କାନପୁର: 'ସ୍ପାଇଡର୍-ମ୍ୟାନ୍' ବିଷୟରେ ପ୍ରାୟତଃ ସମସ୍ତେ ଜାଣନ୍ତି | ଆମେ ସମସ୍ତେ ସ୍ପାଇଡର୍-ମ୍ୟାନର ଚଳଚ୍ଚିତ୍ର, କାର୍ଟୁନ୍ ଏବଂ ଫଟୋ ଦେଖିଛେ। କିନ୍ତୁ ବାସ୍ତବ ଜୀବନରେ ବି ଜଣେ ସ୍ପାଇଡର୍-ମ୍ୟାନ୍ ପରି କୌଣସି ସାହାରା ନ ନେଇ କାନ୍ଥ ଉପରକୁ ଚଢ଼ି ପାରୁଥିବା ଆପଣ ହୁଏତ କେବେ ଦେଖି ନଥିବେ।
ଏଭଳି ଏକ ଘଟଣା ଉତ୍ତର ପ୍ରଦେଶ କାନପୁରରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ୭ ବର୍ଷର ଶିଶୁ ସ୍ପାଇଡର୍ ମ୍ୟାନ୍ ଭଳି କାନ୍ଥ ଉପରକୁ ଚଢି ଯାଉଛନ୍ତି | ତୃତୀୟ ଶ୍ରେଣୀରେ ପଢ଼ୁଥିବା ଯଶାର୍ଥ ସିଂହ ଗୌର ସ୍ପାଇଡର୍ ମ୍ୟାନ୍ ଫିଲ୍ମରୁ ପ୍ରେରିତ ହୋଇ ସ୍ପାଇଡର୍ ମ୍ୟାନ୍ ଭଳି କାନ୍ଥ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ | କିନ୍ତୁ ତଳେ ପଡ଼ି ଅନେକ ଥର ଆହତ ବି ହୋଇଛନ୍ତି। ଏହି କାରଣରୁ ପରିବାର ଲୋକ ତାଙ୍କୁ ବହୁତ ଥର ଏଥିରୁ ନିବୃତ୍ତ ରହିବାକୁ କହିଥିଲେ। କିନ୍ତୁ ଯଶାର୍ଥ କାହାରି କୌଣସି କଥା ନଶୁଣି ନିଜ ଅଭ୍ୟାସ ଜାରି ରଖିଥିଲେ।
/sambad/media/post_attachments/e1b73471ecadbc5ddee33a58ab4c6857a2eda4636ad1958c69eef279b4cfe3c4.jpg)
ଧୀରେ ଧୀରେ ସେ କୌଶଳ ଶିଖିଗଲେ ଓ ସ୍ପାଇଡର୍ ମ୍ୟାନ୍ ଭଳି କୌଣସି ସାହାରା ନ ନେଇ କାନ୍ଥ ଚଢିବାରେ ଅଭ୍ୟସ୍ତ ହୋଇଗଲେ | ଏହାପରେ ପ୍ରତିଦିନ ଯଶାର୍ଥଙ୍କ କାନ୍ଥ ଚଢିବା ଦେଖି ଘରଲୋକ ତାଙ୍କୁ ଆଉ ରୋକି ନ ଥିଲେ | ଯଶାର୍ଥ ସିଂହ ଗୌର ବଡ ହୋଇ ଜଣେ ଆଇପିଏସ୍ ଅଫିସର ହେବାକୁ ଇଛା ରଖିଥିବା କହିଛନ୍ତି।