ନୂଆଦିଲ୍ଲୀ: ଆଜିକାଲି ଯୁବପିଢ଼ି ଇଣ୍ଟରନେଟ୍ କିମ୍ବା ମେଟ୍ରୋମୋନିଆଲ୍ ସାଇଟରେ ଜୀବନସାଥୀ ଖୋଜୁଛନ୍ତି । ଏହି କ୍ରମରେ ସୋସିଆଲ ମିଡିଆରେ ଏକ ବରର ଫଟୋ ଭାଇରାଲ ହେବାରେ ଲାଗିଛି। ମଜାର ବିଷୟ ହେଉଛି ଏହି ବର କୌଣସି ପୁଅ ନୁହେଁ, ବରଂ ଏକ ସୁନ୍ଦର ଛୋଟ କୁକୁର ।
ବାସ୍ତବରେ, କେରଳର ଜଣେ ମହିଳା ନିଜ ପୋଷା କୁକୁରକୁ ସୁନ୍ଦର ବରଭଳି ପୋଷାକ ପିନ୍ଧାଇ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋ ସେୟାର କରି ଏହି ସ୍ମାର୍ଟ ବର ପାଇଁ ଏକ କନ୍ୟା ଖୋଜୁଥିବା ସେ ଲେଖିଛନ୍ତି।
ପାରମ୍ପାରିକ କାସବୁ ମୁଣ୍ଡୁ (ଲୁଙ୍ଗି) ଏବଂ ଗୋଲାପୀ ରଙ୍ଗର ସାର୍ଟ ପିନ୍ଧିଥିବା କୁକୁରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ କୁକୁରଟି ମାଲିକାଣୀଙ୍କ ସାହାଯ୍ୟରେ ଦୁଇ ଗୋଡରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି।
ଅନ୍ୟ ଏକ ଫଟୋରେ ସେ ପାରମ୍ପାରିକ କେରଳ ଖାଦ୍ୟ ପ୍ଲେଟ ସମ୍ମୁଖରେ ବସିଥିବାର ନଜର ବି ଆସୁଛି। ଏହି ଥାଲିରେ କଦଳୀ ପତ୍ରରେ ଅନେକ ପ୍ରକାରର ଶାକାହାରୀ ଖାଦ୍ୟ ପରସା ଯାଇଛି। ଫଟୋ ସେୟାର୍ କରାଯିବା ସହିତ କ୍ୟାପସନ୍ ଲେଖାଯାଇଛି, ଯଦି କେହି ନିଜର ସୁନ୍ଦର ଝିଅର ବିବାହ କରିବା ପାଇଁ ସୁନ୍ଦର ମଲୟାଲି ପୁଅ ଖୋଜୁଛ...।
/sambad/media/post_attachments/e144ebf03bee841839ddac799746690dc76e7e58c5fe17e9f0c0d2b2eb67ae5d.jpg)
ଏଥି ସହିତ କାଶ୍ମୀରର ଜଣେ ଟ୍ୱିଟର ବ୍ୟବହାରକାରୀ ବିସ୍ମା @ଅଲି_ତେନଜୁ ତାଙ୍କ ପୋଷା ମାଈ କୁକୁର ସହିତ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ମୋ ଝିଅ ଏଠାରେ ଅଛି, ସେ କାଶ୍ମୀରର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/6aa5820b-0f08-4c57-b19f-970ebc7b7bec.jpg)