ନୂଆଦିଲ୍ଲୀ: ସୋସିଆଲ ମିଡିଆର ଏହି ଯୁଗରେ ଗୋଟିଏ ଫଟୋ  ମଣିଷ ଜୀବନରେ ଅନେକ ପରିବର୍ତ୍ତନ ଆଣିପାରେ ବୋଲି କୁହାଯାଉଛି। ଉଦାହରଣ ସ୍ୱରୂପ ପାକିସ୍ତାନର ଚା ବିକ୍ରେତା ଅର୍ଶଦ ଖାନଙ୍କୁ ନେଇପାରିବା । ଆର୍ଶଦ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ। ଏହି କ୍ରମରେ ଜଣେ ବେଲୁନ୍ ବିକ୍ରି କରୁଥିବା ଯୁବତୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଉକ୍ତ ବେଲୁନ ବିକ୍ରି କରୁଥିବା ଯୁବତୀଙ୍କ ମେକଓଭର ଚର୍ଚ୍ଚାରେ ରହିଛି।

Advertisment

ପେୟାନୁର ସ୍ଥିତ ଫଟୋଗ୍ରାଫର ଅର୍ଜୁନ କୃଷ୍ଣନ କନ୍ନୁର ଅଣ୍ଡାଲ୍ଲୁରକାଭୁ ପର୍ବରେ ଜଣେ ବେଲୁନ୍ ବିକ୍ରେତାଙ୍କୁ ଦେଖିଥିଲେ। ଆଉ ସେ ରାଜସ୍ଥାନର ଏହି ବେଲୁନ ବିକ୍ରି କରୁଥିବା ଯୁବତୀଙ୍କ ଫଟୋ ଉଠାଇଥିଲେ। ଏହି ଫଟୋ ‌ଯେତେ‌ବେଳେ ଫଟୋଗ୍ରାଫର ଉକ୍ତ ଯୁବତୀ ଓ ତାଙ୍କ ମା’ଙ୍କୁ ଦେଖାଇଥିଲେ ସେମାନେ ଖୁସି ହୋଇଯାଇଥିଲେ। ଯୁବତୀଙ୍କ ନାମ କିସବୁ ବୋଲି ଜଣାପଡ଼ିଛି।

ଦୁଇ ଦିନ ପରେ ଅର୍ଜୁନ ସୋସିଆଲ ମିଡିଆରେ  ଏହି ଫଟୋ ସେୟାର କରିଥିଲେ। ଏହି ଫଟୋକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସିଥିଲା। ଅର୍ଜୁନ କିଛିଦିନ ପରେ କିସବୁର ମେକଓଭର କରି ଫଟୋ ସୁଟ୍ କରିବାକୁ ସ୍ଥିର କରିଥିଲେ।

ଆଉ ଏହି ପ୍ରସ୍ତାବରେ କିସବୁ ବି ରାଜି ହୋଇଯାଇଥିଲେ। ଷ୍ଟାଇଲିଷ୍ଟ ରେମ୍ୟାଙ୍କ ସାହାଯ୍ୟରେ ଅର୍ଜୁନ କିସବୁଙ୍କର କିଛି ସୁନ୍ଦର ଫଟୋ ସୁଟ କରିଥିଲେ। ଏହି ଫଟୋ ଦେଖିବା ପରେ କିସବୁଙ୍କୁ ଅନେକ କାମର ଅଫର ଆସୁଛି। ଗୋଟିଏ ଫଟୋ ଉଠାଇ ଜଣେ ଗରିବ ଝିଅଙ୍କ ଜୀବନରେ କିଛି ଖୁସି ଭରି ଦେଇଥିବା ଅର୍ଜୁନ କହନ୍ତି, ‘ଏଥିପାଇଁ ମୁଁ ମୋର ପେସାକୁ ନେଇ ଗର୍ବ କରେ।’