ହୋମମେଡ୍ ବିମାନ ଉଡ଼ାଇବା ବେଳେ ନିୟନ୍ତ୍ରଣ ହରାଇଲେ ପାଇଲଟ୍, ଆଉ ତା’ପରେ…

ନୂଆଦିଳ୍ଲୀ: ଆମେରିକାର ଜଣେ ପାଇଲଟ୍‌ଙ୍କ ଭୁଲ୍‌ ଯୋଗୁ ତାଙ୍କ ଜୀବନ ଚାଲିଯାଇଛି। ପାଇଲଟ୍‌ ଜଣକ ନିଜ ଘରେ ଏକ ବିମାନ ନିର୍ମାଣ କରିଥିଲେ । ଏହାକୁ ଉଡାଇବାର ପ୍ରୟାସ ପରିଣାମ ଭୟଙ୍କର ହୋଇଛି। ପାଇଲଟ୍‌ ଜଣକ ବିମାନ ନିର୍ମାଣ କରି ଉଡ଼ାଣ ଭରିବା ଆରମ୍ଭ କରିଥିଲେ। ଉଡ଼ାଣ କରି ଅଳ୍ପ କିଛି ବାଟ ଅତିକ୍ରମ କରି ଏକ ଗଛରେ ବାଜି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ପାଇଲଟ୍‌ ଜଣକ ଆମେରିକାର ଫ୍ଲୋରିଡାର ଏକ ବିମାନ ବନ୍ଦରରୁ ଏହି ଉଡ଼ାଣ ଭରିଥିଲେ। ଦୁର୍ଘଟଣା‌ ଘଟିବା ପରେ ଫ୍ଲୋରିଡ଼ା ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପାଲଇଟ୍‌ଙ୍କୁ ହସ୍ପିଟାଲ୍‌ ନେଇ ଯାଇଥିଲେ।  ମାତ୍ର ପାଇଲଟ୍‌ଙ୍କ ଜୀବନ ବଞ୍ଚାଇ ହେଲା ନାହିଁ।

ଫ୍ଲୋରିଡ଼ାର ଏହି ୭୩ ବର୍ଷୀୟ ପାଇଲଟ୍‌ ଜଣକ ହେଉଛନ୍ତି ଚାର୍ଲସ ଅଲ୍‌ବାନ। ସେ ଏକ ସିଙ୍ଗଲ ଇଞ୍ଜିନ୍‌ ହୋମ୍‌ମେଡ୍‌ ବିମାନ ତିଆରି କରିଥିଲେ। ବିମାନକୁ ଚାର୍ଲସ ନିଜେ ଉଡ଼ାଉଥିଲେ।

ଏହି ସ୍ଥାନରେ ହୋଇଥିଲା ବିମାନ ବିସ୍ଫୋରଣ

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପାଲଇଟ୍‌ ଖୁବ୍ ଖୁସିର ସହ ବିମାନଟିର ଉଡ଼ାଣ ଭରିବା ଆରମ୍ଭ କରିଥିଲେ। ମାତ୍ର ସେ ଉଡ଼ାଣ ଭରୁ ଭରୁ ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ଦେଇଥିଲେ। ଫଳରେ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଓ ବିସ୍ଫୋରଣ ଘଟିଥିଲା।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ‌ଯେ ବିମାନ ପ୍ରସ୍ତୁତ ହେବା ପରେ  ଚାର୍ଲସ ଅଲ୍‌ବାନ ପ୍ରଥମେ କେ‌ତେ ଥର ଫ୍ଲୋରିଡାର ‘ବ୍ଲୁ ରିଜ୍‌ ଫ୍ଲାଇଟ୍‌ ପାର୍କ ଏୟାର୍‌ପୋର୍ଟ’ରେ ପରୀକ୍ଷାମୂଳକ ଉଡାଣ କରିଥିଲେ । ସେ ବିମାନର ଉଡାଣ କ୍ଷମତା ନେଇ ନିଶ୍ଚିତ ହେବା ପରେ ଫ୍ଲୋରିଡା ବିମାନ ବନ୍ଦରରୁ ଉଡାଣ କରିଥିଲେ । ବିମାନଟିକୁ ଫ୍ଲୋରିଡ଼ାର ବୋନିସ୍‌ ସହର ଦିଗକୁ ନେବା ବେଳେ ଜାଣିବାକୁ ପାଇଲେ କି ତାହା ଅଧିକ ଉଚ୍ଚତାକୁ ଯାଇପାରୁନାହିଁ। ଏହି ସମୟରେ ଅଚାନକ ବିମାନଟି ବାମପଟକୁ ମୋଡ଼ି ହୋଇ ନିମ୍ନମୁଖୀ ଅବସ୍ଥାରେ ଗୋଟେ ଗଛରେ ପିଟି ହୋଇଗଲା।

ସମ୍ବନ୍ଧିତ ଖବର