ନୂଆଦିଲ୍ଲୀ: ମାଇକ୍ରୋସ୍କୋପରେ ମୟୁରପୁଚ୍ଛ କିପରି ଦେଖାଯାଏ କେବେ ପରୀକ୍ଷା କରିଛନ୍ତି କି? ନିକଟରେ ମାଇକ୍ରୋସ୍କୋପରେ ମୟୁରପୁଚ୍ଛ କିପରି ଦେଖାଯାଏ ତାହାର ଏକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ମୟୂର ଯେତେବେଳେ ପୁଚ୍ଛ ମେଲାଇ ଥାଏ, ତାହାର ସୌନ୍ଦର୍ଯ୍ୟ ଅଦ୍ଭୁଦ ହୋଇଥାଏ। ଏଦୃଶ୍ୟ କିନ୍ତୁ ଭାଗ୍ୟ ଥିଲେ ଦେଖିବାକୁ ମିଳିଥାଏ। କେହିବି ଯଦି ମୟୁରପୁଚ୍ଛରୁ ଗୋଟିଏ ପାଇଯାଆନ୍ତି ତାକୁ ସମ୍ଭାଳି ରଖି ଥାଆନ୍ତି। ଏହି ମୟୁରପୁଚ୍ଛକୁ କେବେ ଅତି ନିକଟରୁ ଦେଖିବା ପାଇଁ ଚେଷ୍ଟା କରିଛନ୍ତି କି।
ମାଇକ୍ରୋସ୍କୋପ ଜରିଆରେ ନିକଟରେ ମୟୁରପୁଚ୍ଛ କିପରି ଦେଖାଯାଏ ତାହାର ଏକ ଫଟୋ ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ@tardibadelରେ ସେୟାର କରାଯାଇଛି। ସେୟାର ଫଟୋକୁ ଦେଖି ଲୋକେ ଗ୍ରାଫିକ ବୋଲି କହୁଛନ୍ତି। ମାଇକ୍ରୋସ୍କୋପ କ୍ୟାମେରାରେ କୈଦ ହୋଇଥିବା ଫଟୋରେ ମୟୁରପୁଚ୍ଛର ଗୋଟେଗୋଟେ ଅଂଶର ରଙ୍ଗ ଯେମିତି ସ୍ପଷ୍ଟ ଭାବେ ଦେଖାଯାଉଛି, ତାହାକୁ ଦେଖି ଲାଗୁଛି ଏହାକୁ ଜଣେ ବଡ଼ ଚିତ୍ରଶିଳ୍ପୀ ମନଧ୍ୟାନ ଦେଇ ଯତ୍ନରେ ଆଙ୍କିଛନ୍ତି।
ପ୍ରକୃତିରେ ଏମିତି ଅନେକ ଜିନିଷ ଅଛି ଯାହାର ସୌନ୍ଦର୍ଯ୍ୟକୁ ତୁଳନା କରାଯାଇପାରିବ ନାହିଁ। ଥରେ ଦେଖିଦେଲେ ଆଖି ଲାଖି ଯାଇଥାଏ।