ପୃଥିବୀରେ ଏପରି କିଛି ଅଦ୍ଭୁତ ସ୍ଥାନ ଅଛି, ଯେଉଁଠାକୁ ଯିବା ପାଇଁ ଖୋଲିବାକୁ ପଡେ ବସ୍ତ୍ର

ସାଧାରଣ ଭାବେ ଆମେ ଯେଉଁଠାକୁ ଚାକିରି କରିବାକୁ ଯାଉ ସେଠାକାର କିଛି ନିୟମକାନୁନ ମାନିବାକୁ ପଡିଥାଏ । କେଉଁଠାରେ ଠିକ୍‌ ସମୟରେ ଅଫିସ୍‌ ଆସିବା ପାଇଁ ନିୟମ ଥାଏ ତ ଅନ୍ୟ କେଉଁଠି ଅଧିକ ସମୟ କାମ କରିବା ପାଇଁ ନିୟମ ଥାଏ । ଆମେ ଆପଣଙ୍କୁ ଏପରି କିଛି ଚାକିରି ବିଷୟରେ କହିବାକୁ ଯାଉଛୁ  ଯେଉଁଠାରେ କାମ କରିବାକୁ ହେଲେ ଆପଣଙ୍କୁ ନିଜର ପୋଷାକ ଖୋଲିବାକୁ ପଡ଼ିଥାଏ । ଏଠାରେ କାମ କରୁଥିବା କର୍ମଚାରୀମାନଙ୍କୁ ପୋଷାକ ପିନ୍ଧିବା ପାଇଁ ବାରଣ କରାଯାଏ ।
ନ୍ୟୁଡ୍‌ ଗାଡେନିଂ:  ଆମେରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡର କେତେକ ସ୍ଥାନରେ  ପୁରୁଷମାନେ ନ୍ୟୁଡ୍‌ ଗାଡେନିଂର  କରିଥାନ୍ତି । ଏହା ଏକ ଆଶ୍ଚର୍ଯ୍ୟ ପ୍ରକାର ବ୍ୟବସାୟ। ଏଠାରେ କାମ କରୁଥିବା ପୁରୁଷମାନଙ୍କୁ ନିଜର ପୋଷାକ ଖୋଲିବାକୁ ପଡ଼ିଥାଏ ।
ରେଷ୍ଟୁରାଣ୍ଟ : ଲଣ୍ଡନରେ ଥିବା ଏକ ଖାନଦାନୀ ରେଷ୍ଟୁରାଣ୍ଟକୁ ଆସୁଥିବା ଗ୍ରାହକଙ୍କୁ ନିଜ ଡ୍ରେସ୍‌ ଖୋଲି ଆସିବାକୁ ପଡିଥାଏ । ଖାଲି ଗ୍ରାହକ ନୁହେଁ ଏଠାରେ କାମ କରୁଥିବା କର୍ମଚାରୀମାନେ ବିନା ପୋଷାକରେ ଗ୍ରାହକଙ୍କୁ ଖାଦ୍ୟ ପରଷିଥାନ୍ତି । ସେଇଭଳି ଓ୍ଵାସିଂଟନରେ ଏକ କଫିସପ୍‌ ରହିଛି, ଯେଉଁଠି କୌଣସି ପୋଷାକ ପିନ୍ଧି ନ ଥିବା ମହିଳା କଫି ପରଶି ଥାଆନ୍ତି।
ନ୍ୟୁଡ୍‌ ଯୋଗ : ଚେଲସିରେ ବିନା ବସ୍ତ୍ରରେ ଏକ ଯୋଗ କ୍ଲାସ ଚାଲୁଛି । ଏଠାରେ ଯୋଗ ଶିକ୍ଷା ଦେଉଥିବା ଶିକ୍ଷକ ବିନା ବସ୍ତ୍ରରେ ଯୋଗ ଶିକ୍ଷା ଦିଅନ୍ତି ଓ ଯୋଗ ଶିଖୁଥିବା ଲୋକେ ମଧ୍ୟ ବିନା ବସ୍ତ୍ରରେ ଯୋଗ ଶଖନ୍ତି ।
ବ୍ରଟିସ୍‌ ସ୍ଫଟ୍‌ଓ୍ଵୟାର କମ୍ପାନି : ୟୁକେର ବକିଂହମସ୍କୋୟାରରେ ଥିବା ଏକ ସଫ୍ଯଓୟାର କମ୍ପାନିରେ ସେହି ମହିଲାଙ୍କୁ କାମ କରିବାର ସୁଯୋଗ ମିଳିଥାଏ,ଯେଉଁ ମାନେ ବିନା ବସ୍ତ୍ରରେ କାମ କରିବା ପାଇଁ ରାଜି ହୁଅନ୍ତି । ଏଠାରେ ବିନା ବସ୍ତ୍ରରେ କାମ କରିବା ବାଧ୍ୟତାମୂଳକ ଅଟେ ।
ସମ୍ବନ୍ଧିତ ଖବର