କଣ୍ଠଶିଳ୍ପୀଙ୍କ ଭଜନରେ ମୁଗ୍ଧ ହୋଇ ୫୦ ଲକ୍ଷ ଭଳି ଟଙ୍କା ବର୍ଷଣ କଲେ ଶ୍ରୋତା, ଇଣ୍ଟର୍‌ନେଟ୍‌ରେ ଛାଇଲା ଗାୟକଙ୍କ ଭିଡିଓ

ଗାନ୍ଧିନଗର: ଭଜନ ପ୍ରତି ଲୋକଙ୍କ ମନରେ ଚାହିଦା କମି କମି ଆସୁଥିବା ବେଳେ ଗୁଜୁରାଟର ଜଣେ କଣ୍ଠଶିଳ୍ପୀ ଭଜନ ଗାଇ ଏବେ ଅନ୍‌ଲାଇନ୍‌ରେ ଚର୍ଚ୍ଚା ପାଲଟିଛନ୍ତି। ସେହି ଭଜନ ବେଳର ଏକ ଭିଡିଓ ଏବେ ଇଣ୍ଟର୍‌ନେଟ୍‌ରେ ଛାଇ ଯାଇଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଲୋକମାନେ ଭଜନରେ ମୁଗ୍ଧ ହୋଇ ଉକ୍ତ କଣ୍ଠଶିଳ୍ପୀଙ୍କ ଉପରେ ଟଙ୍କା ବର୍ଷା କରୁଛନ୍ତି।ପ୍ରାୟ ୧୦ରୁ ନେଇ ୨,୦୦୦ ଟଙ୍କିଆ ସବୁତକ ମିଶାଇଲେ ଟଙ୍କାର ପରିମାଣ ୫୦ ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ବର୍ଷଣ ହେୁଥିବା ନୋଟ୍‌ ସବୁକୁ ଏକ ବାଲ୍‌ତିରେ ସଂଗ୍ରହ କରାଯାଇ ରଖାଯାଇଥିଲା।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଉତ୍ସରୁ ହସ୍ତଗତ ହୋଇଥିବା ସୂଚନା ମୁତାବକ ହେଯଉଁ ଗ୍ରାମୀଣ ଅଞ୍ଚଳରେ ଏହି ଭଜନ କାର୍ଯ୍ୟକ୍ରମ ଚାଲିଥିଲା ସେଠାରେ ଏହିପରି ରୀତି ରହିଛି। କଳାକାରଙ୍କ ଉପରେ ପ୍ରୀତ ହେଲେ ଲୋକେ ଟଙ୍କା ବର୍ଷା କରିଥାନ୍ତି। ମାତ୍ର ଏଥର କଥାଟି ଏଇଥିପାଇଁ ସ୍ୱତନ୍ତ୍ର ପୂର୍ବରୁ ଏତେ ପରିମାଣ ଟଙ୍କା କେବେ କେଉଁକ କଳାକାରଙ୍କ ଉପରେ ବର୍ଷଣ ହୋଇନଥିଲା। ଏକ ଭଜନ ଗୀତ ଗାଇ କଣ୍ଠଶିଳ୍ପୀ ଜଣକ ଏତେ ଲୋକପ୍ରିୟତା ହାସଲ କରିଥିଲା ଏବେ ଏକ ଚର୍ଚ୍ଚା ପାଲଟିଛି। ଇଣ୍ଟର୍‌ନେଟ୍‌ରେ ଏହି ଭିଡିଓଟି ଏବେ ହଲ୍ଳା ମଚାଇଛି।

ସମ୍ବନ୍ଧିତ ଖବର