ହ୍ବାଟ୍‌ସଆପ‌୍‌ରେ ଏକାବେଳେ ତିନିଟି ମେସେଜ୍‌ ପିନ୍‌

ହ୍ବାଟ୍‌ସଆପ୍‌ରେ ଏକ ନୂଆ ଫିଚର୍‌ ଯୋଡ଼ିହୋଇଛି। ଏହି ଫିଚର୍‌ ଦ୍ବାରା ଏବେ ହ୍ବାଟ୍‌ସଅାପ୍‌ରେ ଏକସଙ୍ଗେ ତିନିଟି ମେସେଜ୍‌ ପିନ୍‌ କରିହେବ। ମେଟା ସିଇଓ ମାର୍କ ଜୁକରବର୍ଗ ନିଜ ହ୍ବାଟ୍‌ସଆପ୍‌ ଚାନେଲ୍‌ ମାଧ୍ୟମରେ ଏହି ନୂଆ ଫିଚର୍‌ ନେଇ ସୂଚନା ଦେଇଛନ୍ତି। ଏହି ଅପ୍‌ଡେଟ୍‌ ସାମ୍ନାକୁ ଆସିବା ପରେ ଅନେକ ଉପଭୋକ୍ତା ଖୁସି ବ୍ୟକ୍ତ କରିଛନ୍ତି। ଆଗରୁ ମାତ୍ର ଗୋଟିଏ ମେସେଜ୍‌କୁ ଇନ୍‌ବକ୍ସରେ ସବା ଉପରେ ପିନ୍‌‌ କରିବାର ସୁବିଧା ଥିଲା। ଅର୍ଥାତ୍‌ ମେସେଜ୍‌ ପିନ୍‌ କଲେ ତାହା ସବୁବେଳେ ଉପରେ ରହୁଥିଲା। ଅନ୍ୟ ମେସେଜ୍‌ ପିନ୍‌ କଲେ ପୂର୍ବ ମେସେଜ୍‌ ଡିଲିଟ୍‌ ହୋଇଯାଉଥିଲା। ହେଲେ ଏବେ ଏକସଙ୍ଗେ ତିନିଟି ମେସେଜ୍‌ ପିନ୍‌ କରିହେବ। ଏହାଯୋଗୁଁ ଉପଭୋକ୍ତାମାନେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ସେଭ୍‌‌ କରି ରଖିପାରିବେ।

ମେସେଜ୍‌ ବ୍ୟତୀତ ମେଟା କହିଛି ଯେ, ଉପଭୋକ୍ତାମାନେ ମିଡିଆ, ଭଏସ୍ ନୋଟ୍ ଓ ଇମୋଜି ଭଳି ବାର୍ତ୍ତା ମଧ୍ୟ ପିନ୍ କରିପାରିବେ। ବୈଶିଷ୍ଟ୍ୟଗୁଡ଼ିକ ଉଭୟ ବ୍ୟକ୍ତିଗତ ତଥା ଗ୍ରୁପ୍ ଚାଟ୍‌ରେ ଉପଲବ୍ଧ ହେବ ବୋଲି ହ୍ବା‌ଟ୍‌ସଆପ୍‌ ପକ୍ଷରୁ କୁହାଯାଇଛି। ଏହି ନୂତନ ଫିଚର୍‌‌ ପୂର୍ବରୁ କମ୍ପାନି ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ଆଇଫୋନ୍ ପରି ଏକ ନୂତନ ଇଣ୍ଟରଫେସ୍‌ ଆଣିଥିଲା। ଆଣ୍ଡ୍ରଏଡ୍‌ ବ୍ୟବହାରକାରୀମାନେ ବର୍ତ୍ତମାନ ଆଇଫୋନ୍‌ ବ୍ୟବହାରକାରୀଙ୍କ ପରି ହ୍ୱାଟସ୍‌ଆପ୍‌ରେ ଚାଟ୍‌, ଅପଡେଟ୍‌, କଲ୍‌ ଆଦି ବିକଳ୍ପ ପାଉଛନ୍ତି।

ମେସେଜ୍‌ ପିନ୍‌ କେମିତି କରିବେ?
 ଚାଟ୍‌ ‌ମେସେଜ୍‌କୁ ଲଙ୍ଗ୍‌ ପ୍ରେସ୍‌ କରନ୍ତୁ
 ଆପଣଙ୍କ ସ୍କ୍ରିନ୍‌ର ଡାହାଣ ପଟେ ଥିବା‌ ତିନିଟି ଡଟ୍‌ ମେନୁ ଉପରେ ଟଚ୍‌ କରନ୍ତୁ
 ଡ୍ରପ୍‌-ଡାଉନ୍‌ ମେନୁରୁ ‘ପିନ୍‌’ ଉପରେ କ୍ଲିକ୍‌ କରନ୍ତୁ, ଏହାପରେ ବାର୍ତ୍ତାଟି ଉକ୍ତ ବ୍ୟକ୍ତି କିମ୍ବା ଗ୍ରୁପ୍‌ ନାମ ସହ ସବା ଉପରେ ପିନ୍‌ ହୋଇଯିବ

ସମ୍ବନ୍ଧିତ ଖବର