ପିଲିଭିତ୍: ମୁଁ ପଛେ ମରିଯିବି, ହେଲେ ତୁମକୁ ମରିବାକୁ ଦେବିନି ଭାଇ...ବ୍ୟସ୍ତ ହୁଅନା...ତୁମ ନାଉରୀ ଭାଇ ଅଛି ପରା। ଏ ଧାଡ଼ି ଶୁଣି ଆପଣଙ୍କୁ ସିନେମାର ସଂଳାପ ପରି ଲାଗୁଥିବ... ହେଲେ ବାସ୍ତବ ଜୀବନରେ ଏଭଳି ଘଟିଛି। ନିଜର ଜୀବନକୁ ଖାତିର୍ ନକରି ଅନ୍ୟର ଜୀବନ ବଞ୍ଚାଇଛନ୍ତି ନାଉରୀ ଭାଇ...ଆଉ ପାଲଟି ଯାଇଛନ୍ତି ଅସଲି ହିରୋ।
ଘଟଣାଟି ଉତ୍ତରପ୍ରଦେଶରେ ଥିବା ପିଲିଭିତ୍ର। ସବୁଦିନ ପରି କାମକୁ ବାହାରିଥିଲେ ଶୁଭମ ତିୱାରି। ନିଜ ଏସୟୁଭି ଧରି ସେ ବାହାରିପଡ଼ିଥିଲେ ଘରୁ। ହେଲେ ବାଟରେ ତାଙ୍କ ସହ ଏଭଳି କିଛି ଘଟିବ...ତାହା ସେ କଳ୍ପନା ବି କରିନଥିଲେ। ଘରୁ ବାହାରି କିଛି ବାଟ ଆସିବା ପରେ ତାଙ୍କ କାର୍ ଆଗକୁ ଏକ ଛୋଟ ପିଲାଟି ଦୌଡ଼ି ଆସିଥିଲା। ତାକୁ ବଞ୍ଚାଇବାକୁ ଯାଇ ସେ କାର୍ର ଷ୍ଟିଆରିଂ ମୋଡ଼ି ଦେଇଥିଲେ...ହେଲେ ତାଙ୍କୁ ଜଣାନଥିଲେ...ଅଗକୁ କ’ଣ ସବୁ ଘଟିଯିବ।
ଷ୍ଟିଆରିଂ ମୋଡ଼ିବାରୁ ଶୁଭମଙ୍କ କାର୍ ଯାଇ ପଶିଥିଲା ପୋଖରୀ ଭିତରେ। ପାଣି ସ୍ରୋତ ତାଙ୍କୁ ଟାଣି ନେଇଥିଲା ପୋଖରୀ ମଝିକୁ। କାର୍ ଭିତରେ ଏକା ଥିବା ଶୁଭମ ବଞ୍ଚିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିଲେ। ହେଲେ ଗଭୀର ପାଣି ଭିତରୁ କେମିତି ଜୀବନ ଧରି ବାହାରିବି ତାହା ତାଙ୍କୁ ଜଣାନଥିଲା। ବଞ୍ଚିବାର ଆଶା ଓ ମୃତ୍ୟୁର ଡର ତାଙ୍କ ଆଖିରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। କୂଳରେ ଠିଆ ଚିତ୍କାର କରୁଥିଲେ ଲୋକେ। ହେଲେ କାହାର ପାଣି ଭିତରକୁ ଯିବାର ସାହାସ ହେଉନଥିଲା।
Shubham Tiwari, driving a SUV landed in a pond while trying to save a kid on the road in UP's Pilibhit. In a daring rescue, Faizal on a boat put his life on the line and showed exemplary courage to save Tiwari drowing with the SUV. The victim was finally rescued and extricated… pic.twitter.com/cOVOzUe9US
— Piyush Rai (@Benarasiyaa) November 29, 2025
ଶୁଭମଙ୍କ ପାଇଁ ଆଶାର କିରଣ ପାଲଟିଥିଲେ ଫୈଜଲ
ଏହି ସମୟରେ ଶୁଭମଙ୍କ ପାଇଁ ଆଶାର କିରଣ ପାଲଟିଥିଲେ ଫୈଜଲ। କାର୍ ବୁଡ଼ିଯାଉଥିବା ଦେଖି ସେ କାର୍ ପାଖକୁ ଡଙ୍ଗା ବାହି ନେଇଥିଲେ। ଶୁଭମଙ୍କ ଆଖିରେ ମୃତ୍ୟୁର ଡର ଦେଖି ତାଙ୍କୁ ସାହାସ ଦେଇଥିଲେ ଫୈଜଲ। ଆଉ ଆରମ୍ଭ ହୋଇଯାଇଥିଲା ଶୁଭମଙ୍କୁ ବୁଡ଼ି ଯାଉଥିବା କାର୍ରୁ ବଞ୍ଚାଇବାର ପ୍ରୟାସ। ସାର୍ଟର କୋଲାର ଧରି ତାଙ୍କୁ ଟାଣି ଚାଲୁଥିଲେ ଫୈଜଲ। ହେଲେ ବାହାରି ପାରୁନଥିଲେ ଶୁଭମ। ଏହି ଜୀବନ-ମୃତ୍ୟୁ ସଂଗ୍ରାମ ମଧ୍ୟରେ ଆଗମୁହାଁ ହୋଇ ବୁଡ଼ିଯାଇଥିଲା କାର୍। ତା’ ସହିତ ଓଲଟି ପଡ଼ିଥିଲା ଫୈଜଲଙ୍କ ଡଙ୍ଗା। ଏହା ଦେଖି କୂଳରେ ଚିତ୍କାର କରୁଥିବା ଲୋକଙ୍କ ନିଶ୍ବାସ କିଛି ସମୟ ପାଇଁ ଅଟକିଯାଇଥିଲା। ଜଣଙ୍କୁ ବଞ୍ଚାଇବାକୁ ଯାଇ ଆଉ ଜଣେ ଚାଲିଗଲା ବୋଲି ଭାବି ନେଇଥିଲେ ଲୋକେ। ହେଲେ ଏହି ସମୟରେ ହୋଇଥିଲା ଚମତ୍କାର। ପାଣି ଭିତରୁ ଶୁଭମଙ୍କୁ ଧରି ଉପରକୁ ଉଠିଥିଲେ ଫୈଜଲ। ତୁରନ୍ତ ତାଙ୍କୁ ସୁରକ୍ଷିତ ଭାବେ ଫୈଜଲ କୂଳକୁ ଟାଣିଆଣିଥିଲେ ।
କଥାରେ ଅଛି, ରଖେ ହରି ତ ମାରେ କିଏ? ଆଜି ଫୈଜଲଙ୍କ ରୂପରେ ଭଗବାନ୍ ଶୁଭମ୍ଙ୍କୁ ନୂଆ ଜୀବନ ଦେଇଛନ୍ତି କହିଲେ ଭୁଲ ହେବନି। ମୃତ୍ୟୁ ମୁଖରୁ ପୁଅକୁ ଫେରିପାଇ ଶୁଭମ୍ଙ୍କ ପରିବାରର ଖୁସି କହିଲେ ନସରେ।
ଆହୁରି ପଢ଼ନ୍ତୁ: Moradabad BLO's Last Video: ବଞ୍ଚିବାକୁ ଚାହୁଁଛି...ହେଲେ କାମର ଚାପ ବଞ୍ଚିବାକୁ ଦେବନି; ବିଏଲଓଙ୍କ ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/01/uttar-pradesh-2025-12-01-16-40-00.jpg)