ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବାଳକ ବଂଶୀ ବଜାଉଥିବାର ନଜର ଆସିଛନ୍ତି। ଏହି ଭିଡିଓର ବିଶେଷ କଥା ହେଉଛି ବାଳକ ବନ୍ଦେ ଭାରତ ଟ୍ରେନରେ ବସି ବଂଶୀରେ ବନ୍ଦେ ମାତରମ ଧୁନ ବଜାଉଥିବା ଶୁଣିବାକୁ ମିଳୁଛି।
ବାଳକଙ୍କ ବଂଶୀ ଧୁନ ଶୁଣି ତାଙ୍କ ସହଯାତ୍ରୀମାନେ ମୁଗ୍ଧ ହୋଇଯାଇଥିଲେ। ଆଉ ଯୁବକଙ୍କ ଭିଡିଓ ପ୍ରସ୍ତୁତ କରିବାରେ ଲାଗିଥିଲେ। ପରବର୍ତ୍ତୀ ସମୟରେ ସେମାନେ ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଆଉ ଏବେ ଏହା ଭାଇରାଲ ହୋଇଯାଇଛି।
ଏହି ଭିଡିଓକୁ ରେଳ ଅଧିକାରୀ ଅନନ୍ତ ରୁପନଗୁଡ଼ି ଟ୍ୱିଟରରେ ସେୟାର କରିଛନ୍ତି। ଏଥିରେ ସେ କ୍ୟାପସନରେ ଲେଖିଛନ୍ତି ଯେ ବାଙ୍ଗାଲୁରୁର ଦ୍ୱାଦଶ ଶ୍ରେଣୀର ଛାତ୍ର ଅପ୍ରମେୟ ସେଶାଦ୍ରି ବଂଶୀରେ ଚମତ୍କାର ଭାବେ ବନ୍ଦେ ମାତରମ ଧୁନ ବଜାଉଛନ୍ତି। ଆଉ ତାଙ୍କ ଚାରିପାଖରେ ତାଙ୍କର ସହଯାତ୍ରୀମାନେ ଘେରି ରହିଛନ୍ତି।
Aprameya Seshadri, a 12th student from Bengaluru, playing the wonderful Vande Mataram tune on the flute! #IndianRailways #VandeBharatTrain #VandeBharat pic.twitter.com/q89cwfccIa
— Ananth Rupanagudi (@Ananth_IRAS) November 11, 2022
ଚଳିତ ମାସରେ ନଭେମ୍ବର ୧୧ରେ ବାଙ୍ଗାଲୋରର କେଏସଆର ରେଲୱେ ଷ୍ଟେସନରେ ଚେନ୍ନାଇ-ମହୀଶୂର ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କର୍ଣ୍ଣାଟକ ଗସ୍ତ ଅବସରରେ ନଭେମ୍ବର ୧୧ରେ ପତାକା ହଲାଇ ଏହି ଟ୍ରେନର ଶୁଭାରମ୍ଭ କରିଥିଲେ।