ଦିନକୁ ଦିନ ବଦଳିବାରେ ଲାଗିଛି ଲୋକମାନଙ୍କର ଜୀବନଶୈଳୀ। ବର୍ତ୍ତମାନର ଆଧୁନିକ ଯୁଗରେ ଲୋକମାନଙ୍କର ଚାଲିଚଳନ, ବେଶଭୂଷାରେ ପରିବର୍ତ୍ତନ ଘଟିବା ସହିତ ଚାକଚକ୍ୟଭରା କୋଠାରେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି। କିନ୍ତୁ ଆଜି ବି ବିଶ୍ୱରେ ଏପରି ସ୍ଥାନ ଅଛି ଯେଉଁଠି ଲୋକମାନେ ପାତାଳରେ ବସବାସ କରୁଛନ୍ତି। ତେବେ ଆସନ୍ତୁ ଏହି ପାତାଳ ଲୋକଙ୍କ ବିଷୟରେ ଅଧିକ ଜାଣିବା।
Sambad is now on WhatsApp
Join and get latest news updates delivered to you via WhatsApp
ଆଫ୍ରିକାରେ ଅବସ୍ଥିତ ଥିବା ଏକ ସ୍ଥାନ ଟ୍ୟୁନିସିୟାର ଅଧିବାସୀ ଆଜି ମଧ୍ୟ ଏଭଳି ପାତାଳ ଲୋକ ନଗରୀ ମଧ୍ୟରେ ବସବାସ କରୁଛନ୍ତି। ଏଭଳି ଘର ପ୍ରାୟ ଏକ ଦଶନ୍ଧୀ ତଳେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ।
ଟ୍ୟୁନିସିୟାର ଦଜେବେଲ ନାମକ ସ୍ଥାନରେ ଏଭଳି ଅନେକ ଘର ଅଛି ଯାହା ଭୂମି ତଳେ ତିଆରି କରାଯାଇଛି। ଘରଗୁଡ଼ିକ ଭୂମିତଳେ ଏପରି ଭାବେ ତିଆରି କରାଯାଇଛି ଯେ, ଏହା ଭିତରକୁ ପବନ ଚଳାଚଳ ସହ ସୂର୍ଯ୍ୟାଲୋକ ପାଇଁ ପର୍ଯ୍ୟାପ୍ତ ପରିମାଣରେ ସ୍ଥାନ ରହିଛି। ଏଭଳି ଘର ତିଆରି କରିବା ପଛରେ ରହିଛି ଅନେକ କାରଣ। ଏଭଳି ଘର ନିର୍ମାଣ କରିବା ପଛର କାରଣ ସେଠାକାର ଜଳବାୟୁ। ସେଠାରେ ଅଧିକ ପରିମାଣରେ ଗରମ ପବନ ବହୁଥିବାରୁ ସେଠାରେ ରହୁଥିବା ଅଧିବାସୀ ଭୀଷଣ ଗରମ ଦାଉରୁ ରକ୍ଷା ପାଇବା ପାଇଁ ଏଭଳି ପଦକ୍ଷେପ ଆପଣାଉଥିଲେ। ଯାହା ଆଜିପର୍ଯ୍ୟନ୍ତ ବଳବତ୍ତର ରହିଛି।
ଏଠାରେ ରହୁଥିବା ଅଧିବାସୀ ଚାଷ କରି ଜୀବନ ନିର୍ବାହ କରନ୍ତି। ବର୍ତ୍ତମାନର ଆଧୁନିକ ଯୁଗରେ ଲୋକମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ ହେଉଥିଲେ ମଧ୍ୟ ଏଠାରେ ବସବାସ କରୁଥିବା ଅଧିବାସୀ ନିଜ ସଂସ୍କୃତି ଏବଂ ରହଣୀ ସ୍ଥଳୀକୁ ଛାଡି ଅନ୍ୟତ୍ର ଯିବାକୁ ପସନ୍ଦ କରୁନାହାନ୍ତି। ଏହି ଘରେ ପବନ ପ୍ରବାହିତ ହେବାକୁ ପର୍ଯ୍ୟାପ୍ତ ସ୍ଥାନ ରହିଛି।