୮୦ରେ ବେହାଲ୍‌, ଆଗକୁ ପେଟ୍ରୋଲ ହୋଇପାରେ ୧୦୦ଟଙ୍କା! ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଅଶୋଧିତ ତୈଳ ଉପରେରେ ବିଶ୍ୱସ୍ତରରେ ଜ୍ଞାନ ରଖିଥିବା ବିଶେଷଜ୍ଞଙ୍କ କହିବା ଅନୁସାରେ ଖୁବ ଶୀଘ୍ର ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୧୦୦ ଡଲାରରେ ପହଞ୍ଚିପାରେ। ଆଉ ଯଦି ଏହା ସତ ହୁଏ ପେଟ୍ରୋଲ ଲିଟର ପ୍ରତି ୧୦୦ଟଙ୍କା ହୋଇଯିବ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପାଇଁ ୨୦୧୨ରୁ ୨୦୧୭ ମଧ୍ୟରେ ଜୋରଦାର ରାଜନୀତି ହୋଇଛି। କଂଗ୍ରେସ ସରକାରଙ୍କ ସମୟରେ ଅଶୋଧିତ ତୈଳ ଦରକୁ ବଢ଼ାଇ ଦିଆଯାଇଥିଲା। ଏହି କାରଣରୁ ୟୁପିଏ ସରକାରଙ୍କୁ ୨୦୧୪ ସାଧାରଣ ନିର୍ବାଚନରେ ପରାଜୟ ହେବାକୁ ପଡ଼ିଥିଲା। କାରଣ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଯିବା ଫଳରେ ପ୍ରତିଟି ଜିନିଷ କିଣାବିକାରେ ସାଧାରଣ ଜନତା ପ୍ରଭାବିତ ହୋଇଥିଲେ। ୨୦୧୪ ନିର୍ବାଚନରେ ବିଜୟୀ ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବିଜେପି ପାଇଁ ଆଶୀର୍ବାଦ ସଦୃଶ୍ୟ ହୋଇଥିଲା। ଏହି ସମୟରେ ବଜାରର ଚଢ଼ା-ଉତରା ପରିସ୍ଥିିତିରେ ଅଶୋଧିତ ତୈଳ ଦର ୧୨୫ଡଲାରରୁ ୩୦ଡଲାରକୁ ଖସି ଆସିଥିଲା। ଅନ୍ୟପକ୍ଷରେ ଦେଶରେ ପେଟ୍ରୋଲ ଲିଟର ପ୍ରତ ୭୬ଟଙ୍କାରୁ ସିଧାସଳଖ ୫୬ଟଙ୍କାରେ ପହଞ୍ଚି ଯାଇଥିଲା। ଏବେ ପୁଣି ଥରେ ଧିରେ ଧିରେ ଅଶୋଧିତ ତୈଳ ଦର ବଢ଼ିବାରେ ଲାଗିଛି।

୨୦୧୨ ଜାନୁଆରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସରକାର କାର୍ଯ୍ୟକାଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ୧୨୫ଡଲାର ପ୍ରତି ବ୍ୟାରେଲ ପହଞ୍ଚି ଯାଇଥିଲା। ୨୦୧୪ରେ ଏହା ସାଧାରଣ ନିର୍ବାଚନ ପରେ ଦର ନିୟମିତ ଭାବରେ ୧୦୦ଡଲାର ପ୍ରତି ବ୍ୟାରେଲ ରହିଥିଲା। ୨୦୧୫ ପର୍ଯ୍ୟନ୍ତ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ଡଲାରରୁ ୫୦ଡଲାରରେ ପହଞ୍ଚିଥିଲା। ୨୦୧୬ ଜାନୁଆରିରେ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୩୦ ଡଲାର ଥିଲା।

ଅଶୋଧିତ ତୈଳ ସରକାରଙ୍କ ରାଜସ୍ୱକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏଥିରୁ ବଳି ପଡୁଥିବା ଏକ-ଏକ ଟଙ୍କା ସରକାରଙ୍କ ଆର୍ଥିକ-ସାମାଜିକ ବିକାଶରେ ସାହାଯ୍ୟ କରିଥାଏ।

ବର୍ତମାନ ବିଶ୍ୱର ଆର୍ଥିକ ଅବସ୍ଥା ଯାହା ଅଛି, ୨୦୨୦ ପର୍ଯ୍ୟନ୍ତ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୨୭୦ ଡଲାରରେ ପହଞ୍ଚିବ। ୨୦୦୮ରେ ଅଶୋଧିତ ତୈଳ ସର୍ବାଧିକ ସ୍ତରରେ ବ୍ୟାରେଲ ପ୍ରତି ୧୪୫ଟଙ୍କା ଡଲାର ଥିଲା। ୨୦୧୫ ରୁ ୨୦୧୬ ଭିତରେ ଚୀନ ସହିତ ବିକଶିତ ଦେଶମାନଙ୍କର ଚାହିଦା ଯୋଗୁଁ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୩୦ଟଙ୍କାରେ ପହଞ୍ଚି ଥିଲା।
-ଅର୍ଗାନାଇଜେସନ୍‌ ଫର ଇକୋନୋମିକ କୋ-ଅପରେସନ୍‌(ଆଇସିଡି)

ଅଶୋଧିତ ତୈଳ ବ୍ୟାରେଲ ପ୍ରତି ୧୦୦ ଡଲାର ହେଲେ ପେଟ୍ରୋଲ ୧୦୦ଟଙ୍କା?
ଅନ୍ତର୍ଜାତୀୟ ସଂସ୍ଥା ‘ଅର୍ଗାନାଇଜେସନ୍‌ ଫର ଇକୋନୋମିକ କୋ-ଅପରେସନ୍‌(ଆଇସିଡି)’ର ଭବିଷ୍ୟତ ବାଣୀ କରିଛି ଯେ, ବିଶ୍ୱର ବର୍ତମାନର ଆର୍ଥିକ ଅବସ୍ଥା ଯାହା ଅଛି, ୨୦୨୦ ପର୍ଯ୍ୟନ୍ତ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୨୭୦ଡଲାରରେ ପହଞ୍ଚି ପାରେ। ୨୦୦୮ରେ ଅଶୋଧିତ ତୈଳ ସର୍ବାଧିକ ସ୍ତରରେ ବ୍ୟାରେଲ ପ୍ରତି ୧୪୫ଟଙ୍କା ଡଲାର ଥିଲା। ୨୦୧୫ ରୁ ୨୦୧୬ ଭିତରେ ଚୀନ ସହିତ ବିକଶିତ ଦେଶମାନଙ୍କର ଚାହିଦା ଯୋଗୁଁ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୩୦ଟଙ୍କାରେ ପହଞ୍ଚି ଥିଲା। ଆଇସିଡିର ଏହି ଭବିଷ୍ୟତବାଣୀ ଆଗାମୀ ଦିନରେ ସତ ହୋଇପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର