ମଣିଷ ମୁହଁ ନେଇ ଜନ୍ମ ହେଲା ଘୁଷୁରୀ ! ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ ଓ ଭିଡିଓ

ନୂଆଦିିଲ୍ଲୀ: ଏକ ଘୁଷୁରୀ ଛୁଆ ମଣିଷ ମୁହଁ ନେଇ ଜନ୍ମ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମଣିଷ ମୁହଁ ନେଇ ଜନ୍ମ ହୋଇଥିବା ଘୁଷୁରୀ ଛୁଆ ଅନ୍ୟ କିଛି ଘୁଷୁରୀ ଛୁଆଙ୍କ ସହ ଜନ୍ମ ହୋଇଥିଲେ ମଧ୍ୟ ତା’ର ହିଁ ଶରୀରରେ ପରିବତ୍ତର୍ନ ଦେଖାଯାଇଛି। ମଣିଷ ଭଳି ଆଖି ରହିବା ସହ ମୁହଁ ମଧ୍ୟ ମଣିଷ ଭଳି ଦେଖାଯାଉଛି। ତେବେ ଘୁଷୁରୀ ଛୁଆର ଏଭଳି ଜନ୍ମ ହେବା ପଛର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଦକ୍ଷିଣ ଆମେରିକାରେ ଅଧିକ ପରିମାଣରେ କୀଟନାଶକ ବ୍ୟବହାର କରାଯାଉଥିବା ହେତୁ ଘୁଷୁରୀ ଛୁଆର ଶରୀରରେ ଏଭଳି ପରିବର୍ତ୍ତନ ‌ଆସିଥିବା ଚର୍ଚ୍ଚା ହେଉଛି।

ଘଟଣାଟି ଘଟିଛି ଭେନେଜୁଏଲାର  ଲାରା ରାଜ୍ୟର କେବ୍ରାଡା  ଅନ୍ତର୍ଗତ ଆରିବାରେ।  ‘ମାନବ ଚେହେରା’, ବିଶାଳ ଆଖି ଏବଂ କେଶ ସହିତ ଜନ୍ମଗ୍ରହଣ କରିଛି ଘୁଷୁରୀ ଛୁଆ। ଘୁଷୁରୀର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଲୋକ ଘୁଷୁରୀ ଛୁଆକୁ ହାତରେ ଧରିଥିବାର ଦେଖାଯାଇଛି। ଘୁଷୁରୀର ରଙ୍ଗ ଧୂଷର ହୋଇଥିବା ବେଳେ ତା’ର ମଣିଷ ଭଳି ଜିଭ ରହିଥିବା ଦେଖାଯାଇଛି।

ତେବେ ଏଭଳି ଭିଡିଓ ଟୁଇଟରରେ ଭାଇରାଲ ହେବା ପରେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହା ସ୍ପଷ୍ଟ ଭାବରେ ଏକ ପରିବର୍ତ୍ତନ। ଯଦି କର୍ତ୍ତୃପକ୍ଷ ପଶୁମାନଙ୍କର ଜିନ୍ ଉପରେ ଧ୍ୟାନ ନ ଦିଅନ୍ତି ତେବେ ଏହା ଭୟଙ୍କର ହେବ। ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଭେନେଜୁଏଲାରେ ଖାଦ୍ୟ ଏତେ ଖରାପ ଯେ ପଶୁମାନଙ୍କୁ ମଧ୍ୟ ସୁସ୍ଥ ସନ୍ତାନ ଜନ୍ମ ଦେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ଏବଂ ମିନେରାଲ୍ସ ମିଳିପାରୁ ନାହିଁ।

ସମ୍ବନ୍ଧିତ ଖବର