ନୂଆଦିଲ୍ଲୀ: ବିମାନ ଉଡ଼ାଇବା ପାଇଁ ଦୁଇଜଣ ପାଇଲଟ୍ ରହିଥାଆନ୍ତି। ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ବିମାନରେ ଦୁଇଜଣ ପାଇଲଟ୍ ରହିବାର ସବୁଠାରୁ ବଡ କାରଣ ହେଉଛି ଯାତ୍ରୀମାନଙ୍କ ସୁରକ୍ଷା। କିନ୍ତୁ ଆପଣ ହୁଏତ ଜାଣି ନଥିବେ ଯେ ବିମାନର ଦୁଇ ଜଣ ପାଇଲଟଙ୍କୁ ସର୍ବଦା ଅଲଗା ଖାଦ୍ୟ ଦିଆଯାଇଥାଏ । ସେମାନଙ୍କୁ କଦାପି ସମାନ ଖାଦ୍ୟ ଦିଆଯାଏ ନାହିଁ । ଏହା ପଛର କାରଣ ରହିଛି ଏପରି।

Advertisment

୧୯୮୪ ମସିହାରେ ଏକ କାନକାର୍ଡ ସୁପରସୋନିକ୍ ବିମାନ ଲଣ୍ଡନରୁ ନ୍ୟୁୟର୍କକୁ ଯାଉଥିଲା । ଏହି ବିମାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ଏହି ବିମାନରେ ସମୁଦାୟ ୧୨୦ଜଣ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ସମାନ ଖାଦ୍ୟ ଦିଆଯାଇଥିଲା । ସେହି ଖାଦ୍ୟରେ କିଛି ତ୍ରୁଟି ରହିଥିଲା । ଯେଉଁ କାରଣରୁ ଉକ୍ତ ଖାଦ୍ୟ ଖାଇଥିବା ସମସ୍ତ ଲୋକ ଫୁଡପଏଜନର ଶିକାର ହୋଇଥିଲେ। ଏହା ପରେ ସମସ୍ତ ଲୋକଙ୍କର ବାନ୍ତି, ଜ୍ୱର ଏବଂ ଡାଇରିଆ ହୋଇଥିଲା । ଖାଦ୍ୟ ବିଷାକ୍ତ କାରଣରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବି ରିପୋର୍ଟ ଆସିଥିଲା।

ଏହି କାରଣରୁ ବିମାନର ଉଭୟ ପାଇଲଟଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ବର୍ତ୍ତମାନ ଏଭଳି ଘଟଣାକୁ ଏଡାଇବା ପାଇଁ ବହୁତ ସତର୍କ ପଦକ୍ଷେପ ନିଆଯାଇଛି। ତେଣୁ ସମାନ ବିମାନର ପାଇଲଟ ଏବଂ ସହ-ପାଇଲଟଙ୍କୁ ସମାନ ଖାଦ୍ୟ ଦିଆଯାଇ ନଥାଏ । କାରଣ ଖାଦ୍ୟ ଯଦି ବିଷାକ୍ତ ହେବାର ସମ୍ଭାବନା ଥିବ ତେବେ ଉଭୟଙ୍କ ମଧ୍ୟରୁ ଜଣେ ପାଇଲଟ ତ ସୁରକ୍ଷିତ ରହିବେ । ଯିଏକି ଯାତ୍ରୀମାନଙ୍କୁ ନିରାପଦରେ ଯାତ୍ରା କରାଇ ପାରିବେ।