‘ପିଜା’ ବନାମ ‘ଭାରତୀୟ ତରକାରି’

ଏକଦା ବ୍ରିଟେନ୍‌ବାସୀ ଭାରତୀୟ ରେସିପିମାନ ବିଶେଷତଃ ଭଳିକି ଭଳି ମସଲାଯୁକ୍ତ ଆମିଷ ଓ ନିରାମିଷ ତରକାରି ଖାଇବାକୁ ସୁଖ ପାଉଥିଲେ। ‘ପାଉଥିଲେ’ ମାନେ ଅବଶ୍ୟ ଏହା ନୁହେଁ ଯେ, ଏବେ ଆଉ ‘ପାଉନାହାନ୍ତି’। ସ˚ପ୍ରତି ଇଟାଲୀୟ ପିଜା, ଭାରତୀୟ ତରକାରିକୁ ଅତିକ୍ରମ କରି ଇ˚ଲିସ୍‌ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି।

ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣ ଫଳାଫଳ ଅନୁଯାୟୀ ସେମାନେ ଏବେ ପିଜା ଏବ˚ ଅନ୍ୟାନ୍ୟ ଇଟାଲୀୟ ଖାଦ୍ୟ ପାଇଁ ବାର୍ଷିକ ବ୍ୟୟ କରୁଛନ୍ତି ପ୍ରାୟ ୬୧୦ କୋଟି ପାଉଣ୍ଡ୍‌; ଅପରପକ୍ଷେ ଭାରତୀୟ ଖାଦ୍ୟ ପାଇଁ ପ୍ରାୟ ୩୦୦ କୋଟି ପାଉଣ୍ଡ୍‌। ୨୦୧୮ରେ ଇ˚ଲଣ୍ତ୍‌ରେ ୮୬ କୋଟି ୬୦ ଲକ୍ଷ ପିଜା ବିକ୍ରି ହୋଇଥିଲା। ସେହି ବର୍ଷ ବ୍ରିଟିସ୍‌ମାନେ ୩୮ କୋଟି ୨୦ ଲକ୍ଷ ପ୍ଲେଟ୍‌ ଭାରତୀୟ ତରକାରି ଉଦରସ୍ଥ କରିଥିଲେ। ବ୍ରିଟେନ୍‌ରେ ଏବେ ରହିଛି ୧୨,୭୦୦ ଇଟାଲୀୟ ଏବ˚ ୧୨ ହଜାର ଭାରତୀୟ ଭୋଜନାଳୟ। ନବେ ପ୍ରତିଶତ ବ୍ରିଟନ୍‌ ସପ୍ତାହରେ ଅନ୍ୟୂନ ଥରଟିଏ ପିଜା ଖାଉଛନ୍ତି। ଯେକୌଣସି ଅବସ୍ଥାରେ ପିଜାକୁ ଖିଆଯାଇପାରୁଥିବାରୁ ଏହାର ଲୋକପ୍ରିୟତା ବଢ଼ିଚାଲିଛି। ଏହାକୁ କହାଯାଉଛି ‘ଟିଭି ଡିନର‌୍‌’।

ସମ୍ବନ୍ଧିତ ଖବର