ଦେଶରେ ବୃଦ୍ଧି ପାଉଥିବା ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବା ନିମନ୍ତେ ବହୁ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ଲାଷ୍ଟିକ ଏବଂ ପଲିଥିନ୍ ବ୍ୟବହାରକୁ ବନ୍ଦ କରାଯାଇ ପାରିନାହିଁ। ପ୍ଲାଷ୍ଟିକ ପ୍ରଦୂଷଣ ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ପ୍ଲାଷ୍ଟିକ ଏବଂ ପଲିଥିନ ନିଷିଦ୍ଧ କରିବାକୁ ଏବେ ଅଣ୍ଟା ଭିଡିଛନ୍ତି ରାଜ୍ୟମାନେ। ମହାରାଷ୍ଟ୍ର ପରେ ଏବେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି ଉତ୍ତର ପ୍ରଦେଶ ସରକାର।
ଗତ ଶୁକ୍ରବାର ଦିନ ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାରକୁ ନିଷେଦ୍ଧ କରିବାର ପାଇଁ ନିର୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ସରକାର। ଏହି ନିର୍ଦ୍ଦେଶ ଅନୁସାରେ ଜୁଲାଇ ୧୫ ତାରିଖ ଠାରୁ ସହରର ପ୍ରତ୍ୟକଟି ଅଞ୍ଚଳରେ ପଲିଥିନ ବ୍ୟବହାର ନକରିବା ପାଇଁ ଆଦେଶ ଜାରି କରାଯାଇଛି। ଶହିଦ ପଥ ସ୍ଥିତ ଏକ ସ୍ଥାନୀୟ ଅଞ୍ଚଳରେ ନିର୍ଦ୍ଦେଶାଳୟ ତରଫରୁ ଆୟୋଜିତ କରାଯାଇଥିବା ସମାରୋହରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଏବେ ରାଜ୍ୟର ପ୍ରତ୍ୟକଟି ଅଞ୍ଚଳରେ ପ୍ଲାଷ୍ଟିକକୁ ବ୍ୟାନ କରାଯିବା କଥା। କିନ୍ତୁ ଏହାକୁ ପ୍ରଥମ ଚରଣରେ ସହର ଅଞ୍ଚଳରେ ନିଷେଧ କରାଯାଇଛି।
/sambad/media/post_attachments/wp-content/uploads/2018/07/plastic-bag-shopper-300x172.jpg)
ଏହା ପୂର୍ବରୁ ସିଏମ ଯୋଗୀ ଅନେକ ଥର ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା କଥା କହିଥିଲେ କିନ୍ତୁ ସହରୀ ଅଞ୍ଚଳ ଗୁଡିକରେ ପଲିଥିନକୁ ନିଷେଧ କରିବାର କୌଣସି ନିୟମ ନଥିବାରୁ ଏହା ସମ୍ଭବ ହୋଇପାରୁନଥିଲା। କିନ୍ତୁ ଏବେ କ୍ୟାବିନେଟ ପ୍ଲାଷ୍ଟିକ ବ୍ୟାନ କରିବାର ପଲିସିକୁ ମଞ୍ଜୁରୀ ଦେବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ସହରାଞ୍ଚଳରେ ପଲଥିନ ଉପରେ ରୋକ ଲଗାଗଲା। କ୍ୟାବିନେଟ ଦ୍ୱାରା ପାସ କରାଯାଇଥିବା ପଲିସିର ନିୟମ ଅନୁସାରେ, ଯଦି କୌଣସି ବ୍ୟକ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଆଇନକୁ ଉଲଙ୍ଘନ କରି ପଲିଥିନ ବ୍ୟବହାର କରେ ତେବେ ତାଙ୍କ ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲଗାଯିବ।
/sambad/media/post_attachments/wp-content/uploads/2018/07/plaa-300x135.jpg)
ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ମହାରାଷ୍ଟ୍ରରେ ପ୍ଲାଷ୍ଟିକୁ ବ୍ୟାନ କରାଯାଇଛି। ଏବେ ଉତ୍ତରପ୍ରଦେଶରେ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଇ ଦିଆଗଲା। କିନ୍ତୁ ପ୍ରଶ୍ନ ଉଠୁଛି ଓଡିଶା କଣ ପ୍ଲାଷ୍ଟିକ ଦ୍ୱାରା ପ୍ରଭାବିତ ହେଉନାହିଁ ? ପ୍ରତି ବର୍ଷ କୁଢ କୁଢ ପ୍ଲାଷ୍ଟିକ ଓଡିଶାରେ ଗଦା ହେଉଛି। ପ୍ରତିଟି ଅଞ୍ଚଳରେ ପଲଥିନ ଏବଂ ପ୍ଲାଷ୍ଟିକ ଜାତୀୟ ଅନ୍ୟାନ୍ୟ ପଦାର୍ଥ ବ୍ୟବାହାର ବିପୁଳ ପରିମାଣରେ ହେଉଛି। ପ୍ଲାଷ୍ଟିକ କାରଣରୁ ରାସ୍ତା କଡରେ ଥିବା ଡ୍ରେନ ଜାମ ହୋଇଯାଉଛି। ଯାହା ଫଳରେ ବର୍ଷାଦିନେ ପାଣି ଡ୍ରେନରେ ଯାଇ ନକରି ରାସ୍ତା ଉପରେ ଜମା ହୋଇ ରହୁଛି। ଅନେକ କ୍ଷୟକ୍ଷତି କେବଳ ପ୍ଲାଷ୍ଟିକ କାରଣରୁ ହେଉଛି। କିନ୍ତୁ ଏଯାଏ ପ୍ରଶାସନ ପ୍ଲାଷ୍ଟିକ ବ୍ୟବାହାର ଉପରେ କୌଣସି ପଦକ୍ଷପ ଗ୍ରହଣ କରିନାହାଁନ୍ତି। ଯଦି ୟୁପି ଏବଂ ମହାରାଷ୍ଟ୍ର ଭଳି ଓଡିଶାରେ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଯାଏ ତେବେ ରାଜ୍ୟର ପରିସ୍ଥିତି ସୁଧୁରି ପାରିବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/plastic-final.jpg)