ରାତିରେ ଚୋରି କରୁଥିବା ଟଙ୍କାକୁ ରୋଗୀଙ୍କ ସେବା ଓ ଗରିବ ପିଲାଙ୍କ ପାଠପଢ଼ା ଆଦି ମହତ କାମରେ ଲଗାଉଥିଲା ଏହି ଚୋର

ନୂଆଦିଲ୍ଲୀ: ରାତି ହେଲେ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୁଏ ଅପରେସନ ଲୁଟ୍ । ଦିଲ୍ଲୀର ଗଳିକନ୍ଦିରେ ଛାଇ ଯାଆନ୍ତି ଚୋର । ଆଉ ସୁଯୋଗ ଦେଖି ବଡ ବଡିଆଙ୍କ ଘରେ କଳାକନା ବୁଲାନ୍ତି ଲୁଟେରା । ଆଖିପିଛୁଳାକେ ସବୁ ନେଇଯାଆନ୍ତି । ଧନ ରତ୍ନ, ସୁନା ଅଳଙ୍କାର ସବୁକିଛି ଗାଏବ କରି ଦିଅନ୍ତି । ଦିଲ୍ଲୀର କିଛି ଅଞ୍ଚଳରେ ଏବେ ଏମିତି ଆତଙ୍କ ରଚିଛନ୍ତି ଲୁଟେରା ଗ୍ୟାଙ୍ଗ ।

ତେବେ ଏ ଲୁଟେରା ଗ୍ୟାଙ୍ଗର ଲୁଟ ପରେ ଉକ୍ତ ଟଙ୍କା ଓ ଅଳଙ୍କାରକୁ ଯେଭଳି କାମରେ ଲଗାନ୍ତି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

Police arrests richie rich 'Robin Hood' who looted Delhi's wealthy people  and helped Bihar's poor - FYI News

‌ତେବେ ଏହି ଘଟଣାଟି କୌଣସି ସିନେମା କାହାଣୀ ବୋଲି ଲାଗିପା‌ରେ। କିନ୍ତୁ ବାସ୍ତବରେ ଏପରି ଘଟଣା ଘଟିଛି। ଆଜ୍ଞା ହଁ, ଦିଲ୍ଲୀରେ ରିପିଟ୍ ହୋଇଛି ହଲିଉଡର ରବିନହୁଡ କାହାଣୀ । ଯେଉଁଠି ରାତିର କିଟମିଟ ଅନ୍ଧାରରେ ଲୁଟେରା ସାଜୁଥିବା ଲୋକ। ଦିନର ଆଲୁଅରେ ଚୋରି ଟଙ୍କାରେ ଗରିବଙ୍କ ସେବା କରୁଛି । ଗରିବଙ୍କ ଆଖିରେ ଭଗବାନ ସାଜୁଛି । ଆଉ ସେମିତି ଜଣେ ଚୋର ହେଉଛି ମହମ୍ମଦ ଇରଫାନ । ଯିଏ ବିହାରରେ ରବିନହୁଡ ନାଁରେ ବେଶ ପରିଚିତ ।

ଥିଲା ବାଲାଙ୍କ ଘରେ ହାତ ସଫେଇ କରି, ନଥିଲା ବାଲାଙ୍କ ହୃଦୟ ଜିତୁଥିବା ଇରଫାନ ଦିଲ୍ଲୀର ନ୍ୟୁଫ୍ରେଣ୍ଡସ କଲୋନୀ, ଜାମିଆନଗର, ଲାଜପତନଗର ଆଦି ଅଞ୍ଚଳରେ କୋକୁଆ ଭୟ ଖେଳାଇ ଦେଇଥିଲା । ଲୁଟ୍ ପାଇଁ କେହି ଘର ଛାଡି ଯିବାକୁ ଚାହୁଁ ନଥିଲେ କାରଣ ରବିନହୁଡ ଗ୍ୟାଙ୍ଗର ଟାର୍ଗେଟ ଥାଏ ତାଲା ପଡିଥିବା ଘର । ଅର୍ଥାତ ଘରେ ଯଦି କେହି ନଥିବେ ତାହାଲେ ସେହି ଘର ହୁଏ ସେଦିନର ନିଶାନା ଆଉ ପୁଳାପୁଳା ଟଙ୍କା ସହ ସୁନା ଗହଣା ନେଇ ନିମିଶକରେ ଚମ୍ପଟ ମାରନ୍ତି ଚୋର । ଆଉ ଉକ୍ତ ଟଙ୍କାକୁ ନେଇ ଇରଫାନ ନିଜ ଗାଁରେ ମହତକାମରେ ଲଗାଏ । ଚୋରି ଟଙ୍କାରେ ଗରିବଙ୍କ ସେବା କରିବା ସହ ରୋଗୀଙ୍କ ପାଇଁ ମାଗଣାରେ ସ୍ୱାସ୍ଥ୍ୟ ଶିବିର ବି ଖୋଲେ ଲୁଟେରା । ଖାଲି ସେତିକି ନୁହେଁ ଗରିବ ପିଲାର ପାଠ ପଢାରେ ସହଯୋଗ କରିବା ସହ ବିଭିନ୍ନ ଲୋକଙ୍କ ବାହାଘରରେ ଟଙ୍କା ସାହାଯ୍ୟ କରି ଅଭାବୀ ଆଖିରେ ଭଗବାନ ସାଜିଥାଏ ଲୁଟେରା ।

Robinhood' Of The Poor For Stealing Expensive Car 'Danvir Chor' From Delhi  To Bangalore
NewsTree News

ତେବେ ଲୁଟ ଲିଙ୍କରେ ବିହାର ସୀତାମରହୀ ଅଞ୍ଚଳରୁ ଇରଫାନକୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ । ଗତ ୭ ତାରିଖରେ ବିପୁଳ ଟଙ୍କା ସହ ଅପରାଧୀକୁ ଗିରଫ କରିଥିଲା ପୁଲିସ । କୁହାଯାଉଛି ନେତା ହେବାକୁ ସେ ଚୋରି ଟଙ୍କାରେ ଲୋକଙ୍କ ସେବା କରେ । ଏମିତି କି ଚୋରି ଟଙ୍କାରେ ନାମୀଦାମୀ କାର ଚଢିବାର ସୌକ ମଧ୍ୟ ରଖିଥିଲା ଇରଫାନ ।

ଆଉ ଗିରଫ ପରେ ତା’ପାଖରୁ ପିସ୍ତଲ ସହ ସୁନା, ହୀରାର ଅଳଙ୍କାର ସହ ବିପୁଳ ଟଙ୍କା ଓ ଗାଡି ଜବତ କରାଯାଇଛି ।

ସମ୍ବନ୍ଧିତ ଖବର