ନୂଆଦିଲ୍ଲୀ: ପ୍ରତ୍ୟେକ ବାପା-ମା’ଙ୍କ ଇଚ୍ଛା ଥାଏ, ସେମାନଙ୍କ ପିଲାମାନେ ବଡ଼ ହୋଇ ଭଲ ମଣିଷ ହୁଅନ୍ତୁ। ବାପା-ମା’ଙ୍କ ନାମ ରଖନ୍ତୁ। ଯେତେବେଳେ ବାପା-ମା’ଙ୍କ ଏହି ସ୍ବପ୍ନ ପୂରା ହୋଇଯାଇଥାଏ, ସେମାନେ ନିଜକୁ ଗର୍ବିତ ମନେ କରନ୍ତି। ସୋସିଆଲ ମିଡିଆରେ ସମୟସମୟରେ ଏମିତି ଅନେକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଥାଏ। ନିକଟରେ ବି ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି।
ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ପାଇଲଟ ଝିଅ ବିମାନ ଉଡ଼ାଇବା ପୂର୍ବରୁ ତାଙ୍କ ପିତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି। ଏହାପରେ ବାପା ଝିଅଙ୍କୁ ଆଲିଙ୍ଗନ କରି ଖୁସିରେ ଆଶୀର୍ବାଦ ଦେଉଛନ୍ତି। କାରଣ ବାପା ଦେଖିଥିବା ସପ୍ନକୁ ଝିଅ ପୂରା କରି ପାରିଛନ୍ତି।
ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଭିଡିଓକୁ pilot_krutadnya ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ସେୟାର କରିଛନ୍ତି। ଏହି ଭିଡିଓ ପୋଷ୍ଟ ହେବା ପରେ ଭିଡିଓକୁ ୨୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୫ ଲକ୍ଷରୁ ଅଧିକ ଲାଇକ୍ ମିଳିଛି। ଭିଡିଓ ଦେଖିବା ପରେ ଲୋକେମାନେ ବାପା-ଝିଅଙ୍କର ଏହି ଖୁସିର ମୁହୂର୍ତ୍ତକୁ ବେଶ ପସନ୍ଦ ବି କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଇଛନ୍ତି।
View this post on Instagram