ନୂଆଦିଲ୍ଲୀ: :ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଉଛି। ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବିଶେଷ ଭାବେ ପ୍ରଭାବ ପକାଇଛି। ତେବେ ନିକଟରେ ଜଣେ ପେଟ୍ରୋଲ ପମ୍ପ ମାଲିକ ଅଦ୍ଭୁ୍ତ ସର୍ତ୍ତ ରଖିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।
ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ଏକ ପେଟ୍ରୋଲ ପମ୍ପର ମାଲିକ ରବିଶଙ୍କର ପାରଧି ତେଲ ନେବାକୁ ଆସୁଥିବା ଗ୍ରାହକଙ୍କ ସାମ୍ନାରେ ଏକ ଅଜବ ସର୍ତ୍ତ ରଖିଛନ୍ତି। ନାଗପୁର ଜିଲ୍ଲାର ପେଟ୍ରୋଲ ପମ୍ପର ମାଲିକ ପଚାଶ ଟଙ୍କାରୁ କମ ଟଙ୍କାର ପେଟ୍ରୋଲ ବିକ୍ରୟ କରିବାକୁ ମନା କରି ଦେଇଛନ୍ତି।
Maharashtra | A petrol pump in Nagpur refuses to sell petrol below Rs.50
It's not viable to operate machines for giving such a small quantity of petrol as they consume high electricity. We took this decision to avoid a scuffle with people: Ravishankar Pardhi, Petrol Pump owner pic.twitter.com/NXOay5flOf
— ANI (@ANI) April 6, 2022
ପେଟ୍ରୋଲ ପମ୍ପ ମାଲିକ ରବିଶଙ୍କର ପାରଧି କହିଛନ୍ତି,'ଲୋକମାନେ ୨୦-୩୦ ଟଙ୍କାର ପେଟ୍ରୋଲ ମାଗନ୍ତି। ତେବେ ପେଟ୍ରୋଲ ପମ୍ପରେ ଯେଉଁ ମେସିନ ଅଛି, ସେହି ମେସିନଗୁଡିକ ଦ୍ରୁତ ଗତିରେ ଚାଲିଥାାଏ। ଯେତେବେଳେ କର୍ମଚାରୀ ନୋଜଲ ଉଠାନ୍ତି, ଉଠାଇବା ସମୟରେ ହିଁ ୨୦-୩୦ ଟଙ୍କା ମୂଲ୍ୟର ପେଟ୍ରୋଲ ସଂପୂର୍ଣ୍ଣ ହୋଇଯାଏ, ଯେଉଁ କାରଣରୁ ଲୋକମାନେ ଝଗଡ଼ା କରିବା ଆରମ୍ଭ କରି ଦେଇଥାଆନ୍ତି। ତେଣୁ ଆମେ ବିଦ୍ୟୁତ୍ ସଞ୍ଚୟ ଏବଂ ଝଗଡ଼ା ହ୍ରାସ କରିବାକୁ ଏହି ନିଷ୍ପତ୍ତି ନେଇଛୁ ।
ପମ୍ପ ମାଲିକଙ୍କ ତରଫରୁ ପେଟ୍ରୋଲ ପମ୍ପରେ ପୋଷ୍ଟର ମଧ୍ୟ ଲଗାଯାଇଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।