ଲକ୍ଷ୍ନୌ: ପିତୃପକ୍ଷର ଆରମ୍ଭ ହେଉ ହେଉ ଉତ୍ତରପ୍ରଦେଶର ସଂଗମ ନଗରୀ ପ୍ରୟାଗରାଜରେ ସାରା ଦେଶର ଲୋକ ପିଣ୍ଡଦାନ ପାଇଁ ପହଞ୍ଚୁଛନ୍ତି। ହେ‌ଲେ ଏବର୍ଷ ଏପରି ଅନେକ ଶ୍ରଦ୍ଧାଳୁଙ୍କ ବିଷୟରେ ଜଣାପଡ଼ିଛି, ‌ଯେଉଁମାନେ କି ବିଦେଶର ଅଛନ୍ତି ଓ କୌଣସି କାରଣୁ ଦେଶକୁ ଆସିପାରୁନାହ‌ାନ୍ତି। ଏବେ ସେ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍‌ଲାଇନ୍‌ ପିଣ୍ଡ‌ଦାନ ସୁବିଧା ଉପଲବ୍ଧ।

Advertisment

ସାଗମ ନଗରୀର ତୀର୍ଥ ପୂରୋହିତମାନେ ଏଥିପାଇଁ ଏକ ୱେବ୍‌ସାଇଟ୍‌ ଆରମ୍ଭ କରିଛନ୍ତି। ତାଙ୍କ ନିକଟକୁ ଅନ୍‌ଲାଇନ୍‌ କର୍ମକାଣ୍ଡ ପାଇଁ ବୁକିଂ ବି ଆସିିଛି। ସ୍ଥାନୀୟ ତୀର୍ଥ ପୂରୋହିତମାନଙ୍କ କହିବା କଥା ହେଉଛି, ଏବର୍ଷ ପିଣ୍ଡଦାନ ପାଇଁ ଅନ୍‌ଲଇନ୍‌ କର୍ମକାଣ୍ଡ ପ୍ରକ୍ରିୟାର ସମସ୍ତ ବନ୍ଦୋବସ୍ତ ବି ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ଧାର୍ମିକ ଅନୁଷ୍ଠାନଗୁଡ଼ିକ ବି ଧୀରେ ଧୀରେ ଡିଜିଟାଲ୍‌କରଣ ହେବାକୁ ଲାଗିଲାଣି।

କରୋନା ସମୟରେ ବି ଲୋକ‌େ ପିଣ୍ଡଦିନ କରିବାକୁ ଯାଇନପାରିବାରୁ ଘରେ ବସି ପୁରୋହିତଙ୍କ ଦ୍ବାର‌ା ଅନ୍‌ଲାଇନ୍‌ରେ କର୍ମକାଣ୍ଡ କରାଇଥିଲେ। ଏବେ ପୁଣି ଥରେ ସେହି ତରିକାକୁ ଆପଣା ଯାଉଛି। ପ୍ରୟାଗରାଜରେ ଏଥର ପିତୃପକ୍ଷରେ ପିଣ୍ଡଦାନ ପାଇଁ ୱେବ୍‌ସାଇଟ୍‌ ତିଆରି କରାଯାଇଛି।

ଆପଣ ଜାଣନ୍ତି ଯେ ଏହି ପିତୃପକ୍ଷ ଆମ ହିନ୍ଦୁମାନଙ୍କ ପାଇଁ ଖୁବ୍ ସ୍ବତନ୍ତ୍ର। ଏହା ଶ୍ରାଦ୍ଧପକ୍ଷ ନାମ‌‌ରେ ବି ବେଶ୍ ଜଣାଶୁଣା । ଏହି ପକ୍ଷରେ ଲୋକ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି। ଏଥର ପିତୃପକ୍ଷ ସେପ୍ଟେମ୍ବର ୨୯ (ଆଜି)ରୁ ଆରମ୍ଭ ହୋଇ ଅକ୍ଟୋବର ୧୪ ତାରିଖରେ ଶେଷ ହେଉଛି। ହିନ୍ଦୁ ପାଞ୍ଜି ଅନୁସାରେ, ପିତୃପକ୍ଷ ଭାଦ୍ରବ ମାସର ପୂର୍ଣ୍ଣିମା ତିଥିରେ ପଡ଼ିଥାଏ।