ନୂଆଦିଲ୍ଳୀ: ସୋସିଆଲ୍ ମିଡିଆରେ ଆପଣ ବିଭିନ୍ନ ପ୍ରକାରର ଭାଇରାଲ୍ ଭିଡିଓ ଦେଖିଥିବେ। କିଛି ଭିଡିଓ ଏପରି ଥାଏ, ଯାହାକୁ ଦେଖିବା ପରେ ମନ ଖୁସି ହୋଇ ଯାଇଥାଏ। ଏପରି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଯାହାକୁ ପାକିସ୍ତାନର ଜଣେ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର୍ ସେୟାର୍ କରିଛନ୍ତି।
ଇନ୍ଫ୍ଲୁଏନ୍ସର୍ଙ୍କ ନାମ କସଫ ଅଲ୍ଲୀ। ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ କରିଥିବା ଏକ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମରେ ବାସନ ମାଜିବାକୁ ନେଇ ମଜାକ୍ ଉଡ଼ାଉଥିବା ଜଣେ ବ୍ୟକ୍ତିଙ୍କୁ ଉଚିତ ଜବାବ ଦେଇଛନ୍ତି।
ସେ ଏକ ପ୍ରଶ୍ନୋତ୍ତର ସେସନ୍ ଆରମ୍ଭ କରିଥିବା ବେଳେ ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ, ‘ବାସନ ମାଜ ଯାଇକି’ ବୋଲି ଲେଖିଥିଲେ। ତାହାର ଜବାବରେ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର୍ ଜଣକ ବାସନ ମଜିବା ବେଳର ଏକ ଭିଡିଓ କରି ତାହାକୁ ପୋଷ୍ଟ୍ କରିଛନ୍ତି।
Cute 🥰 pic.twitter.com/itOYH96hfS
— v. Jatin ✪ (@JatinTweets_) August 17, 2023
ଭିଡିଓରେ ପ୍ରଥମେ ସେ କିଛି ବାସନ ଧୋଉଥିବାର ଦେଖିବାକୁ ମିଳୁଛି। ତାପରେ ସେ ଆସି କହୁଛନ୍ତି, ‘ଦେଖ ବାସନ ମାଜିଦେଲି। ଏହା ଦ୍ବାରା କ’ଣ ମୁଁ ଛୋଟ ହୋଇଗଲି? ଏହା ଏକ ସାଧାରଣ କଥା ଯେ ଜଣେ ସବୁବେଳେ ନୂଆ ବାସନ ବ୍ୟବହାର କରିପାରିବ ନାହିଁ। ତେଣୁ ଅଇଁଠା ବାସନ ଧୋଇବାକୁ ପଡ଼ିବ। ଯଦି ନିଜେ ବ୍ୟବହାର କରୁଥିବା ବାସନ ଜଣେ ନିଜେ ଧୋଇ ଦେଉଛି ତ ଏଥିରେ ବଡ଼ କଥା କ’ଣ? ସମସ୍ତଙ୍କୁ ଏହି କାମ ଆସିବା ଦରକାର। ଝିଅମାନଙ୍କୁ ବାସନ ଧୁଅ ବୋଲି କହି ନୀଚା ଦେଖାଇବାର କୌଣସ ମାନେ ନାହିଁ।’