ଗଛ ଶିଖାଏ ପ୍ରତିଦ୍ୱନ୍ଦ୍ୱିତାରେ ନିଷ୍ପତ୍ତି ନେବାର କ୍ଷମତା: ଗବେଷଣା

ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ନିଜର ପଡ଼ୋଶୀମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ନିଷ୍ପତ୍ତି ନେବାର କ୍ଷମତା ଗଛ ନିକଟରେ ରହିଛି, ମଣିଷମାନେ ଗଛଠାରୁ ସେହି ଦକ୍ଷତା ଶିଖିଯିବା ଉଚିତ। ଜର୍ମାନରେ ଥିବା ୟୁନିଭରସିଟି ଅଫ୍‌ ଟ୍ୟୁବିନ୍‌ଜେନ୍‌ର ଜୈବ୍ୟ ବିଜ୍ଞାନୀ ମତ ଦେଇଛନ୍ତି ଯେ ଗଛଟିକୁ ତା’ର ପ୍ରତିଦ୍ୱନ୍ଦ୍ୱିମାନଙ୍କୁ ପଛରେ ପକାଇ ଆଗକୁ ବଢ଼ିଯିବାର କଳା ବେଶ୍‌ ଭଲ ଭାବେ ଜାଣେ। ସୂର୍ଯ୍ୟକିରଣ ପାଇବା ପାଇଁ ପୂର୍ବରୁ ରହିଥିବା ଅନେକ ଛୋଟ ଛୋଟ ଗଛକୁ ପଛରେ ପକାଇ ଆଗକୁ ବଢ଼ିଯାଏ ଗଛଟିଏ। ଜର୍ଣ୍ଣାଲ ନେଚର୍‌ କମ୍ୟୁନିକେସନ୍‌ରେ ପ୍ରକାଶ ପାଇଥିବା ଗବେଷଣା ଅନୁସାରେ ଗବେଷକ ପରୀକ୍ଷା ପାଇଁ ଏକ ବୃକ୍ଷ ରୋପଣ କଲେ। ସେହି ସ୍ଥାନରେ କଲେ ଯେଉଁଠାରେ ପୂର୍ବରୁ ଅନେକ ଗୁଡ଼ାଏ ଗଛ ରହିଥିଲେ ଏବଂ ଆଲୋକ ଟିକେ ପାଇଁ ସେଠାରେ ଦୃଢ଼ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥାଏ। ଗବେଷଣାରୁ ଜାଣିବାକୁ ମିଳିଲା ଯେ ଗଛଟିଏ ଆଲୋକ ପାଇଁ ନିଜ ପ୍ରତିଦ୍ୱନ୍ଦ୍ୱିମାନଙ୍କ ସହ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରି ଅଲୋକ ପାଇବାରେ ସମର୍ଥ ହୁଏ।

ସମ୍ବନ୍ଧିତ ଖବର