ନୂଆଦିଲ୍ଲୀ: ରାସ୍ତାରେ ଯାଉଥିବା ସମୟରେ ଯଦି ଛୋଟିଆ ସାପଟିଏ ପାଖ ଦେଇ ଅତିକ୍ରମ କରି ଯାଏ, ତାକୁ ଦେଖି ଲୋକେ ଭୟଭୀତ ହୋଇପଡ଼ନ୍ତି । କିନ୍ତୁ ଥରେ ଭାବି ଦେଖନ୍ତୁ ତ ! ରାସ୍ତାରେ ଯାଉଥିବା ସମୟରେ ଏକ ଖୁଣ୍ଟରେ ତିନିଟି ବିଷଧର ସାପ ଗୁଡାଇ ହୋଇ ରହିଥିବା ଦୃଶ୍ୟ ଆପଣଙ୍କ ସାମ୍ନାକୁ ଚାଲିଆସେ ତେବେ କିପରି ଲାଗିବ? ସେତେବେଳେ ଆପଣଙ୍କ ଅବସ୍ଥା କ’ଣ ହେବ ?
ନିକଟରେ ଅଷ୍ଟ୍ରେଲିଆର ଏକ ଦୋକାନ ବାହାରେ ଥିବା ଖୁଣ୍ଟରେ ଏଭଳି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହି ସମୟରେ ଏହି ଦୃଶ୍ୟକୁ ଯିଏ ଦେଖିଥିଲା ସେ ଭୟଭୀତ ହୋଇ ସେ ସ୍ଥାନ ଛାଡି ଦୌଡ଼ିବାକୁ ଲାଗିଥିଲା। ମେକ୍ସିମି ଜିମ୍ମାମେନ୍ ନାମକ ଜଣେ ପର୍ଯ୍ୟଟକ ଫେସ୍ବୁକ୍ ଗ୍ରୁପ୍ରେ ଏହି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ତିନିଟି ସାପ ଗୋଟିଏ ଖୁଣ୍ଟରେ ଗୁଡାଇ ହୋଇ ରହିଥିବା ଦେଖିବାକୁ ମିଳିଛି। ଫଟୋ ଦେଖିଲେ ଖୁବ୍ ଭୟ ବି ଲାଗୁଛି।
/sambad/media/post_attachments/wp-content/uploads/2019/12/deadly-snakes-in-Australia.jpg)
ତିନିଟି ସାପ ମଧ୍ୟରୁ ଗୋଟିଏ ରେଡ ବେଲ୍ଲିଡ ବ୍ଲାକ୍ ସ୍ନେକ ହୋଇଥିବା ବେଳେ ଦ୍ୱିତୀୟଟି ଇଷ୍ଟର୍ନ ବ୍ରାଉନ ସ୍ନେକ୍ ଓ ତୃତୀୟଟି ଟାଇଗର ସ୍ନେକ୍ ଥିବା ଜଣାପଡ଼ିଛି । ଏହି ତିନିିଟି ସାପ ପୃଥିବୀର ସବୁଠାରୁ ବିଷଧର ସାପଙ୍କ ତାଲିକାରେ ରହିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ତିନି ବିଷଧର ସାପକୁ ଦୋକାନୀ ଦୋକାନ ବାହାରେ ଥିବା ଏକ ଖୁଣ୍ଟରେ ପ୍ରଦର୍ଶନ ଲାଗି ରଖିଥିବା ଜଣାପଡ଼ିଛି।
ଫଟୋରେ ଦେଖିବାକୁ ମିଳୁଥିବା ସାପ ଦେଖିବାକୁ ଯେତିକି ବିଷଧର ଲାଗୁଛନ୍ତି ସେତିକି ନୁହନ୍ତି ବୋଲି ସାପର ମାଲିକ ରେମଣ୍ଡ ମୋଜର କହିଛନ୍ତି। ସେ ଅଞ୍ଚଳର ସ୍ନେକମ୍ୟାନ୍ ଭାବେ ଜଣାଶୁଣା ରେମଣ୍ଡ ମୋଜରଙ୍କ କହିବାନୁସାରେ, ଏହି ସାପ ଏବେ ବିଷଧର ନୁହନ୍ତି। କାରଣ ତାଙ୍କ ବିଷକୁ ବାହାର କରି ଦିଆଯାଇଛି। ତେବେ ସୋସିଆଲ ମିଡିଆରେ କିଛି ଲୋକ ଏହି ଫଟୋକୁ ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।