ଭୁବନେଶ୍ବର: ରୁଷି ଯାଇଛନ୍ତି ରାଜେନ୍ଦ୍ର। ଆଉ ପଢ଼ିବାକୁ ମିଳିବନି ତାଙ୍କ କବିତାର ଅବୁଝା ଶବ୍ଦ ସବୁ। ମହାନ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ପରଲୋକରେ ପୂରା ଖାଁ ଖାଁ ହୋଇପଡ଼ିଛି ସାହିତ୍ୟ ଦୁନିଆ। କବିତା ଜଗତରେ ଯେପରି ଘୋଟିଯାଇଛି କଳା ବାଦଲ। ଓଡ଼ିଆ କବି, ଔପନ୍ୟାସିକ ଓ ପ୍ରଶାସକଙ୍କୁ ଝୁରି ଝୁରି ଲୁହ ଝରାଉଛନ୍ତି ସାହିତ୍ୟପ୍ରେମୀ। ଏହାରି ମଧ୍ୟରେ ସାମ୍ନାକୁ ଆସେ କିଛି ସାହିତ୍ୟିକଙ୍କ ସୋସିଆଲ୍ ମିଡିଆ ପୋଷ୍ଟ୍। ଫେସ୍ବୁକ୍ରେ କିଭଳି ସାହିତ୍ୟିକମାନେ ମହାନ କବିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସେ ଉପରେ ନଜର ପକାଇବା।
ବରିଷ୍ଠ କଥାକାର ତଥା ଗୌରହରି ଦାସ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି
‘‘ଦାରୁଣ ଦୁଃସମ୍ବାଦ : ବିଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡା ଆଉ ନାହାନ୍ତି’’
ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ଲେଖିଛନ୍ତି
‘‘ଗଙ୍ଗାଧର ମେହେର ମହାବିଦ୍ୟାଳୟର ଟ୍ରଷ୍ଟ ଫଣ୍ଡ ଛାତ୍ରବାସରେ ରହୁଥିଲା ବେଳେ ସଂହତି ନାମକ ଏକ ପତ୍ରିକା ପ୍ରକାଶିତ କରୁଥିଲି ଓ ଯେତେବେଳେ ଜାଣିଲି କବି ରାଜେନ୍ଦ୍ର ପଣ୍ଡା ସେହି ଛାତ୍ରବାସରେ ରହିଥିଲେ ତାଙ୍କୁ ଆମ ପତ୍ରିକା ପାଇଁ ବାର୍ତ୍ତାଟିଏ ଦେବା ପାଇଁ କହିଥିଲି l ସେ ଏକ ସୁନ୍ଦର ବାର୍ତ୍ତା ପଠେଇଥିଲେ ଓ ସମଧର୍ମା ବୋଲି ସମ୍ବୋଧନ କରିଥିଲେ l ସତର ବର୍ଷର ଯୁବକ ପ୍ରତି କବିଙ୍କ ଏ ଆନ୍ତରିକତା ତାଙ୍କ ଉଦାରତା, ଭଲପାଇବା ଓ ନିଆରା ବ୍ୟକ୍ତିତ୍ୱର ସ୍ଵାକ୍ଷର l ପରେ ତାଙ୍କୁ ଘରେ ଭେଟି ଅନେକ କଥା ହେଇଛି ଓ ଭଲପାଇବା ବଢିଛି l କବିସତ୍ତାରେ ସେ ଅମଳିନ, ବ୍ୟକ୍ତିସତ୍ତାରେ ଦୃଢ଼ ତାଙ୍କ ଜୀବନ l
କବି କେଦାର ମିଶ୍ର ଲେଖିଛନ୍ତି
‘‘ଆପଣ ନାହାନ୍ତି ବୋଲି ଏ ପ୍ରଶ୍ନର ଉତ୍ତର କିଛି ଦେଇ ପାରିବି ନାହିଁ। ମୋ ପାଇଁ ଇଏ ମହା ନୀରବତାର ମୂହୁର୍ତ୍ତ। ରାଜେନ୍ଦ୍ର କିଶୋର ପଣ୍ଡା ଏମିତି ଯାଇପାରିବେ ନାହିଁ।’’
ଗାଳ୍ପିକ ଦେବବ୍ରତ ଦାସ ଲେଖିଛନ୍ତି
‘‘ଖୁ ବର୍ଷା ସତ୍ୱେ ବୋଧହୁଏ ସାର ଶେଷଥର ପାଇଁ ଆସିଥିଲେ "ହର୍ଷେଇ"କୁ । ତାପରେ ତାଙ୍କୁ ଆଉକେଉଁ ସଭାରେ ଦେଖିପାରିନଥିଲି । ଯେତେ କହିଲେ ବି ସାର ସେଦିନ ମଞ୍ଚକୁ ଗଲେ ନାହିଁ। କହିଲେ ମୁଁ ଆଜି ଦର୍ଶକ ଭାବରେ ଆସିଛି । ସେଇ ଉଦାର ଚିତ୍ତର କବି Rajendra ସାର ଚାଲିଗଲେ । କିନ୍ତୁ ସାରଙ୍କର ସେ ଗମ୍ଭୀର କଣ୍ଠ ଓ କବିତାର ସ୍ୱର ଆମ ସହ ଥାଉ।’’
ଖୋର୍ଦ୍ଧା ଜିଲ୍ଲାପାଳ ତଥା କବି ଅମ୍ରିତ୍ ଋତୁରାଜ ଲେଖିଛନ୍ତି
କବି ତଥା ପ୍ରକାଶକ ସରୋଜ ବଳ ଲେଖିଛନ୍ତି
କବୟିତ୍ରୀ ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଲେଖିଛନ୍ତି
ଗାଳ୍ପିକ ଆଶିଷ ଗଡ୍ନାୟକ ଲେଖିଛନ୍ତି
କବୟିତ୍ରୀ ସଂଘମିତ୍ରା ରାୟଗୁରୁ ଲେଖିଛନ୍ତି
ଗାଳ୍ପିକ ତଥା ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା ଲେଖିଛନ୍ତି
ଆହୁରି ପଢ଼ନ୍ତୁ: ପ୍ରଥିତଯଶା କବି, ଔପନ୍ୟାସିକ ଓ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା ଆଉ ନାହାନ୍ତି
ଆହୁରି ପଢ଼ନ୍ତୁ: ରାଜେନ୍ଦ୍ର ପଣ୍ଡାଙ୍କୁ ‘କୁଭେମ୍ପୁ ରାଷ୍ଟ୍ରୀୟ ପୁରସ୍କାର’
ଅନ୍ୟ କିଛି ପୋଷ୍ଟ୍କୁ ଏଠାରେ ଯୋଡୁଛୁ
/filters:format(webp)/sambad/media/media_files/2025/10/24/1-2025-10-24-16-40-41.jpg)
/filters:format(webp)/sambad/media/media_files/2025/10/24/2-2025-10-24-16-41-33.jpg)
/filters:format(webp)/sambad/media/media_files/2025/10/24/3-2025-10-24-16-45-42.jpg)
/filters:format(webp)/sambad/media/media_files/2025/10/24/4-2025-10-24-16-44-56.jpg)
passed-away
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/24/untitled-18-2025-10-24-16-34-50.jpg)