ଦୀପାବଳିରେ ଗୋଲାପି ସହର ଭ୍ରମଣର ମଜା ନିଆରା !

ଦୀପାବଳି ଏଭଳି ଏକ ଉତ୍ସବ, ଯାହାକୁ ସମସ୍ତେ ସାଧାରଣତଃ ପରିବାର ସହିତ ଘରେ ପାଳନ କରିବାକୁ ଭଲ ପାଆନ୍ତି । କିନ୍ତୁ ଯଦି ଆପଣ ଏହି ଅବସରରେ କୌଣସି ସହରରେ ଅଛନ୍ତି, ସେଠାକାର ଦିଓ୍ଵାଲିର ମଜ୍ଜା ବି ଉଠାଇପାରନ୍ତି , କାରଣ ସେଠାକାର ଏହି ଉତ୍ସବର ମାହୋଲ୍‌ ଏକଦମ୍‌ ନିଆରା ।

ଦୀପାବଳୀ ସମୟରେ ଗୋଲାପି ସହର ଜୟପୁରରେ ଲାଇଟିଙ୍ଗ୍‌ ଓ ଆତସବାଜି ପର୍ଯ୍ୟଟକ ମାନଙ୍କୁ ବେଶ୍‌ ଆମୋଦିତ କରିଥାଏ । ଏହା ସପିଙ୍ଗ୍‌ ପାଇଁ ମଧ୍ୟ ଉପଯୁକ୍ତ ସ୍ଥାନ । ସିଟି ଏରିୟାରେ ଆପଣ ଭିନ୍ନ ଭିନ୍ନ ଧରଣର ଦୀପ ଦେଖିପାରିବେ । ରାଜସ୍ଥାନୀ ହ୍ୟାଣ୍ଡିକ୍ରାଫ୍ଟ, ପୋଟେରୀ, ଗିଫ୍ଟ ଓ ଅନ୍ୟାନ୍ୟ ଆଇଟମ୍‌ ମଧ୍ୟ କିଣିପାରିବେ । ଜୟପୁର ଯେ କେବଳ ସପିଙ୍ଗ୍‌ ପାଇଁ ପ୍ରସିଦ୍ଧ, ତା’ ନୁହେଁ ବରଂ ସୁନ୍ଦର ସୁନ୍ଦର ଅଟ୍ଟାଳିକା ଓ ପ୍ରାଚୀନ ଫ୍ୟାଲେସ୍‌ ମଧ୍ୟ ବେଶ୍‌ ସୁସଜ୍ଜିତ ହୋଇଥାଏ ଦୀପାବଳି ଅବସରରେ । ଏଥିମଧ୍ୟରୁ ହଓ୍ଵାମହଲର ସୌନ୍ଦର୍ଯ୍ୟ ଏକଦମ୍‌ ନିଆରା । ଏହା ଗୋଲାପି ପଥରରେ ନିର୍ମିତ । ଏହା ଏକ ପାଞ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକା । ଏଥିିରେ ପାଖାପାଖି ୯୫୦ ଟି ଝରକା ଅଛି । ଜୟପୁରର ‘ସିଟି ପ୍ୟାଲେସ୍‌’ ମଧ୍ୟ ଖୁବ୍‌ ଲୋକପ୍ରିୟ । ଏହା ପୁରୁଣା ଜୟପୁର ମଧ୍ୟରେ ଅବସ୍ଥିତ । ଏହାଭିତରେ ମୁବାରକ୍‌ ମହଲ୍‌, ଚନ୍ଦ୍‌ ମହଲ୍‌, ଦୀଓ୍ଵାନ୍‌-ଏ ଖାସ୍‌ , ଦୀଓ୍ଵାନ୍‌ -ଏ-ଆମ୍‌ , ମହାରାନୀ ମହଲ୍‌ , ବଗୀ ଖାନା ଓ ଗୋବିନ୍ଦ ଦେବଜୀଙ୍କ ମନ୍ଦିର ଆଦି ମଧ୍ୟ ଦର୍ଶନୀୟ ।

ଦୀପାବଳୀ ସମସ୍ତଙ୍କର ପ୍ରିୟପର୍ବ । ଯଦି ଆପଣ ଏହି ସମୟରେ ଭ୍ରମଣରେ ବାହାରି ଯାଆନ୍ତି, ଏବଂ ଗୋଲାପି ସହର ଜୟପୁରରେ ଥାଆାନ୍ତି ତେବେ , ସେଠାରେ ଦୀପାବଳିର ନିଆରା ମଜା ଉଠାଇ ପାରିବେ ।

ଦୀପାବଳୀ ସମୟରେ ଏହି ସବୁ ପ୍ରାଚୀନ କୀର୍ତ୍ତିକୁ ବିଶେଷ ଢ଼ଙ୍ଗରେ ସଜା ଯାଇଥାଏ। ଏହି କାରଣରୁ ଏହି ଅବସରରେ ଜୟପୁରର ଭ୍ରମଣର ମଜା ନିଆରା। ଖାସ୍‌ କରି ଗୋବିନ୍ଦ ଦେବଜୀଙ୍କ ମନ୍ଦିରରେ ଦୀପାବଳୀ ଅବସରରେ ବିଶେଷ ପୂଜାର୍ଚ୍ଚନା ମଧ୍ୟ ଆୟୋଜିତ ହୋଇଥାଏ। ଏହି ସମୟରେ ପର୍ଯ୍ୟଟକମାନେ ଏହାର ଲାଭ ଉଠାଇଥାନ୍ତି। ଏହା ଫଳରେ ଉଭୟ ଧାର୍ମିକ ଏବଂ ସାମାଜିକ ଆନନ୍ଦ ମିଳିଥାଏ।
‘ ସିଟଠି ପ୍ୟାଲେସ୍‌’ରୁ ସମଗ୍ର ଜୟପୁରର ସୌନ୍ଦର୍ଯ୍ୟ ଦେଖିପାରିବେ । ଜୟପୁର ଭ୍ରମଣରେ ଆସିଛନ୍ତି ମାନେ ‘ ଜଲ ମହଲ’ ଦେଖିବାକୁ ଭୁଲନ୍ତୁ ନାହିଁ । ଏହି ଜଲ ମହଲ ହ୍ରଦର ମଧ୍ୟ ଭାଗରେ ଅବସ୍ଥିତ । ସନ୍ଧ୍ୟା ସମୟରେ ଏଠାକାର ସୌନ୍ଦର୍ଯ୍ୟ ଲୋଭନୀୟ । କାରଣ ଏଠାରେ ବିଶେଷ ସାଜସଜ୍ଜା ହୋଇଥାଏ। ଜୟପୁରର ପ୍ରସିଦ୍ଧ ସରବତ୍‌ ପିଇବାକୁ କେହି ବି ଭୁଲନ୍ତି ନାହିଁ । ରାଜସ୍ଥାନୀ ଭୋଜନର ସ୍ୱାଦ ମଧ୍ୟ ଉଠାଇପାରିବେ ।
ଜୟପୁରର ଅନ୍ୟ ଏକ ଦର୍ଶନୀୟ ସ୍ଥଳ ହେଲା ‘ଚୋଖି ଘାଣି’ । ରାଜସ୍ଥାନର ରାଜଧାନୀ ହୋଇଥିବା କାରଣରୁ ଜୟପୁର ଦେଶର ଏକ ପ୍ରମୁଖ ସହରଭାବେ ପରିଗଣିତ । ଏଠାକୁ ରେଳ, ସଡକ ଓ ବିମାନ ଯୋଗେ ଆସି ହେବ ।

 

ସମ୍ବନ୍ଧିତ ଖବର