ଫିଜିକସ୍‌ / କେମେଷ୍ଟ୍ରି ପରୀକ୍ଷାରେ କେଉଁ ଦିଗପ୍ରତି ଧ୍ୟାନ ଦେବେ?

ଯଦି ଫିଜିକସ୍‌ / କେମେଷ୍ଟ୍ରି ପରୀକ୍ଷା ଦେଉଥାନ୍ତି ତେବେ ଏହି ସବୁ  ଟିପ୍‌ସ  ମନେ  ରଖିବା   ଉଚିତ୍‌  । ଏକଥା ଜାଣନ୍ତୁ …

ଫିଜିକସ୍‌:  ଏହି ପ୍ରଶ୍ନପତ୍ରରେ  ଥିବା  ନ୍ୟୁମରିକାଲ୍‌ସ  ଗୁଡିକର  ସମାଧାନ  କରିବା ବେଳେ  ଫର୍ମୁଲା ଓ  ୟୁନିଟ୍‌ଗୁଡିକ  ପ୍ରତି ଯଥେଷ୍ଟ   ଧ୍ୟାନ  ଦିଅନ୍ତୁ   ।

-ନିଜର  କନ୍‌ସ୍ପ୍ଟେକୁ ଅଧାପନ୍ତରିଆ ଭାବେ  ନ  ଲେଖି  ସଫା ଲେଖନ୍ତୁ  ।

-କୌଣସି   ପ୍ରଶ୍ନର  ମୌଳିକ  ଉତ୍ତର  ଲେଖିବାକୁ  ଯାଇ  ପରିଭାଷା  ବା ସଜ୍ଞା   ନିଜ ଭାଷାରେ   ଲେଖନ୍ତୁ ନାହିଁ   ।   ବହିରେ  ଯେଉଁ  ଭଳି   ସଂଜ୍ଞା   ଦିଆଯାଇଛି , ଅବିକଳ    ତାହା   ହିଁ ଲେଖନ୍ତୁ ।  ତା’ନହେଲେ ଏହାର ଅର୍ଥ ଭିନ୍ନ   ହୋଇ    ଅନର୍ଥର ରୂପ   ନେଇପାରେ   ।

-ବୈଜ୍ଞାନିକ   ସଙ୍କେତ  ଗୁଡିକର  ବ୍ୟବହାର  ନିଜର  ଉତ୍ତରରେ  ଅବଶ୍ୟ  କରନ୍ତୁ ।

photo- newindianexpress

-କେମିଷ୍ଟ୍ରି:  ଉତ୍ତର  ଲେଖିବା ବେଳେ  ଫର୍ମୁଲା  ନିଶ୍ଚିତ  ଭାବେ  ଲେଖନ୍ତୁ ।

– ସଂକ୍ଷିପ୍ତ  ଉତ୍ତର  ଲେଖନ୍ତୁ ।  ଆବଶ୍ୟକସ୍ଥଳେ  ଏହାକୁ  ଭଲ ଭାବେ  ବୁଝାଇବା  ପାଇଁ  ଡାଇଗ୍ରାମ୍‌  ମଧ୍ୟ ତିଆରି  କରନ୍ତୁ ।

ସମ୍ବନ୍ଧିତ ଖବର