲେ । ଏହି ଚାକିରି କିଛିଦିନ କରିବା ପାଉଲ ନିଜ ସହରକୁ ଫେରି ଥିଲେ କିନ୍ତୁ ସେତେବେଳେ ହାର୍ଭେରୀ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ।
କିଛି ବର୍ଷ ପରେ ପାଉଲଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହିତ ଆଉ ହାର୍ଭେରୀଙ୍କ ଅନ୍ୟ ଜଣେ ପୁରୁଷଙ୍କ ସହିତ ବିବାହ ହୋଇଯାଇଥିଲା। ହାର୍ଭେରୀ ୮୧ବର୍ଷରେ ନିଜର ସ୍ବାମୀକୁ ହରାଇଥିବା ବେଳେ ପାଉଲ ୮୪ବର୍ଷରେ ନିଜ ପତ୍ନୀଙ୍କୁ ହରାଇ ଥିଲେ ।
ଏଭଳି ସମୟରେ ବିଧାତାଙ୍କ ଖେଳ ଆଉ କିଛି ଥିଲା। ୬୫ ବର୍ଷ ପରେ ଏକ ରିୟୁନିୟନ ପାଇଁ ପାଉଲ ଓ ହାର୍ଭେରୀ ନିଜ ନିଜ ସହରକୁ ଫେରି ଥିଲେ। ଏଠାରୁ ଉଭୟଙ୍କ ପୁଣି କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଅନେକ ମାସ ପର୍ଯ୍ୟନ୍ତ ଦୁହେଁ ଫୋନରେ ବି କଥା ହୋଇଥିଲେ। ଶେଷରେ ଗତ ବର୍ଷ ଅର୍ଥାତ ୨୦୨୦ ଅଗଷ୍ଟ ୮ ତାରିଖରେ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ।
ଏହି ବିବାହକୁ ନେଇ ପାଉଲ କହନ୍ତି, ସେ ଜଣେ ପରୀ, ଯିଏ ମୋ ପାଇଁ ସ୍ୱର୍ଗରୁ ଓହ୍ଲାଇ ଆସିଛନ୍ତି।
(ସୌଜନ୍ୟ: ଜି ନିୟୁଜ୍)