ନୂଆଦିଲ୍ଲୀ: ଯେକୌଣସି ସାପ ହେଉ ନା କାହିଁକି, ସାପ ନାମ ଶୁଣିଲେ ଭୟ ଲାଗିଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥି‌ରେ ଭୟାବହ ଦୃଶ୍ୟ ଦେଖିବାକୁ ମିଳୁଛି। ଏଥିରେ ଥିବା ଚାଷୀ ଜଣକ ତି‌ଳେ ହେଲେ ଅସାବଧାନତା ହୋଇଥିଲେ ତାଙ୍କ ଜୀବନ ପ୍ରତି ବିପଦ ରହିଥିଲା ବୋଲି କୁହାଯାଉଛି।

Advertisment

ଟ୍ୱିଟରରେ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ, ଜଣେ ଚାଷୀ ଖାଇ ସାରିବା ପରେ ଏକ ଗଛ ମୂଳରେ ବିଶ୍ରାମ ନେଇଥିଲେ। ଏହି ସମୟରେ ଚାଷୀଙ୍କ ଅଜଣାତରେ ଏକ ନାଗସାପ ଆସି ତାଙ୍କ ସାର୍ଟ ଭିତରେ ପଶି ଯାଇଥିଲା। ଚାଷୀଙ୍କୁ ଅସ୍ବାଭାବିକ ଅନୁଭବ ହେବାରୁ ସେ ସାର୍ଟ ଭିତରେ ହାତ ମାରି ଦେଖିଲା ବେଳକୁ ଏକ ସାପ ଥିଲା। ତାହା ପୁଣି ନାଗ ସାପ।

ଉକ୍ତ ଚାଷୀଙ୍କୁ ସାହାଯ୍ୟ କରିବାକୁ ଆସି ଜଣେ ବ୍ୟକ୍ତି ଧୀରେଧୀରେ ତାଙ୍କ ସାର୍ଟ ବଟନ ଖୋଲିଥିଲେ। କାହିଁକି ନା ସାପ ସାର୍ଟ ଭିତରୁ ବାହାରି ଚାଲିଯିବ। ଏହାପରେ ଅନ୍ୟ କିଛିଲୋକ ଚାଷୀଙ୍କୁ ହଲିବାକୁ ମନା କରିଥି‌ଲେ। କାରଣ ସାପ କୌଣସି ବି ମୁହୂର୍ତ୍ତରେ ତାଙ୍କୁ ଦଂଶନ କରିପାରି ଥାଆନ୍ତା।

ସୌଭାଗ୍ୟବଶତଃ ସାପ ଉକ୍ତ ଚାଷୀଙ୍କ ସାର୍ଟ ଭିତରୁ ବାହାରି ଚାଲି ଯାଇଥିଲେ ହେଁ ତାଙ୍କୁ କୌଣସି କ୍ଷତି ପହଞ୍ଚାଇ ନଥିଲା। ଚାଷୀ ଜଣକ ଏହି ଘଟଣା ପ‌ରେ ଦ୍ବିତୀୟ ଜନ୍ମ ପାଇଛନ୍ତି ବୋଲି ଭିଡିଓ ଦେଖିବା ପରେ ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି।