ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବୃଦ୍ଧ ଓ ଫଟୋଗ୍ରାଫରଙ୍କ ମଧ୍ୟରେ ଘଟିଥିବା ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳୁଛି।

Advertisment

ଏହି ଭାଇରାଲ ଭିଡିଓକୁ  ଇନଷ୍ଟାଗ୍ରାମରେ ସୁତେଜ ସିଂହ ପନ୍ନୁ ସେୟାର କରିଛନ୍ତି। ସୁତେଜ ପ୍ରାୟତଃ ଇନଷ୍ଟାଗ୍ରାମରେ ହୃଦୟସ୍ପର୍ଶୀ ଭିଡିଓ ସବୁ ସେୟାର କରିଥାଆନ୍ତି। ଏଥର ସେ ଜଣେ ଶିଖ ବୃଦ୍ଧଙ୍କ  ପାଖରେ ପହଞ୍ଚି  ପଚାରୁଛନ୍ତି କି ମୁଁ ଆପଣଙ୍କ ଫଟୋ ଉଠାଇ ପାରିବେ କି?

ଫଟୋଗ୍ରାଫରଙ୍କ ଏଭଳି କଥା ଶୁଣି ବୃଦ୍ଧ ଜଣକ ହଁ କହି ନିଜ ପୋଷାକ ସଜାଡ଼ି ଦେଇଥିଲେ। ଆଉ ଫଟୋ ଉଠାଇବାକୁ ଛିଡ଼ା ହୋଇଥିଲେ। ଯେମିତି ଫଟୋଗ୍ରାଫର ବୃଦ୍ଧଙ୍କ ଫଟୋ ଉଠାଇଥିଲେ, ସେ ସ‌ଙ୍ଗେସଙ୍ଗେ ତାଙ୍କର ଫଟୋର ଏକ ପ୍ରିଣ୍ଟ ବାହାର କରିବାକୁ କହିଥିଲେ।

ସୁତେଜ ବି ଖୁସିରେ ବୃଦ୍ଧଙ୍କ ଫଟୋ ଉଠାଇ ତାହାର ପ୍ରିଣ୍ଟ ବାହାର କରି ବୃଦ୍ଧଙ୍କୁ ଦେଇଥିଲେ। ଶିଖ ବୃଦ୍ଧ ନିଜର ଫଟୋ ପାଇ ଖୁସିରେ କହିଥିଲେ, ଏହି ଫଟୋ ନେଇ ମୁଁ ମୋର ପିଲାଙ୍କୁ ଦେବି। ଆଉ କିହିବି କି ଏହାକୁ ସାଇତି ରଖିବ। ଫଳରେ ଆଗାମୀ ପିଢ଼ି ମୋତେ ଦେଖି ପାରି‌ବେ ଆଉ ମନେ ପକେଇବେ।’