ନିଜ ବ୍ୟକ୍ତିତ୍ବ ବିଷୟରେ ଜାଣିବାର ଇଚ୍ଛା ସଭିଙ୍କର ଥାଏ। ଆମେ ଆଜି ଆପଣଙ୍କୁ ଯେଉଁ ଫଟୋ ଦେଖାଇଛୁ, ସେଥିରେ ୮ ଜଣ ପଶୁ ଅଛନ୍ତି। ଆପଣ ଫଟୋଟିକୁ ଦେଖୁ କୁହନ୍ତୁ କି ଆପଣଙ୍କୁ ପ୍ରଥମେ କେଉଁ ପ୍ରାଣୀ ଦେଖାଗଲା। ସେଥିରୁ ହିଁ ଜଣାପଡ଼ିବ ଆପଣଙ୍କ ବ୍ୟକ୍ତିତ୍ବ।

Advertisment

ଆପଣ ଯଦି ଫଟୋରେ ସିଂହ ଦେଖିଛନ୍ତି ତ ମାଇଣ୍ଡ୍‌ ଜର୍ଣ୍ଣାଲ ଅନୁସାରେ ଆପଣ ଖୁବ୍ ସାହସୀ। କଠିନରୁ କଠିନ ପରୀକ୍ଷାକୁ ଆପଣ ଖୁବ୍ ସହଜରେ ସାମ୍ନା କରିପାରନ୍ତି। ଆପଣ ଖୁବ୍ ଆତ୍ମବିଶ୍ବାସୀ ମଧ୍ୟ।

ଯଦି ଆପଣଙ୍କୁ ଫଟୋରେ ପ୍ରଥମେ ଜିରାଫ ନଜର ଆସିଛି ତ ଆପଣ ଜଣେ ଉଚ୍ଚ ବିଚାର ରଖୁଥିବା ବ୍ୟକ୍ତି। କେହି ବି ଆପଣଙ୍କ ଦକ୍ଷତା ଉପରେ ଅବିଶ୍ବାସ କରନ୍ତିନି। ଆଖପାଖର ଲୋକ ବି ଜାଣିଥାନ୍ତି ଯେ ଆପଣ ଜୀବନରେ ଖୁବ୍ ଆଗକୁ ଯିବେ।

ପ୍ରଥମେ ହାତୀ ଦେଖିଥିବା ବ୍ୟକ୍ତିମାନେ ଟିକେ ହୁସିଆର୍‌ ସ୍ବଭାବର। ସେମାନେ ସବୁ କଥାକୁ ଭାବିଚିନ୍ତି କରନ୍ତି। ଲୋକ କ’ଣ କୁହନ୍ତି ତାହା ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଏ ନାହିଁ।

ଯେଉଁମାନେ ଓଟ ଦେଖିଛନ୍ତି ସେମାନେ କଠିନ ସମୟରେ ବି ସ୍ଥିର ରୁହନ୍ତି ଓ ସଂଯମତାର ସହ କାମ କରିଥାନ୍ତି। ଏହିମାନେ ପରିଶ୍ରମୀ ହୋଇଥାନ୍ତି। କେବେ କିଛି ବାଜେ ଖର୍ଚ୍ଚ କରନ୍ତି ନାହିଁ। ଭବିଷ୍ୟତ ପାଇଁ ସଂଚୟ କରିଥାନ୍ତି।

ଯେଉଁମାନେ ଫଟୋରେ ଘୋଡ଼ା ଦେଖିଛନ୍ତି, ସେମାନେ ନିଜର ସ୍ବାଧୀନତାକୁ ଖୁବ୍ ଭଲପାଆନ୍ତି। ସେ ନିଜର ସ୍ବାଧୀନତାକୁ ଉପଭୋଗ କରିବା ବେଳେ ସମ‌ାଜର ଲୋକଙ୍କୁ ଦେଖନ୍ତି ନାହିଁ।

ଫଟୋ‌େରେ ପ୍ରଥମେ ଘୁ‌ଷୁରି ଦେଖିଥିବା ଲୋକେ ରିସ୍କ ନେବାକୁ ଭାରି ଭଲପାଆନ୍ତି। ଏମାନେ ବହୁତ ସଚ୍ଚୋଟ ସ୍ବଭାବର ହୋଇଥାନ୍ତି।

ଫଟୋରେ ଆଗ ଭାଲୁ ଯେଉଁମାନଙ୍କୁ ଦେଖାଯାଇଛି ସେମାନେ ଖୁବ୍ ସିଧାସଳଖ ପ୍ରକୃତିର ବ୍ୟକ୍ତି ହୋଇଥାନ୍ତି। ସେମାନଙ୍କୁ ବୁଲେଇ କଥା କହି ଆସେ ନାହିଁ। ସେମାନେ ଯାହା ବି କହନ୍ତି ସିଧା କହିବାକୁ ପସନ୍ଦ କରନ୍ତି।

କୁକୁର ଦେଖିଥିବା ବ୍ୟକ୍ତିମାନେ ଖୁବ୍‌ ବିଶ୍ବାସ ଯୋଗ୍ୟ ହୋଇଥାନ୍ତି। ବିନା କୌଣସି ସର୍ତ୍ତରେ ଏହି ଲୋକମାନେ ଅନ୍ୟକୁ ଭଲପାଇବା ଦେଇଥାନ୍ତି।