ଭାଇରାଲ୍ ହେଉଛି ସାପ ପରି ଦେଖାଯାଉଥିବା ବିରଳ ପ୍ରଜାତିର ବିଲେଇର ଛବି, ଲୋକେ କହିଲେ ଫଟୋ ନକଲି

ନୂଆଦିଲ୍ଲୀ: ଦୁନିଆରେ ଏତେ ସଂଖ୍ୟକ ପ୍ରାଣୀ ଅଛନ୍ତି ଯେ, ଯଦି ସେମାନଙ୍କ ଗଣନା କରାଯାଏ, ବୋଧହୁଏ ତାହା ବିର୍ବିବାଦରେ ସଂପୂର୍ଣ୍ଣ ହେବନାହିଁ । ଯଦିଓ ଏହା ଉପରେ ବୈଜ୍ଞାନିକମାନେ ଅନୁସନ୍ଧାନ ଜାରିରହିଛି, କିନ୍ତୁ ଏଭଳି ବହୁ ଜୀବଜନ୍ତୁ ଅଛନ୍ତି, ଯାହାଙ୍କ ବିଷୟ‌ରେ ଏବେ ବି ସବିଶେଷ  ସୂଚନା ମିଳେନାହିଁ। ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ପ୍ରାଣୀର ଫଟୋ  ଭାଇରାଲ୍ ହେବାରେ ଲାଗିଛି ।

ହଳଦିଆ ଏବଂ କଳା ପଟାଦାଗ ଥିବା ଏକ ଅଦ୍ଭୁତ ବିଲେଇର ଫଟୋ ସଂପ୍ରତି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ବିଲେଇ ପ୍ରଜାତିର ନାମ  ଆମାଜନ୍ ସ୍ନେକ କ୍ୟାଟ (Amazon Snake Cat) ବୋଲି କୁହାଯାଉଛି, ଯାହାର ବୈଜ୍ଞାନିକ ନାମ ସର୍ପେନ୍ସ କ୍ୟାଟସ୍ ରହିଛି । ଭାଇରାଲ ଫଟୋରେ ଥିବା ସୂଚନାରେ କୁହାଯାଉଛି ଯେ, ଏହି ବିରଳ ପ୍ରଜାତିର ବିଲେଇର ସାପର ପ୍ରଜାତି ସହ ସାମଞ୍ଜସ୍ୟ ଥିବା ଜଣାପଡ଼ୁଛି ଏବଂ ଏହାର ଚର୍ମ ସାପ ପରି ଦେଖାଯାଉଛି । ଟ୍ୱିଟରରେ ଜେଫ୍ କମେରା ନାମକ ଏକ ଜଣେ ବ୍ୟକ୍ତି ବିଲେଇର ଫଟୋ ସେୟାର କରାଯାଇଛି । କ୍ୟାପ୍ସନରେ ଲେଖାଯାଇଛି ଯେ, “ସର୍ପେନ୍ସ କ୍ୟାଟସ୍ ହେଉଛି ପୃଥିବୀର ବିରଳ ପ୍ରଜାତି । ଏମାନେ ଆମାଜନ ରେନଫରେଷ୍ଟର ଆଭ୍ୟନ୍ତରୀଣ ଅଞ୍ଚଳରେ ରହିଥାନ୍ତି ବୋଲି ଏମାନଙ୍କ ଉପରେ ଗବେଷଣା କରିବା କମିଯାଉଛି । ୨୦୨୦ରେ ଏହି ବିରଳ ବିଲେଇର ଫଟୋ ନିଆଯାଇଥିଲା, ଏହାର ଓଜନ ୨୫ କିଲୋଗ୍ରାମ ଥିଲା ।

ବିଶେଷଜ୍ଞଙ୍କ କହିବାନୁସାରେ, ବିଲେଇର ଶରୀରର ରଙ୍ଗ ଓ ଶୈଳୀ ”ଗୋଲଡ ରିଙ୍ଗ କ୍ୟାଟ ସ୍ନେକ” ସହ ପାଖାପାଖି ସମାନ ଦେଖାଯାଏ । କିନ୍ତୁ ଯେଉଁ ସାପଟି ଏହି ବିଲେଇ ସହିତ ସମାନ, ସେହି ଅଞ୍ଚଳରେ ବାସ କରେ ଯେଉଁଠାରେ ଏହି ବିଲେଇ ଅଛନ୍ତି । ଏହି ଭାଇରାଲ୍ ଫଟୋ ଉପରେ ଲୋକମାନେ କହୁଛନ୍ତି ଯେ, ଏହି ଫଟୋ ନକଲି ଏବଂ ‘ଫୋଟୋସପ୍’ରେ ଏହା ତିଆରି କରାଯାଇଛି।

ସମ୍ବନ୍ଧିତ ଖବର