ନୂଆଦିଲ୍ଲୀ: ମନଛୁଆଁ ନୃତ୍ୟ ଭିଡିଓଗୁଡ଼ିକ ଅଧିକାଂଶ ସମୟରେ ଇଣ୍ଟରନେଟରେ ଦେଖିବାକୁ ମିଳିଥାଏ। ବେଳେବେଳେ କେହି ବର ନିଜ ବିବାହରେ ନାଗିନ୍ ନୃତ୍ୟ ପରିବେଷଣ କରିବା ଆରମ୍ଭ କରନ୍ତି ତ ପୁଣି କେତେବେଳେ କେହି ଚଳନ୍ତା ଟ୍ରେନରେ ତାଙ୍କ ନୃତ୍ୟ ପ୍ରଦର୍ଶନ ଆରମ୍ଭ କରିଥାନ୍ତି। ଆଜିକାଲି ଏପରି ଭିଡିଓ ଭାଇରାଲ ହେବା ଅତି ସାଧାରଣ କଥା। କେବଳ ସେତିକି ନୁହେଁ, ଅଧିକାଂଶ ସମୟରେ ସ୍କୁଲ୍‌ ମଧ୍ୟରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ନାଚର ଭିଡିଓ ବି ଭାଇରାଲ୍‌ ହୋଇଥ‌ାଏ। ନିକଟରେ ବି ସେପରି ଏକ ଭିଡିଓ ଦେଖିବାକୁ ମିଳିଛି। ଯେଉଁଥିରେ ଜଣେ ସ୍କୁଲ ଶିକ୍ଷୟିତ୍ରୀ ତାଙ୍କ ଛାତ୍ରମାନଙ୍କ ସହିତ ମେଳିହୋଇ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।  ଶିକ୍ଷୟିତ୍ରୀଙ୍କ ନୃତ୍ୟ ଏବଂ ଅଙ୍ଗଭଙ୍ଗୀ ଦେଖି ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି।

Advertisment

କାଜଲ ଆସୁଦାନୀ ନାମ୍ନୀ ଜଣେ ଉପଭୋକ୍ତା ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓରେ, ଏକ ସୁନ୍ଦର ଶାଢ଼ି ପିନ୍ଧିଥିବା ଜଣେ ଶିକ୍ଷୟିତ୍ରୀ 'ଗୁଲାବୀ ସାରାରା' ଗୀତରେ ଠୁମ୍‌କା ଲଗାଉଥିବାର ଦେଖିବାକୁ ମିଳିଛନ୍ତି। ତାଙ୍କ ସହିତ ସ୍କୁଲ ୟୁନିଫର୍ମରେ ଥିବା ଚାରିଜଣ ଝିଅ ମଧ୍ୟ ଶିକ୍ଷୟିତ୍ରୀଙ୍କ ପଦାଙ୍କ ଅନୁସରଣ କରି ଗୀତ ସହିତ ମେଳ ଖାଉଥିବା ପରି ଷ୍ଟେପ୍‌ ଦେଉଛନ୍ତି।

ନୃତ୍ୟ ସହିତ ଶିକ୍ଷୟିତ୍ରୀଙ୍କ ମୁହଁର ହସ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଖୁବ୍‌ ପସନ୍ଦ ଆସିଛି।  ତିନି ଦିନ ମଧ୍ୟରେ ଭିଡିଓରେ ପ୍ରାୟ ଏକ ଲକ୍ଷ ଲାଇକ୍ ଆସିଛି ଏବଂ ଲୋକମାନେ ଶିକ୍ଷୟିତ୍ରୀ ଏବଂ ଛାତ୍ରଙ୍କ ଏହି ‘ଡ୍ୟାନ୍ସ ଗ୍ରୁପ୍‌’କୁ ଖୁବ୍ ପ୍ରଶଂସା କରୁଛନ୍ତି।

ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି, ‘‘ମୁଁ ବର୍ତ୍ତମାନ ଏହି ବିଦ୍ୟାଳୟରେ ଆଡମସନ ନେମାକୁ ଚାହୁଁଛି। ଅନ୍ୟ ଜଣେ ଲେଖିଛନ୍ତି ଯେ ଏହି ଗୀତରେ ଏହା ହେଉଛି ସବୁଠାରୁ ଭଲ ନାଚ, ଆଶ୍ଚର୍ଯ୍ୟଜନକ।’’