ଦେବଗଡ଼: ଖଟରେ ଶୋଇଲେ ଗ୍ରାମଦେବୀ ରୋଷ ହେବେ, ସେଥିପାଇଁ କାହିଁ କେଉଁଦିନରୁ ଖଟରେ ଶୁଅନ୍ତିନି ଏହି ଗ୍ରାମର ଗ୍ରାମବାସୀ। ଏହି ଅତ୍ୟାଧୁନିକ ଯୁଗରେ ମଧ୍ୟ ଏଭଳି ଏକ ପ୍ରଥାକୁ ବଞ୍ଚାଇ ରଖିଛନ୍ତି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍‌ ଅନ୍ତର୍ଗତ ଟିପିରିସିଂହା ଗ୍ରାମବାସୀ। ଯେଉଁଠି ଖଟ ପରିବର୍ତ୍ତେ ତଳେ ଖଜୁରିପଟି, ମସିଣା ଏବଂ ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ସେମାନେ ପଟାରେ ଶୋଉଛନ୍ତି।

Advertisment

publive-image

ଟିପିରିସିଂହା ଏକ ଆଦିବାସୀ ବହୁଳ ଗ୍ରାମ। ଏଠାରେ ପ୍ରାୟ ତିନିଶହରୁ ଅଧିକ ଲୋକ ବସବାସ କରନ୍ତି। ଲୋକଙ୍କ କହିବା ଅନୁସାରେ, ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବରିହାଣୀ। ଖଟରେ ଶୋଇଲେ ଗ୍ରାମଦେବୀ ରୋଷ କରନ୍ତି।

publive-image MSN

ଖଟ ଆପେ ଆପେ ଓଲଟି ଯିବା ସହ ସର୍ପାଘାତ ଭୟ ବି ରହିଛି। ଯେଉଁଥିପାଇଁ ଗାଁରେ କାହାରି ଘରେ ଦଉଡ଼ିଆ ଖଟ ନାହିଁ। ଛୋଟ ଛୁଆଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଆମେ ବରିହାଣୀ ଦେବୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହୁଁ। ଖଟରେ ନ ଶୋଇବାର ଯେଉଁ ପରମ୍ପରା ରହିଛି ତାହାକୁ ଆମେ ସର୍ବଦ‌ା ମାନି ଚଳିବୁ।

publive-image OdishaTV

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ଗ୍ରାମର ବିଭିନ୍ନ ଲୋକ ବିଭିନ୍ନ ସରକାରୀ ପଦପଦବିରେ ଚାକିରି କରୁଥିଲେ ମଧ୍ୟ ସେମାନେ ବି ଗାଁରୁ ଏହି ବିଶ୍ୱାସ ବା ଅନ୍ଧବିଶ୍ୱାସକୁ ହଟାଇ ପାରିନାହାନ୍ତି। କେବକ ସେତିକି ନୁହେଁ, ଗ୍ରାମରେ ପ୍ରବାହିତ ହେଉଥିବା ଏକ ଛୋଟ ନାଳରେ ଗୋଟିଏ ପାର୍ଶ୍ବରେ ବରିହାଣୀ ଦର୍‌ହ (ବଡ଼ପୋଖରୀ) ରହିଛି। ଯେଉଁ ପାଣିକୁ କେବେବି ଗ୍ରାମବାସୀ ବ୍ୟବହାର କରିବା ତ ଦୂରର କଥା ଗୋରୁ କି ପଶୁପକ୍ଷୀ କେହି ସେହି ପାଣିକୁ ପିଅନ୍ତି ନାହିଁ। ଏହି ଦର୍‌ହର ପାଣି କେବେ ଶୁଖେ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଭଳି ବିଶ୍ବାସ ଓ ପରମ୍ପରାର ନିଦର୍ଶନ ଥିବା ଟିପିରିସିଂହାରେ ଗ୍ରାମଦେବୀଙ୍କୁ ନେଇ ଅନେକ ଲୋକକଥା ରହିଛି।