ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ମଝିରେ ମଝିରେ ବିଦ୍ୟୁତ୍ କାଟ୍ ଯୋଗୁଁ ଲୋକମାନଙ୍କୁ ନାହିଁ ନଥିବା ହଇରାଣ ହେବାକୁ ପଡୁଛି। ଏଭଳି ସ୍ଥିତିରେ ବିନା ବିଜୁଳିରେ ଚାଲିପାରୁଥିବା କୁଲର ଏବେ ବଜାରରେ ପ୍ରବେଶ କରିଛି। ପିଜନ କମ୍ପାନୀର ଏହି କୁଲର ଉଭୟ ବିଦ୍ୟୁତ୍ ଏବଂ ପାଣିର ସଞ୍ଚୟ କରିପାରିବା ସହ ବିନା ବିଜୁଳିରେ ଚାଲିପାରୁଛି।
ଅଧିକାଂଶ ଲୋକେ ଅହସ୍ୟ ଗରମରୁ ଟିକିଏ ଆଶ୍ୱସ୍ତି ପାଇବା ପାଇଁ କୁଲର ଏବଂ ଏୟାର କଣ୍ଡିସନର ବ୍ୟବହାର କରିଥାନ୍ତ। ତେବେ ଏସିରେ ବିଲ୍ ଅଧିକ ଆସିଥାଏ, ସେହିପରି କୁଲରେ ପାଣି ମଧ୍ୟ ଅଧିକ ଖର୍ଚ୍ଚ ହୋଇଥାଏ। ଏଭଳି ପରିସ୍ଥିତରେ ଯେଉଁ ସବୁ ଘରମାନଙ୍କରେ ପାଣିର ଘୋର ଅଭାବ ରହିଛି, ସେମାନଙ୍କ ପାଇଁ ଖୁସି ଖବର। ଏଭଳି ଲୋକଙ୍କ ପାଇଁ ପିଜନ କଂପାନୀ ଏକ ଏଭଳି କୁଲର ଡିଜାଇନ କରିଛି, ଯାହାକି ଉଭୟ ବିଦ୍ୟୁତ ଏବଂ ପାଣିର ସଂଚୟ କରିପାରିବ। ଏହାର ଅନଲାଇନ ପ୍ରାଇସ ରହିଛି ମାତ୍ର ୭ ହଜାର ଟଙ୍କା।
ଏହାର ବୈଶିଷ୍ଟ୍ୟ
ଏହି କୁଲରର ପୂରା ସାଇଜ୍ ଏକ ଟେବୁଲ ଫ୍ୟାନ ଭଳି, ଯେଉଁଥିରେ ସାଢେ ୨ ଲିଟରର ୱାଟର ଟ୍ୟାଙ୍କ ମଧ୍ୟ ଦିଆଯାଇଛି।
ଏଥିରେ ଇନ-ବିଲ୍ଡ ରିଚାର୍ଜବୁଲ ବ୍ୟାଟେରୀ ଦିଆଯାଇଛି, ଯାହାକି ୫ ଘଣ୍ଟାରେ ଫୁଲ ଚାର୍ଜ ହୋଇ ୯ ଘଣ୍ଟା କାଳ ବ୍ୟାକଅପ ଦେଇଥାଏ। ଅର୍ଥାତ୍ ବିନା ବିଜୁଳିରେ ବି ଆପଣ ଏହାକୁ ସାରା ରାତି ବ୍ୟବହାର କରିପାରିବେ। ଏହାକୁ କଣ୍ଟ୍ରୋଲ୍ କରିବା ପାଇଁ ରିମୋଟ ମଧ୍ୟ ଦିଆଯାଇଛି।
ଏଥିରେ ରେଢିଏଣ୍ଟ ଏଲଇଡି ମଧ୍ୟ ଦିଆଯାଇଛି । ଯାହାକି ନାଇଟ୍ ଲ୍ୟାମ୍ପ ଭଳି କାମ କରିଥାଏ। କଂପାନୀ ଏହି କୁଲର ଉପରେ ବର୍ଷକ ପାଇଁ ଗ୍ୟାରେଣ୍ଟି ମଧ୍ୟ ଦେଉଛି।
ଏହି ୩ ସ୍ପିଡ ମୋଡ ସହିତ ଆସିଥାଏ ଏବଂ ୨୦୦ ସ୍କୋୟାର ଫୁଟ୍ ଏରିଆ ବିଶିଷ୍ଟ କୋଠରୀକୁ ଥଣ୍ଡା କରିଦେଇଥାଏ।