ପ୍ରତ୍ୟେକ ନାରୀକୁ ଋତୁସ୍ରାବ ଜଣେ ପୂର୍ଣ୍ଣ ନାରୀ କରିଥାଏ। ପ୍ରତ୍ୟେକ ଝିଅର ଜୀବନରେ ମାସିକଧର୍ମର ଆରମ୍ଭ ଏକ ନୂତନ ଆରମ୍ଭ ପରି। ଏହି ବିଷୟରେ କଥା ହେବାକୁ, ଆଲୋଚନା କରିବାକୁ ଓ ସଚେତନତା ବାର୍ତ୍ତା ଦେବାକୁ ଆଜି ବି ଅନେକ ଲୋକ ସଂକୋଚ କରନ୍ତି। ମାତ୍ର ଏହା ଏକ ଶାରିରୀକ ପ୍ରକ୍ରିୟା ହୋଇଥିବାରୁ ଆମ ସ୍ବାସ୍ଥ୍ୟ ସହ ଅଙ୍ଗାଅଙ୍ଗି ଭାବେ ଜଡ଼ିତ। ତେଣୁ ମାସିକଧର୍ମକୁ ନେଇ ଲାଜ କରିବା ଛାଡ଼ି, ଏ ସଂପର୍କରେ ସଚେତନତା ବାଣ୍ଟିବା ହିଁ ଆମର ପ୍ରଥମ କାମ ହେବା ଉଚିତ।
ଝିଅମାନଙ୍କ ମନରେ ମଧ୍ୟ ଏହି ବିଷୟରେ ଅନେକ ପ୍ରଶ୍ନ ରହିଥାଏ। କେତେକ ସମୟରେ ସେମାନେ ଏହାକୁ ଏକ ରୋଗ ବୋଲି ମଧ୍ୟ ଭାବନ୍ତି। କାରଣ ମାସିକଧର୍ମ ପରେ ସେମାନଙ୍କ ଜୀବନରେ କିଛି ପରିବର୍ତ୍ତନ ଦେଖାଯାଏ। ଯଦିଓ ଋତୁସ୍ରାବ ଝିଅମାନଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ୱାଭାବିକ ଅଂଶ।
ଦିଲ୍ଲୀର ସିକେ ବିର୍ଲା ହସ୍ପିଟାଲର ଆବଷ୍ଟ୍ରାକ୍ଟସ୍ ଏବଂ ସ୍ତ୍ରୀ ରୋଗ ବିଭାଗର ନିର୍ଦ୍ଦେଶକ ଡକ୍ଟର କିର୍ତ୍ତି ଖୈତାନ ଗଣମାଧମ ସଂସ୍ଥା ଆଜ୍ତକ୍କୁ କହିଛନ୍ତି, ' ଅଧିକାଂଶ ଝିଅଙ୍କର ପ୍ରଥମ ଋତୁସ୍ରାବ ପ୍ରାୟ ୧୦ ରୁ ୧୫ ବର୍ଷ ବୟସ ମଧ୍ୟରେ ଆରମ୍ଭ ହୁଏ। ମାତ୍ର ଅନେକ କ୍ଷେତ୍ରରେ ୮-୯ ବର୍ଷ ବୟସରେ ମଧ୍ୟ ମାସିକ ଋତୁସ୍ରାବ ଆରମ୍ଭ ହୋଇପାରେ। ଯଦି ଝିଅଟିର ଶରୀର ବିକାଶ ଭଲଥାଏ, ତେବେ ଏହାକୁ କେତେକ ସମୟରେ ସ୍ୱାଭାବିକ ବୋଲି ବିବେଚନା କରାଯାଏ। ଋତୁସ୍ରାବ ଆରମ୍ଭ ହେବାର ବୟସ ଶରୀରର ବୃଦ୍ଧି, ଜୀବନଶୈଳୀ, ସ୍ୱାସ୍ଥ୍ୟ ଏବଂ ହରମୋନ୍ ପରିବର୍ତ୍ତନ, ଜିନ୍ ଉପରେ ନିର୍ଭର କରେ। ଯଦି ଜଣେ ଝିଅର୮-୯ ବର୍ଷ ବୟସ ପୂର୍ବରୁ ମାସିକ ଋତୁସ୍ରାବ ଆରମ୍ଭ ହୁଏ, ତେବେ ଏହି ଅବସ୍ଥାକୁ ପ୍ରିକୋସିୟସ୍ ପ୍ୟୁବର୍ଟି କୁହାଯାଏ, ଏହାକୁ ସ୍ବାଭାବିକ ବୋଲି ବିବେଚନା କରାଯାଏ ନାହିଁ। ଏହି କ୍ଷେତ୍ରରେ ଡାକ୍ତରୀ ପରାମର୍ଶ ଜରୁରୀ’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/02/er-2025-09-02-18-33-43.jpg)