ପେଟ୍ରୋଲ୍‌-ସ୍ନାନ ଦୂର କରେ ଚର୍ମ ସ˚କ୍ରମଣ !

ରୋଗରୁ ରକ୍ଷା ପାଇବା ପାଇଁ ମଣିଷ ବେଳେ ବେଳେ ଅଜବ ଅଜବ ପନ୍ଥାର ଆଶ୍ରୟ ନିଏ। ବିଶ୍ବାସ ହେଉଛି ମୂଳ କଥା;  କେହି କେହି ସତରେ ଭଲ ବି ହୋଇଯାଆନ୍ତି। ପେଟ୍ରୋଲ୍‌-ସ୍ନାନ କଥା ଶୁଣିଛନ୍ତି କି? ଆର୍ଥ୍ରାଇଟିସ୍‌ ଏବ˚ କେତେକ ଚର୍ମ ସ˚କ୍ରମଣକୁ ଭଲ କରିଦେଉଥିବା ବିଶ୍ବାସରେ ରୁଷିଆର କେତେକ ଅଞ୍ଚଳରେ ପେଟ୍ରୋଲ୍‌-ସ୍ନାନ ବହୁଳ ଭାବେ ପ୍ରଚଳିତ। ଆଜର୍‌ବାଇଜାନ୍‌ରେ ପେଟ୍ରୋଲ୍‌-ସ୍ନାନ ନିମନ୍ତେ ସ୍ବତନ୍ତ୍ର ସ୍ପା ଥିବା ଜଣାଯାଏ। ଆଖି, ନାକ ଓ ପାଟିକୁ ଭଲ ଭାବେ ଆବୃତ କରି ପେଟ୍ରୋଲ୍‌-ସ୍ନାନ କରାଯାଉଥିବା ପ୍ରକାଶ। ପେଟ୍ରୋଲ୍‌ରେ ଥିବା ଗନ୍ଧକ ବା ସଲ୍‌ଫର‌୍‌ ରୋଗ ଭଲକରୁଥିବାକୁ ଅନେକେ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର