ଉଠବସ ହେଲେ ମାଗଣାରେ ମିଳିବ ରେଲୱେ ପ୍ଲାଟଫର୍ମ ଟିକଟ

ନୂଆଦିଲ୍ଲୀ: ଯଦି ଆପଣ କେବେ ସମ୍ପର୍କୀୟ ବା ବନ୍ଧୁଙ୍କୁ ଷ୍ଟେସନ ଛାଡିବାକୁ ଯାଉଥିବେ ଓ ଷ୍ଟେସନ ଭିତରକୁ ଯିବାକୁ ଚାହୁଁଥିବେ ତେବେ ଆପଣ ନିଶ୍ଚିତ ୧୦ ଟଙ୍କା ଦେଇ ପ୍ଲାଟଫର୍ମ ଟିକଟ କରୁଥିବେ | ଯଦି ପ୍ଲାଟଫର୍ମ ଟିକଟ କରିନଥିବେ ତେବେ ଟିଟିଇ ଆପଣଙ୍କୁ ପାଖରୁ ଜରିମାନା ମଧ୍ୟ ନେବେ | କିନ୍ତୁ ଏବେ ମାଗଣାରେ ମିଳିବ ପ୍ଲାଟଫର୍ମ ଟିକଟ | ପ୍ରକୃତରେ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀର ଆନନ୍ଦ ବିହାର ରେଲୱେ ଷ୍ଟେସନରେ ଏଭଳି ଏକ ସେବାକୁ ଆରମ୍ଭ କରାଯାଇଛି |

ଏହି ଷ୍ଟେସନରେ ଏମିତି ଏକ ମେସିନ ଲଗାଯାଇଛି ଯେଉଁଥିରୁ ଆପଣ ମାଗଣାରେ ପ୍ଲାଟଫର୍ମ ଟିକଟ ପାଇପାରିବେ | ତେବେ ମାଗଣା ଟିକଟ ପାଇବା ପାଇଁ ମେସିନ ସାମ୍ନାରେ ଆପଣଙ୍କୁ ଦଣ୍ଡ-ବୈଠକ କରିବାକୁ ପଡିବ | ମାତ୍ର ୧୮୦ ସେକେଣ୍ଡରେ ୩୦ ଥର ଉଠବସ କରିପାରୁଥିବା ବ୍ୟକ୍ତି ହିଁ ମାଗଣାରେ ପ୍ଲାଟଫର୍ମ ଟିକଟ ପାଇପାରିବେ |


ଏଠାରେ ସୂଚନା ଥାଉ କି ଫିଟନେସକୁ ଗୁରୁତ୍ୱ ଦେବାକୁ ଭାରତୀୟ ରେଳ ମନ୍ତ୍ରାଳୟ ଏଭଳି ଏକ ନିଆରା ଉଦ୍ୟମ କରିଛି | ଏହି ମେସିନର ନାମ ଫିଟ ଇଣ୍ଡିଆ ଦଣ୍ଡ ବୈଠକ ଦିଆଯାଇଛି | ଏହି ମେସିନର କାର୍ଯ୍ୟକଳାପକୁ ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଓ ରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ କରାଯାଇଛି | ଯାହାକି ଏବେ ଭାଇରାଲ ହେବାରେ ଲାଗିଛି |

ସମ୍ବନ୍ଧିତ ଖବର