ଗୋଲାପୀ ଡଲ୍ଫିନ୍ ଏବେ ଧ୍ବ˚ସାଭିମୁଖୀ!
ଆମାଜନ୍ ନଦୀ ଅବବାହିକାରେ ଏକଦା ବହୁ ସ˚ଖ୍ୟାରେ ଦେଖାଯାଉଥିବା ଗୋଲାପୀ ଡଲ୍ଫିନ୍ ଏବେ ଧ୍ବ˚ସାଭିମୁଖୀ। ନଦୀର ଉପରମୁଣ୍ତ ପ୍ରଦୂଷିତ ହେବା କାରଣରୁ ଏହି ପ୍ରଜାତିର ବ˚ଶ ବଢ଼ୁନାହିଁ। ସ˚ପ୍ରତି ସମଗ୍ର ଆମାଜନ୍ ଅବବାହିକାରେ ଏମାନଙ୍କ ସ˚ଖ୍ୟା ପଚାଶକୁ ହ୍ରାସ ପାଇଥିବା ଆଶଙ୍କା କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଲାପୀ ଡଲ୍ଫିନ୍କୁ ନେଇ ସେଠାରେ ଏକ କିଂବଦନ୍ତି ପ୍ରଚଳିତ। ଏହି ଡଲ୍ଫିନ୍ ପ୍ରଜାତିର ସମସ୍ତେ ପୁରୁଷ ବୋଲି ସ୍ଥାନୀୟ ଅଧିବାସୀଙ୍କ ଧାରଣା ଏବ˚ ସେମାନେ ରାତିରେ ସୁନ୍ଦର ଯୁବକରେ ପରିଣତ ହୋଇ ସ୍ଥାନୀୟ ଯୁବତୀଙ୍କୁ ଗର୍ଭବତୀ କରିଥା’ନ୍ତି! ଜନ୍ମିତ ଶିଶୁ କିନ୍ତୁ ଡଲ୍ଫିନ୍ ନ ହୋଇ ମଣିଷ ହୁଏ। ଏହି କାରଣରୁ ସେମାନଙ୍କର ସ˚ଖ୍ୟା ବଢ଼ୁ ନ ଥିବା ସ୍ଥାନୀୟ ଅଧିବାସୀଙ୍କର ବିଶ୍ବାସ। ଏହି ଡଲ୍ଫିନ୍ର ଯୌନାଙ୍ଗ ମଣିଷ ପରି ଦିଶୁଥିବାରୁ ଏବ˚ ଅନ୍ୟ ଡଲ୍ଫିନ୍ ପରି ଏହା ଗୋଷ୍ଠୀରେ ରହୁ ନ ଥିବାରୁ ଏ ଭଳି କିଂବଦନ୍ତି ସୃଷ୍ଟି ହୋଇଥାଇପାରେ!
ଏହି କିଂବଦନ୍ତି ଆଧାରରେ ‘ଇଲି ଆନ୍ଡ ବୋଟୋ’ ନାମକ ଫିଲ୍ମ ତିଆରିକରାଯାଇଥିଲା। ପ୍ରାଣୀ ବିଜ୍ଞାନୀଙ୍କ ଗବେଷଣା ଅନୁଯାୟୀ ଏହା ଅନ୍ୟ ପ୍ରଜାତିର ଡଲ୍ଫିନ୍ ତୁଳନାରେ ଅଧିକ ବୁଦ୍ଧିମାନ୍। ଏହାର ଆକାର ବଡ଼ ହୋଇ ନ ଥିଲେ ହେଁ ମସ୍ତିଷ୍କ, ମଣିଷ ମସ୍ତିଷ୍କ ଅପେକ୍ଷା ଚାଳିଶ ପ୍ରତିଶତ ବଡ଼। ଏହା ଛୋଟ ଜଳଚର ପ୍ରାଣୀ ଶିକାର କରେ।