ଚାଲୁଥିବା ଟ୍ରେନ୍‌ ପଛରେ ଦୌଡ଼ିଦୌଡ଼ି ଭୋକରେ ଆଉଟୁ ପାଉଟୁ ହେଉଥିବା ଶିଶୁ ପାଖରେ କ୍ଷୀର ପହଞ୍ଚାଇଥିଲେ ଏହି ଯବାନ

ଗୋରଖପୁର: ଆରପିଏଫ୍‌ର ଜଣେ ଯବାନ ଭୋକରେ ଆଉଟୁ ପାଉଟୁ ହେଉଥିବା ଶିଶୁର ମା’ ପାଖରେ ଦୌଡ଼ିଦୌଡ଼ି କ୍ଷୀର ପହଞ୍ଚାଇବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଦୃଶ୍ୟ ଭାଇରାଲ ହେବ ପରେ ଉକ୍ତ ଆରପିଏଫ୍‌ ଯବାନଙ୍କୁ ‘ବାସ୍ତବ ହିରୋ’ ବୋଲି କୁହାଯିବା ସହିତ ତାଙ୍କ ପାଖକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟି ଆସୁଛି। ଏହି କ୍ରମରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ବି ଆରପିଏଫ୍‌ ଯବାନଙ୍କ ଏଭଳି କାମର ଭିଡିଓକୁ ଟୁଇଟ କରି ପ୍ରଶଂସା କରିବା ସହିତ ପୁରସ୍କାରର ଘୋଷଣା କରିଛନ୍ତି।

ट्रेन के पीछे दौड़ मासूम को दूध ...
Oneindia Hindi

କିଛିଦିନ ତଳେ କର୍ଣ୍ଣାଟକର ବେଲଗ୍ରାମରୁ ଗୋରଖପୁର ଅଭିମୁଖେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଯାତ୍ରା ଆରମ୍ଭ କରିଥିଲା। ଟ୍ରେନ୍‌ରେ ଗୋରଖପୁର ବାସିନ୍ଦା ସାଫିଆହାସମୀ ନାମକ ଜଣେ ମହିଳା ବି ଯାତ୍ରା କରୁଥିଲେ। ତାଙ୍କ ସହ ତାଙ୍କର ତିନିମାସର ସନ୍ତାନ ବି ଥିଲା। ବେଲଗ୍ରାମରୁ ଟ୍ରେନ୍‌ରେ ଯାତ୍ରା ସମୟରେ ଶିଶୁ ପାଇଁ କ୍ଷୀର ପ୍ୟାକେଟ ପାଖରେ ରଖିବାକୁ ମା’ ସାଫିଆ ଭୁଲି ଯାଇଥିଲେ। ରାସ୍ତାରେ ଯେଉଁଠି ବି ଟ୍ରେନ୍‌ ଅଟକୁ ଥିଲା ସେ ଶିଶୁ ପାଇଁ କ୍ଷୀର ପ୍ୟାକେଟ କିଣିବାକୁ ଚାହିଁଥିଲେ। କିନ୍ତୁ କୌଣସି ସ୍ଥାନରେ କ୍ଷୀର ଉପଲବ୍ଧ ନଥିଲା। ଦୁଇଦିନ ହେବ ଶିଶୁଟି କ୍ଷୀର ନପିଇ ଥିବାରୁ ଭୋକରେ ଆଉଟୁ ପାଉଟୁ ହୋଇଯାଇଥିଲା। କିଛି ଉପାୟ ନପାଇ ମା’ ପାଣିରେ ବିସ୍କୁଟ ବୁଡ଼ାଇ ଶିଶୁକୁ ଖୁଆଇଥିଲେ।

Watch: RPF jawan runs along moving train to give milk for infant ...
DNA India

ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ ଭୋପାଳ ରେଳଷ୍ଟେସନ୍‌ରେ ପହଞ୍ଚିବା ପରେ ସାଫିଆ ଯାହାକୁ ଦେଖୁଥିଲେ ଶିଶୁ ପାଇଁ କ୍ଷୀର ଯୋଗାଡ଼ି ଦେବା ପାଇଁ ଗୁହାରି କରିଥିଲେ। ଏହି ସମୟରେ ରେଳଷ୍ଟେସନ୍‌ରେ ନିୟୋଜିତ ଥିବା ଆରପିଏଫ୍‌ ଯବାନ ଇନ୍ଦର ଯାଦବଙ୍କ ନଜର ସାଫିଆଙ୍କ ଉପରେ ପଡ଼ିଥିଲା। ସେ ସାଫିଆଙ୍କ ଅସୁବିଧା ଜାଣିବା ପରେ ସଙ୍ଗେସଙ୍ଗେ କ୍ଷୀର ପ୍ୟାକେଟ ପାଇଁ ଦୌଡ଼ି ଯାଇଥିଲେ। କ୍ଷୀର ପ୍ୟାକେଟ ନେଇ ସାଫିଆ ନିକଟରେ ପହଞ୍ଚିବା ପୂର୍ବରୁ ଟ୍ରେନ୍‌ଟି ଛାଡ଼ିବା ଆରମ୍ଭ କରି ଦେଇଥିଲା। ଟ୍ରେନ୍‌ ଛାଡ଼ିବା ଦେଖି ଇନ୍ଦର ଅଟକି ଯାଇ ନଥିଲେ, ବରଂ ଟ୍ରେନ୍‌ ସହିତ ଦୌଡ଼ି ଦୌଡ଼ି ସାଫିଆ ବସିଥିବା ସିଟ୍‌ ପାଖ ଝରକା ଫାଙ୍କ ଦେଇ କ୍ଷୀର ପ୍ୟାକେଟକୁ ତାଙ୍କ ହାତକୁ ବଢ଼ାଇ ଦେଇଥିଲେ।

ଗୋରଖପୁର ପହଞ୍ଚିବା ପରେ ସାଫିଆ ରେଳକର୍ତ୍ତୃପକ୍ଷଙ୍କୁ ଯୋଗଯୋଗ କରି ଉକ୍ତ ଯବାନଙ୍କ ଫୋନ୍‌ ନମ୍ବର ସଂଗ୍ରହ କରି ଇନ୍ଦର ଯାଦବଙ୍କୁ ଫୋନ୍‌ କରି ଧନ୍ୟବାଦ ଜଣାଇଥିଲେ। ଏଥିସହିତ ଏକ ଭିଡିଓ ଜରିଆରେ ସାଫିଆ ଇନ୍ଦରଙ୍କ କାମକୁ ଭୁରିଭୁରି ପ୍ରଶଂସା କରିଛନ୍ତି।

ସାଫିଆଙ୍କୁ କ୍ଷୀର ପ୍ୟାକେଟ ପହଞ୍ଚାଇବାର ଦୃଶ୍ୟ ଭୋପାଳ ପ୍ଲାଟଫର୍ମରେ ଲାଗିଥିବା ସିସିଟିଭ୍‌ ଫୁଟେଜରେ କୈଦ ହୋଇଯାଇଥିଲା।

ସମ୍ବନ୍ଧିତ ଖବର