ନୂ୍ଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଅତି ସହଜରେ ରାସ୍ତାରେ ଦୁଇଟି ବାଇକ୍ ଚଳାଇ ଯାଉଛନ୍ତି। ଏହି ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ଜଣେ ବ୍ୟକ୍ତି ଏକାସହିତ ଦୁଇଟି ବାଇକ ମଧ୍ୟରେ ନିୟନ୍ତ୍ରଣ ରକ୍ଷା କରି ଚଲାଇବା ବହୁତ କଷ୍ଟ।
View this post on Instagram
ଏହି ଭିଡିଓକୁ ଇନଷ୍ଟାଗ୍ରାମରେ memecentral.teb ନାମକ ଜଣେ ବ୍ୟବହାରକାରୀ ସେୟାର କରିଛନ୍ତି। ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଏପର୍ଯ୍ୟନ୍ତ ଏହି ଭିଡିଓଟି ୧୫ ହଜାରରୁ ଅଧିକ ଲାଇକ୍ ପାଇଛି । ଏହି ଭିଡିଓ ଦେଖିବା ପରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି - ଆମେ ଏତେ ଭାରୀ ଡ୍ରାଇଭର ଦେଖିନାହୁଁ, ଅନ୍ୟ ଜଣେ ଲେଖିଛନ୍ତି - ଏମିତି ଡ୍ରାଇଭର ମିଳିବା ବହୁତ କଷ୍ଟକର ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Untitled-1-copy-71.jpg)